କରୋନାରେ ଆକ୍ରାନ୍ତ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇଥିବା ବଚ୍ଚନ ପରିବାରର ବୋହୂ ତଥା ଅଭିନେତ୍ରୀ ଐଶ୍ୱାର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ଏବେ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ପୂର୍ବରୁ ଉଭୟ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଥିଲା।

ହେଲେ ଆଜି ସେମାନଙ୍କ ଅବସ୍ଥା ସାମାନ୍ୟ ଖରାପ ହୋଇଥିବାରୁ ଉଭୟଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ନାନାବତୀ ହସ୍ପିଟାଲରେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଚିକିତ୍ସିତ ହେଉଛନ୍ତି।

ଗତ ଶନିବାର ଅମିତାଭ ଓ ଅଭିଷେକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ସେମାନଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ଐଶ୍ୱର୍ଯ୍ୟା ଓ ୮ ବର୍ଷର ଝିଅ ଆରାଧ୍ୟାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ହେଲେ ସେମାନଙ୍କର କୌଣସି ଲକ୍ଷଣ ନଥିବାରୁ ପ୍ରାଶାସନ ତାଙ୍କୁ ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ।

ହେଲେ ଆଜି ସନ୍ଧ୍ୟାରେ ଉଭୟଙ୍କୁ ନାନାବତୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଲକ୍ଷଣବିହୀନ ଥିବା ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ଶରୀରରେ ଆଜିଠାରୁ କରୋନା ଲକ୍ଷଣ ଦେଖାଦେଇଛି। ଏହି କାରଣରୁ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଅମିତାଭ ଓ ଅଭିଷେକଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ବିଜୟରୁ ଆଇପିଏଲ୍ ଆରମ୍ଭ କଲା ବିରାଟଙ୍କ ଆରସିବି

କଭି ଖୁସି କଭି ଗମ୍ ହେଉଛି ‘ବିଜେଡି-ବିଜେପି’ ରାଜନୀତି: ନିରଞ୍ଜନ

ଗୃହମନ୍ତ୍ରୀଙ୍କ ସହଯୋଗୀଙ୍କ ବିରୋଧରେ ଏତଲା ଦେଲେ ବିଜେଡି ସଭାନେତ୍ରୀ

ନୀଳାଚଳ ପରିଡ଼ାଙ୍କୁ ଜର୍ସି ଉତ୍ସର୍ଗ କଲେ କ୍ରିସ୍ ମୋରିସ୍

ଆରୋଗ୍ୟ ହେଲେ ୩୭୦୪ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହାଣିଲେ

ଭୁବନେଶ୍ୱରରୁ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୮୩ ଲୋକାଲ୍‌ କେସ

ନିଲମ୍ବନ ବିରୋଧରେ ଧାରଣାରେ ଆଠ ସାଂସଦ, ଗୃହ କାର୍ଯ୍ୟ ଠପ୍

ହଂସୁଆରେ ଭାସୁଛି ମାଆର ମୃତଦେହ, ଆଉ ଗାଁ ପୋଖରୀରେ ଝିଅ

ସଂସଦ ପହଞ୍ଚିଲା କାଷ୍ଟିଂ କାଉଚ ମାମଲା, ପାଏଲଙ୍କ ସମର୍ଥନରେ ରୁପା ଗାଙ୍ଗୁଲି

ରିଆ ଜଣେ ଛୋଟ ଡ୍ରଗ୍ସ ବ୍ୟବସାୟୀ ନୁହନ୍ତି: ଏନସିବି ମୁଖ୍ୟ

ରାଜ୍ୟସଭାରେ ବିରୋଧୀଙ୍କ ଆଚରଣ ସଂସଦର ଗାରିମାକୁ ନଷ୍ଟ କରିଛି: ରାଜନାଥ