ରବିବାର ରାଜ୍ୟସଭାରେ କୃଷି ବିଲ୍, କେନ୍ଦ୍ରକୁ ସମର୍ଥନ କରିବେ ନବୀନ !

ରାଜ୍ୟସଭାରେ ମୋଟ୍ ସଂଖ୍ୟା ୨୪୫, ଖାଲି ପଡ଼ିଛି ୩ ଆସନ ବିଲ୍ ପାସ କରିବାକୁ ୧୨୨ ଭୋଟ୍ ଆବଶ୍ୟକ ବିଜେଡି, ଟିଆରଏସ ଉପରେ ଶାସକ ଏବଂ ବିରୋଧୀଙ୍କ ନଜର ଶିବସେନା ଏବଂ ଏନିସିପି ସହ କଥା ହେଉଛନ୍ତି ରାଜନାଥ ସିଂହ! ନୂଆଦିଲ୍ଲୀ: ଲୋକସଭାରେ ପାରିତ ହୋଇଥିବା କୃଷି ବିଲ୍ ୨୦୨୦ ରବିବାର ରାଜ୍ୟସଭାରେ ଆଗତ ହେବ। ଲୋକସଭାରେ ଏନଡିଏର ସହଯୋଗୀ ଦଳ ଅକାଳୀ ଦଳ ଏହାକୁ ବିରୋଧ କରିଛି। ବିଜେପି ଦଳରେ ହ୍ୱିପ ଜାରି କରି ସାରିଛି। […]

naveen

naveen

Subhransu Sekhar
  • Published: Saturday, 19 September 2020
  • Updated: 19 September 2020, 09:01 PM IST
  • ରାଜ୍ୟସଭାରେ ମୋଟ୍ ସଂଖ୍ୟା ୨୪୫, ଖାଲି ପଡ଼ିଛି ୩ ଆସନ
  • ବିଲ୍ ପାସ କରିବାକୁ ୧୨୨ ଭୋଟ୍ ଆବଶ୍ୟକ
  • ବିଜେଡି, ଟିଆରଏସ ଉପରେ ଶାସକ ଏବଂ ବିରୋଧୀଙ୍କ ନଜର
  • ଶିବସେନା ଏବଂ ଏନିସିପି ସହ କଥା ହେଉଛନ୍ତି ରାଜନାଥ ସିଂହ!

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହୋଇଥିବା କୃଷି ବିଲ୍ ୨୦୨୦ ରବିବାର ରାଜ୍ୟସଭାରେ ଆଗତ ହେବ। ଲୋକସଭାରେ ଏନଡିଏର ସହଯୋଗୀ ଦଳ ଅକାଳୀ ଦଳ ଏହାକୁ ବିରୋଧ କରିଛି। ବିଜେପି ଦଳରେ ହ୍ୱିପ ଜାରି କରି ସାରିଛି। ଏହାକୁ ନଜରରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶିବସେନା ଏବଂ ଏନସିପି ସହିତ କଥା ହେଉଥିବା ସୂଚନା ରହିଛି। ତେଣେ ବିରୋଧୀ ମଧ୍ୟ ଏହି ବିଲକୁ ଖାରଜ କରିବା ପାଇଁ ଏନଡିଏରେ ନଥିବା ଦଳକୁ ଆହ୍ୱାନ କରିଛନ୍ତି। ରାଜ୍ୟସଭାରେ ଏନଡିଏର ସଂଖ୍ୟା ବିରୋଧୀଙ୍କ ତୁଳନାରେ କମ୍ ରହିଛି।

ବିଲ୍ ସମର୍ଥନରେ ଥିବା ଦଳ

ରାଜ୍ୟସଭାର ମୋଟ୍ ୨୪୫ ଜଣ ସଦସ୍ୟ ରହିଛନ୍ତି। ରାଜ୍ୟସଭାରେ ବିଜେପିର ୮୬ ଜଣ ସାଂସଦ ରହିଛନ୍ତି। ଯିିଏକି ସବୁଠୁ ବଡ଼ ଦଳ। ୩ଟି ଆସନ ଖାଲି ଥିବା ସୂଚନା। ରାଜ୍ୟସଭାରେ ଏହି ବିଲକୁ ପାସ୍ କରିବା ପାଇଁ ୧୨୨ ଭୋଟ୍ ଅତିକମରେ ଆବଶ୍ୟକ। ଅକାଳୀ ଦଳ ଏହାକୁ ବିରୋଧ କରିବ।

ଏହା ସତ୍ତ୍ୱେ ସରକାର କିନ୍ତୁ ଓଡ଼ିଶାର ବିଜୁ ଜନତା ଦଳର (୯), ତାମିଲନାଡୁର ଶାସକ ଦଳ ଏଆଇଏଡିଏମକେର (୯), ଆନ୍ଧ୍ରପ୍ରଦେଶର ଶାସକ ଦଳ YSR କଂଗ୍ରେସର (୬), ବିରୋଧୀ ଟିଡିପିର (୧) ଏବଂ କିଛି ସ୍ୱାଧୀନ ସାଂସଦ ମଧ୍ୟ ଏହି ବିଲକୁ ସମର୍ଥନ କରିବେ ବୋଲି ସୂଚନା ରହିଛି। ଏହି ସବୁ ଦଳ କିନ୍ତୁ ଏନଡିଏ କିମ୍ବା ୟୁପିଏରେ ସାମିଲ୍ ନାହାନ୍ତି। ଏହି ବିଲ ସପକ୍ଷରେ ଅତି କମରେ ୧୩୦ ରୁ ଅଧିକ ଭୋଟ୍ ମିଳିବ ବୋଲି ଶାସକ ଦଳ ସରକାର ଆକଳନ କରିଛି।

ନିକଟରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ଏନଡିଏକୁ ସମର୍ଥନ କରିଥିଲା। ଏହା ପୂର୍ବରୁ ଅନେକ ବିଲରେ କେନ୍ଦ୍ରକୁ ବିଜେଡି ସମର୍ଥନ କରିଥିବାର ନଜର ରହିଛି। ବିଜେଡି ମଧ୍ୟ କୃଷି ବିଲ ବିରୋଧରେ ମତ ରଖିନାହିଁ। ତେଣୁ ବିଜେଡି ରାଜ୍ୟସଭାରେ କୃଷି ବିଲକୁ ସମର୍ଥନ କରିବ ବୋଲି ଜଣାପଡ଼ିଛି।

ବିଲ୍ ବିରୋଧରେ ବିରୋଧୀ

ରାଜ୍ୟସଭାରେ ବିଜେପି ପାଖରେ ୮୬ ସାଂସଦ ରହିଥିବା ବେଳେ କଂଗ୍ରେସ ପାଖରେ ୪୦ ଜଣ ସାଂସଦ ରହିଛନ୍ତି। ଶିରୋମାନି ଅକାଳୀ ଦଳର ତିନିଜଣ ରାଜ୍ୟସଭା ସାଂସଦ ଏହି ବିଲକୁ ବିରୋଧ କରିବେ। ଏହି ବିଲ୍ ବିରୋଧରେ ଆମ୍ ଆଦମୀ ପାର୍ଟିର ୩ ଜଣ, ସମାଜବାଦୀ ପାର୍ଟିର ୮ ଜଣ ସାଂସଦ, ବିଏସପିର ୪ ଜଣ ଭୋଟ୍ ଦେବେ। ତେବେ ବିରୋଧୀ ଏହି କୃଷି ବିଲ୍ ବିରୋଧରେ ୧୦୦ ଜଣ ସାଂସଦଙ୍କ ଭୋଟ୍ ପଡ଼ିବ ବୋଲି ସୁନିଶ୍ଚିତ ଅଛନ୍ତି। ବାକି ଦଳର ସାଂସଦ ମାନେ ନିଜେ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି।

ଏହାରି ଭିତରେ ଏନଡିଏ କି ୟୁପିଏରେ ନଥିବା ତେଲେଙ୍ଗାନାର ଶାସକ ଦଳ ଟିଆରଏସ ଏହି ବିଲକୁ ରାଜ୍ୟସଭାରେ ବିରୋଧ କରିବ ବୋଲି କହିଛି। ରାଜ୍ୟସଭାରେ ଟିଆରଏସର ୭ ଜଣ ସାଂସଦ ରହିଛନ୍ତି।

ଶୁକ୍ରବାର ଲୋକସଭାରେ କୃଷି ବିଲ୍ ପାରିତ ହୋଇଛି। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦ ଓ ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ଓ କୃଷି ସେବା ବିଲ୍‌, ୨୦୨୦ ଲୋକସଭ‌ାରେ ପାସ୍ ହୋଇଛି। ରବିବାର ରାଜ୍ୟସଭାରେ ଏହି ବିଲ୍ ଆଗତ ହେବ। ସମସ୍ତ ଏନଡିଏ ବିରୋଧୀ ଦଳକୁ ରାଜ୍ୟସଭାରେ ଏକ ହୋଇ ବିଲକୁ ବିରୋଧ କରାଯିବ ବୋଲି ଆମ୍ ଆଦମୀ ପାର୍ଟି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story