କାଲି ଭାରତରେ ଲ୍ୟାଣ୍ଡିଂ କରିବ ଅମୋଘ ଅସ୍ତ୍ର ରାଫେଲ

ନୂଆଦିଲ୍ଲୀ: ଶତ୍ରୁ ପକ୍ଷକୁ ମାତ ଦେବା ପାଇଁ ଆସନ୍ତାକାଲି ସକାଳେ ଭାରତ ମାଟିରେ ଲ୍ୟାଣ୍ଡ କରିବ ଅମୋଘ ଅସ୍ତ୍ର କୁହାଯାଉଥିବା ରାଫେଲ ଜେଟ୍‌। ଗତକାଲି ଠାରୁ ଫ୍ରାନ୍ସରୁ ଉଡ଼ାଣ ଭରିଥିବା ୫ଟି ରାଫେଲ ଜେଟ୍‌ ଆଜି ଦୁବାଇରୁ ଭାରତ ଅଭିମୁଖେ ଟେକଅପ କରିଛନ୍ତି। ଆସନ୍ତାକାଲି ଏହା ହରିଆଣାର ଅମ୍ବାଲାରେ ଲ୍ୟାଣ୍ତ କରିବ। ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଲାଗି ୨୦୧୬ରେ ଭାରତ ସରକାର ଫ୍ରାନ୍ସ ସହ ୩୬ଟି ରାଫେଲ ଜେଟ୍‌ କଣିବାକୁ ଚୁକ୍ତି କରିଥିଲେ। ସୋମବାର ବାୟୁସେନାର […]

yu

Hemant Lenka
  • Published: Tuesday, 28 July 2020
  • , Updated: 29 July 2020, 07:21 AM IST

ନୂଆଦିଲ୍ଲୀ: ଶତ୍ରୁ ପକ୍ଷକୁ ମାତ ଦେବା ପାଇଁ ଆସନ୍ତାକାଲି ସକାଳେ ଭାରତ ମାଟିରେ ଲ୍ୟାଣ୍ଡ କରିବ ଅମୋଘ ଅସ୍ତ୍ର କୁହାଯାଉଥିବା ରାଫେଲ ଜେଟ୍‌। ଗତକାଲି ଠାରୁ ଫ୍ରାନ୍ସରୁ ଉଡ଼ାଣ ଭରିଥିବା ୫ଟି ରାଫେଲ ଜେଟ୍‌ ଆଜି ଦୁବାଇରୁ ଭାରତ ଅଭିମୁଖେ ଟେକଅପ କରିଛନ୍ତି। ଆସନ୍ତାକାଲି ଏହା ହରିଆଣାର ଅମ୍ବାଲାରେ ଲ୍ୟାଣ୍ତ କରିବ।

ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଲାଗି ୨୦୧୬ରେ ଭାରତ ସରକାର ଫ୍ରାନ୍ସ ସହ ୩୬ଟି ରାଫେଲ ଜେଟ୍‌ କଣିବାକୁ ଚୁକ୍ତି କରିଥିଲେ। ସୋମବାର ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଫ୍ରାନ୍ସରୁ ଭାରତ ଆଣିବା ପାଇଁ ଉଡ଼ାଣ ଭରିଥିଲେ।

ଦୀର୍ଘ ୭୩୬୪ କିଲୋମିଟରର ଲମ୍ବା ଯାତ୍ରା ପରେ ଏହା ହରିଆଣାର ଅମ୍ବାଲା ଏୟାରବେସରେ ପହଞ୍ଚିବ। ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ଏହା ଅବୁଧାବିରେ ଗତକାଲି ରହିଥିଲା। ଆଜି ସକାଳୁ ୫ଟି ଯାକ ରାଫେଲ୍ ଜେଟ୍ ଭାରତ ଅଭିମୁଖେ ବାହାରିଛି। ଏହି ଉଡ଼ାଣ ବେଳେ ମଝି ଆକାଶରେ ଜେଟଗୁଡ଼ିକରେ ଇନ୍ଧନ ଭର୍ତ୍ତି କରାଯାଇଛି।

ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ରାଫେଲ୍ ଫାଇଟର ପ୍ଲେନକୁ ଉଡ଼ାଇବା ଲାଗି ବାୟୁସେନାର ଯୋଦ୍ଧାଙ୍କୁ ବିଶେଷ ରୂପେ ଟ୍ରେନିଂ ଦିଆଯାଇଛି। ଫ୍ରାନ୍ସର ଜେଟ୍ ନିର୍ମାଣକାରୀ କଂପାନୀ ପକ୍ଷରୁ ହୋଇଥିବା ଟ୍ରେନିଂ କ୍ୟାଂପରେ ଭାରତୀୟ ବାୟୁସେନାର ପାଇଲଟମାନେ ଟ୍ରେନିଂ ନେଇଛନ୍ତି। ୨୦୧୮ରେ ଏହି ବିଶେଷ ଟ୍ରେନିଂ ପାଇଁ ଜଣେ ଫାଇଟର ପାଇଲଟ୍, ଜଣେ ଇଂଜିନିଅର ଓ ୪ ଜଣ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଚୟନ କରାଯାଇଥିଲା। ଏବେ ବି ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରହିଛି। ପାଇଲଟଙ୍କ ଟ୍ରେନିଂ ପାଇଁ ଫ୍ରାନ୍ସରେ ଆଉ ୫ଟି ରାଫେଲ୍ ବିମାନକୁ ରଖାଯାଇଛି।

ତେବେ ଫ୍ରାନ୍ସର ଡାସଲଟ କଂପାନି ପକ୍ଷରୁ ଭାରତକୁ ୧୦ଟି ରାଫେଲ୍ ଜେଟ୍ ପ୍ରଦାନ କରାଯାଇଛି। ଏହା ଭିତରୁ ୫ଟି ଆସୁଥିବାବେଳେ ୫ଟି ଟ୍ରେନିଂ ପାଇଁ ରଖାଯାଇଛି। ଚୁକ୍ତି ଅନୁସାରେ ୩୬ ଜଣ ପାଇଲଟ୍ ଫ୍ରାନ୍ସ ଦ୍ୱାରା ଟ୍ରେନିଂ ନେବେ। ଟ୍ରେନିଂ କ୍ୟାମ୍ପ ଆହୁରି ୯ ମାସ ଚାଲିବ ବୋଲି କୁହାଯାଇଛି।

ଭାରତ ଓ ପ୍ରାନ୍ସ ମଧ୍ୟରେ ଚୁକ୍ତି ଅନୁସାରେ ୩୬ଟି ରାଫେଲ୍ ଆସିବ। କାଲି ୫ଟି ଆସୁଥିବା ବେଳେ ବାକି ବିମାନ ୨୦୨୨ ସୁଦ୍ଧା ଭାରତକୁ ହସ୍ତାନ୍ତର କରାଯିବ। ତେବେ ଅଗଷ୍ଟ ୧୫ ପରେ ରାଫେଲକୁ ବାୟୁସେନାରେ ସାମିଲ କରାଯିବ ବୋଲି କୁହାଯାଇଛି।

Related story