ସିବଲଙ୍କ ପରେ ସିଏଏ ବିରୋଧୀଙ୍କୁ ସମ୍ୱିଧାନର ଜ୍ଞାନ ଦେଲେ ଖୁର୍ସିଦ

ନୂଆଦିଲ୍ଲୀ: ସଂସଦରେ ଗୃହୀତ ହୋଇ ଆଇନରେ ପରିଣତ ହୋଇଛି ନାଗରିକତା ସଂଶୋଧନ ଆଇନ। ଏହାକୁ ଅସାମ୍ବିଧାନିକ କହି ବିବାଦର ରଙ୍ଗ ଦେଇଥିବା ବିରୋଧୀଙ୍କୁ ସମ୍ବିଧାନର ଜ୍ଞାନ ଦେଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ। ଗତକାଲି କପିଲ ସିବଲ ମଧ୍ୟ ସିଏଏକୁ ଲାଗୁ କରିବେ ନାହିଁ ବୋଲି ବିରୋଧୀଙ୍କ ମତର ଜବାବ ଦେଇଥିଲେ। କଂଗ୍ରେସର ଏହି ଦୁଇ ନେତା ପେଶାରେ ମଧ୍ୟ ଜଣେ ଜଣେ ଆଇନଜୀବୀ। ସଲମାନ ଖୁର୍ସିଦ କହିଛନ୍ତି, ସଂସଦରେ ଗୃହୀତ […]

salman khurshid

salman khurshid

Subhransu Sekhar
  • Published: Sunday, 19 January 2020
  • Updated: 19 January 2020, 02:43 PM IST

Sports

Latest News

ନୂଆଦିଲ୍ଲୀ: ସଂସଦରେ ଗୃହୀତ ହୋଇ ଆଇନରେ ପରିଣତ ହୋଇଛି ନାଗରିକତା ସଂଶୋଧନ ଆଇନ। ଏହାକୁ ଅସାମ୍ବିଧାନିକ କହି ବିବାଦର ରଙ୍ଗ ଦେଇଥିବା ବିରୋଧୀଙ୍କୁ ସମ୍ବିଧାନର ଜ୍ଞାନ ଦେଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ। ଗତକାଲି କପିଲ ସିବଲ ମଧ୍ୟ ସିଏଏକୁ ଲାଗୁ କରିବେ ନାହିଁ ବୋଲି ବିରୋଧୀଙ୍କ ମତର ଜବାବ ଦେଇଥିଲେ। କଂଗ୍ରେସର ଏହି ଦୁଇ ନେତା ପେଶାରେ ମଧ୍ୟ ଜଣେ ଜଣେ ଆଇନଜୀବୀ।

ସଲମାନ ଖୁର୍ସିଦ କହିଛନ୍ତି, ସଂସଦରେ ଗୃହୀତ ହୋଇଥିବା ସିଏଏକୁ ରାଜ୍ୟରେ ଲାଗୁ କରିବାକୁ ପଡ଼ିବ। ସଂସଦରେ ଗୃହୀତ ହୋଇଥିବା ଆଇନକୁ ରାଜ୍ୟ ଲାଗୁ କରାଇ ନଦେବ ବୋଲି ମନାକରିପାରିବନି। ଯଦି କେନ୍ଦ୍ରର ଆଇନକୁ ନେଇ ରାଜ୍ୟ ଆପତ୍ତି ଉଠାଏ ତାହେଲେ ସୁପ୍ରିମକୋର୍ଟ ହିଁ ଚୂଡ଼ନ୍ତ ନିଷ୍ପତ୍ତି ନେବେ ବୋଲି ସଲମାନ ଖୁର୍ସିଦ କହିଛନ୍ତି।

ଗତକାଲି କପିଲ ସିବଲ ମଧ୍ୟ ପ୍ରତିକ୍ରିୟାରେ କହିଥିଲେ “ସିଏଏ ପାରିତ ହୋଇଛି ମାନେ କୌଣସି ରାଜ୍ୟ କରିପାରିବେ ନାହିଁ। ଲାଗୁ ନକରାଇ ଦେବା ଅସମ୍ଭବ ଏବଂ ଅସାମ୍ବିଧାନିକ। ଏହାକୁ ଆପଣ ବିରୋଧ କରିପାରନ୍ତି, ଏହା ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ କରିପାରନ୍ତି ଏବଂ କେନ୍ଦ୍ରକୁ ସିଏଏ ପ୍ରତ୍ୟାହାର କରିବାକୁ କହିପାରନ୍ତି। କିନ୍ତୁ ସାମ୍ବିଧାନିକ ଭାବେ ଦେଖିଲେ, ମୁଁ ଲାଗୁ କରିବିନି କହିବା କେବଳ ଜଟିଳତା ଆଡ଼କୁ ଟାଣିନେବ। ଏହା ଆହୁରି ସମସ୍ୟା ସୃଷ୍ଟି କରିବ।”

ସିଏଏକୁ ଲାଗୁ କରିବେ ନାହିଁ ବୋଲି କଂଗ୍ରେସ ସମେତ କେରଳ ଏବଂ ପଶ୍ଚିମବଙ୍ଗ ସରକାର ମନା କରିଛନ୍ତି। ନିକଟରେ କେରଳ ବିଧାନସଭାରେ ସିଏଏ ଲାଗୁ ହେବ ନାହିଁ ବୋଲି ଏକ ସଙ୍କଳ୍ପ ପାରିତ ହୋଇଛି। ଏବେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ମେଣ୍ଟ ମଧ୍ୟ ସିଏଏ ଲାଗୁ କରିବ ନାହିଁ ବୋଲି ପ୍ରସ୍ତାବ ଆଣିବାକୁ ଯାଉଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos