ଫାଶୀଖୁଣ୍ଟରେ ଝୁଲିଲେ ‘ନିର୍ଭୟା’ ଦୋଷୀ

ନୂଆଦିଲ୍ଲୀ: ଅନ୍ଧାର ଦୂର ହୋଇଯାଉଥିଲା। ଆଲୁଅ ପଡ଼ିଆସୁଥିଲା। ଆଉ ଏଭଳି ଏକ ସମୟରେ ୭ ବର୍ଷ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓ ପରେ ପ୍ରାଣ ହରାଇଥିବା ‘ନିର୍ଭୟା’ଙ୍କୁ ମିଳିଥିଲା ନ୍ୟାୟ। ଘଟଣାର ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଜୀବିତ ଥିଲେ ହୁଏତ ଏ ମୁହୂର୍ତ୍ତରେ ନିର୍ଭୟାଙ୍କ ଆତ୍ମାକୁ ଟିକେ ସନ୍ତୋଷ ମିଳିଥା’ନ୍ତା। ଆଜି ଭୋର ଠିକ୍ ସାଢ଼େ ୫ଟା ବେଳେ […]

Nirbhaya

Nirbhaya

Jitendra Garnayak
  • Published: Friday, 20 March 2020
  • Updated: 20 March 2020, 01:43 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ଧାର ଦୂର ହୋଇଯାଉଥିଲା। ଆଲୁଅ ପଡ଼ିଆସୁଥିଲା। ଆଉ ଏଭଳି ଏକ ସମୟରେ ୭ ବର୍ଷ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓ ପରେ ପ୍ରାଣ ହରାଇଥିବା ‘ନିର୍ଭୟା’ଙ୍କୁ ମିଳିଥିଲା ନ୍ୟାୟ। ଘଟଣାର ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଜୀବିତ ଥିଲେ ହୁଏତ ଏ ମୁହୂର୍ତ୍ତରେ ନିର୍ଭୟାଙ୍କ ଆତ୍ମାକୁ ଟିକେ ସନ୍ତୋଷ ମିଳିଥା’ନ୍ତା।

ଆଜି ଭୋର ଠିକ୍ ସାଢ଼େ ୫ଟା ବେଳେ ଅକ୍ଷୟ, ପୱନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍‌ର ଫାଶୀ ଦିଆଯାଇଥିଲା। ତା’ପୂର୍ବରୁ ଭୋର ପ୍ରାୟ ୪ଟାରୁ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଫାଶୀର ଘଣ୍ଟାଏ ପୂର୍ବରୁ ଦୋଷୀମାନଙ୍କୁ ଉଠାଯାଇଥିଲା ଓ ଗାଧୋଇବାକୁ କୁହାଯାଇଥିଲା। ତା’ସହିତ ସେମାନଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ତେବେ ସେମାନେ ପ୍ରାର୍ଥନା କରିବାକୁ ମନା କରି ଦେଇଥିବା ସୂଚନା ମିଳିଛି। ଏସବୁ ପ୍ରକ୍ରିୟା ଶେଷ ହେବା ପରେ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଥିଲା। କଡ଼ା ସୁରକ୍ଷା ମଧ୍ୟ ସେମାନଙ୍କୁ ଫାଶୀ ଗୃହକୁ ନିଆଯାଇଥିଲା। ମାଜିଷ୍ଟ୍ରେଟ୍ ଓ ଜେଲ୍ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କ ମୁହଁରେ କପଡ଼ା ଘୋଡ଼ାଇ ଦିଆଯାଇଥିଲା। ତା’ସହିତ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଆଉ ଠିକ୍ ସାଢ଼େ ୫ଟାରେ ସେମାନଙ୍କୁ ଦିଆଯାଇଥିଲା ଫାଶୀ। ଜହ୍ଲାଦ ପବନ ସେମାନଙ୍କୁ ଫାଶୀ ଦେଇଥିଲେ। ଅକ୍ଷୟ, ପୱନ, ବିନୟ ଓ ମୁକେଶ ନିୟମ ଅନୁଯାୟୀ ଅଧା ଘଣ୍ଟା ଧରି ଫାଶୀ ଖୁଣ୍ଟରେ ଝୁଲି ରହିଥିଲେ। ତା’ପରେ ଡାକ୍ତର ସେମାନଙ୍କୁ ଯାଞ୍ଚ କରିଥିଲେ ଓ ମୃତ ଘୋଷଣା କରିଥିଲେ। ଏହା ସହିତ ୭ ବର୍ଷ ଧରି ଚାଲିଥିବା ‘ନିର୍ଭୟା’ ମାମଲାରେ ଯବନିକା ପଡ଼ିଥିଲା। ସୂଚନାଯୋଗ୍ୟ, ତିହାର ଜେଲ୍‌ରେ ଆଜି ପ୍ରଥମ ଥର ପାଇଁ ଚାରି ଜଣଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଥିଲା।

ସୂଚନା ଅନୁଯାୟୀ, ଏହି ଚାରି ଦୋଷୀ ଗତକାଲି ରାତି ସାରା ଶୋଇ ନଥିଲେ। ତିହାରର ଜେଲ୍‌ ନମ୍ବର ୩ର ସେମାନଙ୍କୁ ପୃଥକ ପୃଥକ ଡେଥ୍ ସେଲ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିଲା। ପ୍ରତ୍ୟେକଙ୍କୁ ୧୨ ଜଣ ଲେଖାଏ ସୁରକ୍ଷାକର୍ମୀ ଜଗି ରହିଥିଲେ। ଗତକାଲି ରାତିରେ ମୁକେଶ ଓ ବିନୟ ଖାଦ୍ୟ ଗ୍ରହଣ କରିଥିଲେ। କିନ୍ତୁ ପୱନ ଓ ଅକ୍ଷୟ ଖାଇ ନଥିଲେ। ମୁକେଶକୁ ତା’ ପରିବାର ଲୋକେ ଶେଷ ଥର ପାଇଁ ସାକ୍ଷାତ କରିଥିଲେ। ଆଜି ସକାଳେ ସମସ୍ତଙ୍କୁ ଚା’ ଓ ଜଳଖିଆ ଦିଆଯାଇଥିଲା। କିନ୍ତୁ କେହି ଗ୍ରହଣ କରି ନଥିଲେ।

୪ ଦୋଷୀ ଫାଶୀଖୁଣ୍ଟରେ ଝୁଲିବା ପରେ ‘ନିର୍ଭୟା’ଙ୍କ ମା’ ଆଶା ଦେବୀ କହିଛନ୍ତି ଯେ ଡେରିରେ ହେଲେ ବି ତାଙ୍କ ଝିଅକୁ ନ୍ୟାୟ ମିଳିଲା। ଏଥିପାଇଁ ସେ ସୁପ୍ରିମ୍‌କୋର୍ଟଙ୍କୁ ପ୍ରଶଂସା କରିଛନ୍ତି। ଏହା ସହିତ କେନ୍ଦ୍ର ସରକାର ଓ ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଛନ୍ତି। କିନ୍ତୁ ନ୍ୟାୟିକ ବ୍ୟବସ୍ଥାରେ କିଛି ଛିଦ୍ର ଥିବା ଏହି ମାମଲାରୁ ଜଣାପଡ଼ିଛି ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ସେ ତାଙ୍କ ଝିଅକୁ ବହୁତ ଭଲ ପାଉଥିଲେ। ସେ ତାଙ୍କ ଝିଅକୁ ନେଇ ଗର୍ବ କରନ୍ତି। ସେ ତାଙ୍କୁ ବଞ୍ଚାଇ ପାରିଲେନି। କିନ୍ତୁ ଖୁସି ଅଛନ୍ତି ଯେ ତାଙ୍କୁ ନ୍ୟାୟ ଦେଇ ପାରିଛନ୍ତି। ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ନିର୍ଭୟା’ ଦିବସ ଭାବେ ପାଳନ କରାଯାଉ।

ସେହିଭଳି ‘ନିର୍ଭୟା’ଙ୍କ ବାପା ମଧ୍ୟ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି, ନ୍ୟାୟ ପାଇବା ପାଇଁ ବହୁତ ଦୌଡ଼ିଥିଲେ। ଆଉ ଶେଷରେ ନ୍ୟାୟ ପାଇଛନ୍ତି। ଏହା ପ୍ରତିଟି ମହିଳାଙ୍କ ବିଜୟ। ଲୋକେ ପୁଅ ଓ ଝିଅ ମଧ୍ୟରେ ପ୍ରଭେଦ କରିବା ଅନୁଚିତ୍।

‘ନିର୍ଭୟା’ଙ୍କ ମାମଲା ଲଢ଼ିଥିବା ସରକାରୀ ଓକିଲ କହିଛନ୍ତି, ଏପରି ଜଘନ୍ୟ ଅପରାଧ ଅତି ବିରଳରୁ ବିରଳତମ ଥିଲା। ଏପରି ଅପରାଧ ପଶୁ ବି କରିପାରନ୍ତି ନାହିଁ। ନିର୍ଭୟା ବଞ୍ଚିଥିଲେ ହୁଏତ ଖୁସି ହୋଇଥା’ନ୍ତି। ମାତ୍ର ଶେଷରେ ନ୍ୟାୟ ମିଳିଛି। ତେବେ ନିର୍ଭୟାଙ୍କ ପରେ ଅନେକ ପୀଡ଼ିତ ନ୍ୟାୟ ଅପେକ୍ଷାରେ ଅଛନ୍ତି।

ସୂଚନାଯୋଗ୍ୟ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଘଟିଥିଲା ‘ନିର୍ଭୟା’ ଗଣଦୁଷ୍କର୍ମ ଘଟଣା। ଏ ଘଟଣାର ୧୩ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଫାଶୀ ପାଇଥିବା ଅକ୍ଷୟ, ପୱନ, ବିନୟ ଓ ମୁକେଶଙ୍କ ସହିତ ଏହି ମାମଲାରେ ମୋଟ ୬ ଜଣ ଅଭିଯୁକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ୩୩ ବର୍ଷୀୟ ରାମ ସିଂହ ୨୦୧୩ ମାର୍ଚ୍ଚ ୧୧ ତାରିଖରେ ତିହାର ଜେଲ୍‌ରେ ଆତ୍ମହତ୍ୟା କରିଥିଲା। ସେହିପରି ଆଉ ଜଣେ ଦୋଷୀ ନାବାଳକ ଥିଲା। ତାକୁ ତିନି ବର୍ଷ ସୁଧାର ଗୃହରେ ରଖାଯିବା ପରେ ୨୦୧୫ରେ ମୁକ୍ତ କରି ଦିଆଯାଇଥିଲା। ୭ ବର୍ଷ ଧରି ଏହି ମାମଲାର ଶୁଣାଣି ଚାଲିଥିଲା। ତଳ କୋର୍ଟ, ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ମଧ୍ୟରେ ବୁଲିଥିଲା ଏହି ମାମଲା। ଗତ ଜାନୁଆରୀ ୨୨ ତାରିଖରେ ଦୋଷୀମାନଙ୍କୁ ଫାଶୀ ଦେବାକୁ ପ୍ରଥମେ ଡେଥ୍ ୱାରେଣ୍ଟ୍ ଜାରି ହୋଇଥିଲା। ତେବେ ସେମାନେ ଆଇନର ସମସ୍ତ ବାଟ ଆପଣାଇ ଗଳିବାକୁ ଚେଷ୍ଟା କରିଥିଲେ ଓ ଫାଶୀ ତାରିଖ ଘୁଞ୍ଚାଇବାରେ ସଫଳ ହୋଇଥିଲେ। ଏମିତିକି ଗତକାଲି ରାତିରେ ମଧ୍ୟ ସୁପ୍ରିମ୍‌କୋର୍ଟରେ ଏନେଇ ଶୁଣାଣି ହୋଇଥିଲା। ତିନି ଥର ଡେଥ୍‌ ୱାରେଣ୍ଟ ଜାରି ପରେ ବି ଫାଶୀକୁ ଟାଳିବାରେ ସଫଳ ହୋଇଥିବା ଏହି ଚାରି ଦୋଷୀଙ୍କ ପାଇଁ ମାର୍ଚ୍ଚ ୫ ତାରିଖରେ ଚତୁର୍ଥ ଥର ପାଇଁ ଡେଥ୍ ୱାରେଣ୍ଟ ଜାରି କରାଯାଇଥିଲା। ପଟିଆଲା ହାଉସ କୋର୍ଟ ଜାରି କରିଥିବା ଏହି ଡେଥ ୱାରେଣ୍ଟ ଅନୁଯାୟୀ ଶେଷରେ ଆଜି ସକାଳ ୫.୩୦ରେ ତିହାର ଜେଲରେ ସମସ୍ତ ଚାରି ଦୋଷୀଙ୍କୁ ଏକାଠି ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story