କଂଗ୍ରେସରେ କନ୍ଦଳ: ସୋନିଆ ଅନୁଗତ ବନାମ ରାହୁଲ ଅନୁଗତ

ନୂଆଦିଲ୍ଲୀ: ହରିଆନା, ମହାରାଷ୍ଟ୍ର, ତ୍ରିପୁରା ଏବଂ ଝାଡ଼ଖଣ୍ଡ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ କନ୍ଦଳ ଦେଖାଦେଇଛି। ଆଗକୁ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବା ବେଳେ ଖୋଲାଖୋଲି ଦଳୀୟ ନେତା ପରସ୍ପର ବିରୋଧରେ ଗୋହି ଖୋଳିବା ଆଗକୁ କଂଗ୍ରେସକୁ ଅଡୁଆରେ ପକାଇବାକୁ ଯାଉଛି। କର୍ଣ୍ଣାଟକରେ ବିରୋଧୀ ଦଳର ଭୂମିକା ଲିଭାଉଛି କଂଗ୍ରେସ। ତିନି ମାସ ପୂର୍ବରୁ କଂଗ୍ରେସ କ୍ଷମତାରେ ଥିବା ବେଳେ ଜେଡିଏସ ସହ ମେଣ୍ଟରେ ଥିଲା। ଏବେ ନିଜ ଦଳୀୟ ନେତାଙ୍କ ବିରୋଧରେ ଗର୍ଜିବା […]

KARNATAKA CONGRESS

KARNATAKA CONGRESS

Subhransu Sekhar
  • Published: Monday, 07 October 2019
  • Updated: 07 October 2019, 05:59 PM IST

Sports

Latest News

ନୂଆଦିଲ୍ଲୀ: ହରିଆନା, ମହାରାଷ୍ଟ୍ର, ତ୍ରିପୁରା ଏବଂ ଝାଡ଼ଖଣ୍ଡ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ କନ୍ଦଳ ଦେଖାଦେଇଛି। ଆଗକୁ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବା ବେଳେ ଖୋଲାଖୋଲି ଦଳୀୟ ନେତା ପରସ୍ପର ବିରୋଧରେ ଗୋହି ଖୋଳିବା ଆଗକୁ କଂଗ୍ରେସକୁ ଅଡୁଆରେ ପକାଇବାକୁ ଯାଉଛି। କର୍ଣ୍ଣାଟକରେ ବିରୋଧୀ ଦଳର ଭୂମିକା ଲିଭାଉଛି କଂଗ୍ରେସ। ତିନି ମାସ ପୂର୍ବରୁ କଂଗ୍ରେସ କ୍ଷମତାରେ ଥିବା ବେଳେ ଜେଡିଏସ ସହ ମେଣ୍ଟରେ ଥିଲା। ଏବେ ନିଜ ଦଳୀୟ ନେତାଙ୍କ ବିରୋଧରେ ଗର୍ଜିବା ଆରମ୍ଭ କରିଛି।

ରବିବାର କର୍ଣ୍ଣାଟକ କଂଗ୍ରେସ ଭବନ ଆଗରେ ଦୁଇ ବରିଷ୍ଠ ନେତା ବି.କେ. ହରିପ୍ରସାଦ ଏବଂ କେଏଚ ମୁନିୟପ୍ପା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା ଏବଂ ପିସିସି ସଭାପତି ଦୀନେଶ ଗୁଣ୍ଡୁରାଓଙ୍କ ବିରୋଧରେ ବର୍ଷିଛନ୍ତି।

ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସର ପରାଜୟ ଏବଂ ଜେଡିଏସ-କଂଗ୍ରେସ ମେଣ୍ଟରେ ଫାଟ ହେବା ପରେ ଏହି କନ୍ଦଳ ତୀବ୍ର ହୋଇଥିବା ଦେଖିବାକୁ ମିଳିଛି।

ସାତ ଥରର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କେଏଚ ମୁନିୟପ୍ପା ନିକଟରେ ଲୋକସଭା ନିର୍ବାଚନରେ ହାରିଛନ୍ତି। ଏଥିପାଇଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟାଙ୍କୁ ଦାୟୀ କରିଛନ୍ତି। ସମସ୍ତଙ୍କୁ ନେଇ ଦଳରେ ଚାଲିବା ପରିବର୍ତ୍ତେ ସିଦ୍ଧରମାୟା ଏକ ଛାଟିଆ ଭାବରେ ଦଳକୁ ଚଳାଉଛନ୍ତି ବୋଲି ମୁନ୍ନିୟପ୍ପା ଅଭିଯୋଗ କରିଛନ୍ତି।

ସେହିପରି ଏଆଇସିସିର ପୂର୍ବତନ ସାଧାରଣ ସମ୍ପାଦକ ବିକେ ହରିପ୍ରସାଦ ମଧ୍ୟ କର୍ଣ୍ଣାଟକ ପିସିସି ସଭାପତି ଗୁଣ୍ଡୁରାଓଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ହାଇକମାଣ୍ଡ (କଂଗ୍ରେସ ସଭାପତି) ତୁରନ୍ତ ଗୁଣ୍ଡୁଙ୍କୁ ହଟାଇ ଆଉ କାହାକୁ ପିସିସି ସଭାପତି କରାଯାଉ। ତେବେ ହରିପ୍ରସାଦ ଏଭଳି ଗର୍ଜିବା ପଛରେ ଦଳୀୟ କ୍ଷମତା ଲୋଭ ଏବଂ ସୋନିଆ ଗାନ୍ଧିଙ୍କ ଆଗରେ ଭଲ ଇମେଜ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସୂଚନା ରହିଛି। କାରଣ କେପିସିସି ସଭାପତି ଗୁଣ୍ଡୁରାଓ ଏବେ ବିଦେଶ ଗସ୍ତରେ ଅଛନ୍ତି।

ସେହିପରି ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ହାରିଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ରାଜ୍ୟର ନେତୃତ୍ୱ ନେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସୂଚନା ରହିଛି। ସେ ମଧ୍ୟ ସିଦ୍ଧରମାୟାଙ୍କୁ ନେଇ ଅସନ୍ତୋଷ ଥିବା ଜଣାପଡ଼ିଛି।

ରାଜନୀତିକ ସମୀକ୍ଷକଙ୍କ ମତରେ ଏହି କନ୍ଦଳ ରାହୁଲ ଗାନ୍ଧି ଅନୁଗତ ବନାମ ସୋନିଆ ଗାନ୍ଧି ଅନୁଗତ। ରାହୁଲ ଗାନ୍ଧି ଦଳୀୟ ସଭାପତିରୁ ହଟିବା ପରେ ଏବେ କନ୍ଦଳ ବଢ଼ିଛି। ରାହୁଲଙ୍କ ସମୟରେ ପରିବର୍ତ୍ତନର ଶିକାର ହୋଇ ଦଳୀୟ କ୍ଷମତାରୁ ବାଦ୍ ପଡ଼ିଥିବା କଂଗ୍ରେସ ନେତା ଏବେ ଲୋକସଭା ନିର୍ବାଚନକୁ ଆୟୁଧ କରି ବର୍ତ୍ତମାନର ଦଳୀୟ କ୍ଷମତାରେ ଥିବା ନେତାଙ୍କୁ ବିରୋଧ କରୁଛନ୍ତି ବୋଲି ରାଜନୀତିକ ବିଶାରଦ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story