ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ସକାଳେ ଅଯୋଧ୍ୟା ପହଞ୍ଚି ହନୁମାନଗରହି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ସେ ମହନ୍ତ ଜାନଦାସଙ୍କ ଘରକୁ ଯାଇ ତାଙ୍କ ସହ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି। ୨୬ ବର୍ଷ ପରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ହନୁମାନଗରହି ଯାଇ ପୂଜାର୍ଚ୍ଚନା କରିଛନ୍ତି। ୧୯୯୨ରେ ବାବ୍ରି ମସ୍ଜିଦ୍ ଧ୍ୱଂସ ହେବା ପରେ ଗାନ୍ଧୀ ପରିବାରର କୌଣସି ସଦସ୍ୟଙ୍କର ଏହା ପ୍ରଥମ ଅଯୋଧ୍ୟା ଗସ୍ତ।
ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଥିବାରୁ ଦଳ ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ରାହୁଲ। ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ କିସାନ ଯାତ୍ରା କରାଯାଉଛି। ନିର୍ବାଚନ ପ୍ରଚାର ପାଇଁ ଗତ ୪ ଦିନ ହେବ ରାହୁଲ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୋ’ ଦୁଇ ଛୁଆଙ୍କ ତଣ୍ଟି ଚିପି ଦେଲା ପତ୍ନୀ, ସ୍ୱାମୀ ଆଣିଲେ ସାଂଘାତିକ ଅଭିଯୋଗ
ମା’ଙ୍କ ଉପସ୍ଥିତିରେ ଘରୁ ମିଳିଲା ପୁଅଝିଅଙ୍କ ମୃତଦେହ। ରଶିରେ ବେକକୁ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
National
ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ', ଆଜି କରିବ ଲ୍ୟାଣ୍ଡଫଲ୍
ସାଇକ୍ଲୋନ୍ ଫେଙ୍ଗଲ ଏବେ ଚେନ୍ନାଇଠାରୁ ୨୫୦ କିମି ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।