ନୂଆଦିଲ୍ଲୀ: ମଙ୍ଗଳବାର ସଂସଦୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସାଂସଦମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ମଙ୍ଗଳବାର ସେ କହିଛନ୍ତି ସମାଜରେ ଶାନ୍ତି ଓ ଭାଇଚାରା ସୃଷ୍ଟି ପାଇଁ ସାଂସଦମାନେ ନେତୃତ୍ୱ ନିଅନ୍ତୁ।
ସେ ଏଭଳି କହିବାର କିଛି ଦିନ ପୂର୍ବରୁ ହିଁ ଦିଲ୍ଲୀ ଭୟଙ୍କର ହିଂସା ଦେଖିସାରିଛି। ଏଠାରେ ୪୬ ଜଣଙ୍କର ଜୀବନ ମଧ୍ୟ ଯାଇସାରିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଏଭଳି ହିଂସାରେ କିଏ ସମ୍ପତ୍ତି ହରାଇଛି ତ ପୁଣି କିଏ ଅନାଥ ହୋଇଛନ୍ତି। ଏହା ଉଭୟ ଭାରତ ସରକାର ଏବଂ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।
ତେବେ ଆଜି ବୈଠକରେ ମୋଦି କହିଛନ୍ତି, “ବିକାଶ ଆମ ମନ୍ତ୍ର। ଶାନ୍ତି, ଏକତା ଏବଂ ଭାତୃଭାବ ବିକାଶ ପାଇଁ ନିତାନ୍ତ ଆବଶ୍ୟକ।” ସେ କହିଛନ୍ତି କିଛି ଦଳ ପାଇଁ ରାଜନୀତିକ ସ୍ୱାର୍ଥ ସବୁକିଛି ହୋଇପାରେ, ବିଜେପି ପାଇଁ ଜାତୀୟ ସ୍ୱାର୍ଥ ସବୁଠୁ ବଡ଼।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହିଳାଙ୍କ ECG କରୁଥିଲେ ସଫେଇ କର୍ମଚାରୀ, ମାଡ଼ି ବସିଲେ ପୂର୍ବତନ କର୍ପୋରେଟର
ଇସିଜି ପାଇଁ କ’ଣ ଅତିରିକ୍ତ ଟଙ୍କା ମିଳୁଛି ବୋଲି ସିଦ୍ଦିକୀ ପଚାରିବାରୁ ଏହାର ଜବାବ ନା ବୋଲି କହିଥିଲେ ମୁକେଶ।
National
ସମ୍ଭାଳି ପାରିଲେନି, ମଦ ଦୋକାନରେ ଚୋରି କରିବା ବେଳେ ପ୍ରବଳ ପିଇଦେଲ: ଆଉ ତା’ ପରେ...
ନବବର୍ଷ ପୂର୍ବରୁ ଏତେ ଜିନିଷ ଲୁଟ କରିବାରେ ସେ ସଫଳ ହୋଇଥିବାରୁ ଖୁସିରେ ପିଇ ଚାଲିଥିଲା। ସେ ଏତେ ପିଇଥିଲା ଯେ ତାକୁ ପୂରା ନିଶା ହୋଇଯାଇଥିଲା।
National
ବର୍ଷର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ।
Politics
ବିଜେପିର ବଡ଼ ଦାବି: ବେଆଇନ ଭାବେ ଦିଲ୍ଲୀରେ ଭୋଟ ଦେଇଛନ୍ତି ଆପ୍ ସାଂସଦଙ୍କ ପତ୍ନୀ
ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀ ବେଆଇନ ଭାବେ ନୂଆଦିଲ୍ଲୀ ବିଧାନସଭା ଆସନରେ ନାଁ ପଞ୍ଜୀକରଣ କରି ଭୋଟ ଦେଇଥିଲେ ବୋଲି ବିଜେପି କହିଛି।
Politics
କେଜ୍ରିୱାଲଙ୍କୁ 'ନିର୍ବାଚନୀ ହିନ୍ଦୁ' କହି ଫଟୋ ପୋଷ୍ଟ କଲା ବିଜେପି
ନିର୍ବାଚନ ପୂର୍ବରୁ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥି ମାନଙ୍କ ପାଇଁ ଦରମା ପ୍ରତିଶ୍ରୁତି ଦେଇଥିବା କେଜ୍ରିୱାଲଙ୍କୁ କଟାକ୍ଷ କରିଛି ବିଜେପି। ସମାଲୋଚନା କଲେ କେଜ୍ରିୱାଲ।