ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମର ଶରୀର ଏବେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରହିଛି। ବିଜେପି ସଭାପତି ଅମିତ ଶାହ ଦଳୀୟ ପତାକା ତାଙ୍କ ମର ଶରୀର ଉପରେ ଘୋଡ଼ାଇ ଅନ୍ତିମ ଦର୍ଶନ କରିଛନ୍ତି।
https://twitter.com/ANI/status/1159005260549148674
ସୁଷମାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଦଳୀୟ ନେତା ଓ କର୍ମୀ ଏଠାରେ ସୁଷମାଙ୍କୁ ଅନ୍ତିମ ଦର୍ଶନ କରୁଛନ୍ତି। ଅପରାହ୍ନ ୩ଟା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଲୋଧିରୋଡ୍ ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ଗତକାଲି ସୁଷମା ସ୍ୱରାଜ ରାତି ପାଖାପାଖି ୯ଟା ସମୟରେ ଘରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲା। ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ଏମ୍ସ ଡାକ୍ତର ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।
Politics
ଦିଲ୍ଲୀ ଭୋଟରଙ୍କୁ ମାଗଣା ବିଜୁଳି ଓ ପାଣି ପ୍ରତିଶ୍ରୁତି ଦେବ ବିଜେପି!
ଏବେ ମହିଳାମାନେ ସବୁ ଦଳର ଭୋଟ ବ୍ୟାଙ୍କ ଭାବେ ଉଭା ହୋଇଛନ୍ତି। ସେମାନଙ୍କ ହାତକୁ ସିଧା ନଗଦ ଟଙ୍କା ଦେବାକୁ ସବୁ ଦଳ ଭିନ୍ନଭିନ୍ନ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି।
Offbeat
'ସ୍ତ୍ରୀ ମୁହଁକୁ କେତେ ସମୟ ଚାହିଁ ରହିବ?' ରବିବାର ବି କାମ କରିବାକୁ ସୁବ୍ରମଣ୍ୟନଙ୍କ ପରାମର୍ଶ
କହିଲେ ରବିବାର କର୍ମଚାରୀଙ୍କୁ କାମ କରାଇପାରୁନଥିବାରୁ ମୁଁ ଦୁଃଖିତ। ସପ୍ତାହରେ ୯୦ଘଣ୍ଟା କାମ କରିବାକୁ କର୍ମଚାରୀଙ୍କୁ ସୁବ୍ରମଣ୍ୟନଙ୍କ ପରାମର୍ଶ।
National
ସମସ୍ତେ ଭାବିଥିଲେ ମରିଯାଇଛନ୍ତି, କିନ୍ତୁ ୨୪ ବର୍ଷ ପରେ ପରିବାର ପାଖକୁ ଫେରିଲେ
ଅୟାଲ ଗାଁରେ ରହୁଥିବା ପ୍ରମୋଦ ୨୦୦୦ ମସିହା ଡିସେମ୍ବର ୪ରେ ହଠାତ୍ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ।
Politics
'ଇଣ୍ଡିଆ' ମେଣ୍ଟ ଭାଙ୍ଗି ଦେବା ଉଚିତ: ଓମାର ଅବଦୁଲ୍ଲା
ଦିଲ୍ଲୀ ନିର୍ବାଚନରେ ଆପ୍-କଂଗ୍ରେସ ମୁହାଁମୁହିଁ ହେବା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଲେ ଓମାର ଅବଦୁଲ୍ଲା। ଯଦି କେବଳ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିଲା, ଏହାକୁ ଭାଙ୍ଗିଦେବା ଉଚିତ ବୋଲି କହିଲେ।