ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ରେ ଜେଟଲୀ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଜେଟଲୀ କହିଛନ୍ତି, “ଜିଡିପି ଦରରେ ଅଭିବୃଦ୍ଧି ୭.୬ ପ୍ରତିଶତ ହୋଇଛି। ମୁଦ୍ରାସ୍ଫୀତି ହ୍ରାସ ଘଟିଛି। ବିଶ୍ୱ ଅର୍ଥନୀତି ସଙ୍କଟଜନକ ସ୍ଥିତିରେ ରହିଛି। ଏହାକୁ ସୁଯୋଗରେ ପରିଣତ କରାଯାଉଛି।” ଏହାସହ ଭାରତୀୟ ଅର୍ଥନୀତି ଭବିଷ୍ୟତ ଉଜ୍ୱଳ ବୋଲି ସେ କହିଛନ୍ତି।
ବଜେଟ୍ରେ ଜେଟଲୀ କୃଷି ଓ ଜଳସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଗ୍ରାମୀଣ ଓ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରାଯାଇଛି। ମନରେଗା ପାଇଁ ୩୮,୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ବର୍ତ୍ତମାନ ସୁଦ୍ଧା ମନରେଗା ଲାଗି ହୋଇଥିବା ସବୁଠାରୁ ଅଧିକ ଅନୁଦାନ। ବଜେଟ୍ରେ ଗରିବ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି। ନୂଆ କର୍ମଚାରୀଙ୍କ ପାଇଁ ସରକାର ବଡ ଯୋଜନା କରିଥିବା ବେଳେ ବଜେଟ୍ରେ ଛୋଟ କରଦାତାଙ୍କୁ ଆଶ୍ୱସ୍ତି ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।