ଦେଶର ୬୦ ପ୍ରତିଶତ ଛାତ୍ରୀଛାତ୍ରୀ ଚାଲିଚାଲି ସ୍କୁଲ ଯାଉଛନ୍ତି: ଏନଏସଓ

ସହର ଏବଂ ଗ୍ରାମାଞ୍ଚଳରେ ସ୍ଥିତି ପାଖାପାଖି ସମାନ ସାଧାରଣ ପହିବହନ ସେବାରେ ରିହାତି ନେଉଛନ୍ତି ଛାତ୍ରଛାତ୍ରୀ ଗାଁ ଏବଂ ସହରରେ ସ୍କୁଲର ଦୂରତା ହାରାହାରି ସମାନ ଗାଁରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ନୂଆଦିଲ୍ଲୀ: ସ୍କୁଲ ଶିକ୍ଷା ଉପରେ ଜାତୀୟ ପରିସଂଖ୍ୟାନ ସଂଗଠନ (ଏନଏସଓ) ଏକ ରିପୋର୍ଟ ଉପସ୍ଥାପନ କରିଛି। ଏହି ରିପୋର୍ଟ ଅନୁଯାୟୀ, ଦେଶର ୫୯.୭ ପ୍ରତିଶତ ଛାତ୍ର ସ୍କୁଲକୁ ଚାଲିଚାଲି ଯାଉଛନ୍ତି। ସେହିପରି ୬୨ ପ୍ରତିଶତରୁ ଅଧିକ ଛାତ୍ରୀ ଚାଲିଚାଲି ସ୍କୁଲକୁ ଯାଉଛନ୍ତି ବୋଲି ରିପୋର୍ଟରେ […]

SCHOOL

SCHOOL

Subhransu Sekhar
  • Published: Saturday, 19 September 2020
  • Updated: 19 September 2020, 07:21 PM IST

Sports

Latest News

  • ସହର ଏବଂ ଗ୍ରାମାଞ୍ଚଳରେ ସ୍ଥିତି ପାଖାପାଖି ସମାନ
  • ସାଧାରଣ ପହିବହନ ସେବାରେ ରିହାତି ନେଉଛନ୍ତି ଛାତ୍ରଛାତ୍ରୀ
  • ଗାଁ ଏବଂ ସହରରେ ସ୍କୁଲର ଦୂରତା ହାରାହାରି ସମାନ
  • ଗାଁରେ ଛାତ୍ରୀଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ସ୍କୁଲ ଶିକ୍ଷା ଉପରେ ଜାତୀୟ ପରିସଂଖ୍ୟାନ ସଂଗଠନ (ଏନଏସଓ) ଏକ ରିପୋର୍ଟ ଉପସ୍ଥାପନ କରିଛି। ଏହି ରିପୋର୍ଟ ଅନୁଯାୟୀ, ଦେଶର ୫୯.୭ ପ୍ରତିଶତ ଛାତ୍ର ସ୍କୁଲକୁ ଚାଲିଚାଲି ଯାଉଛନ୍ତି। ସେହିପରି ୬୨ ପ୍ରତିଶତରୁ ଅଧିକ ଛାତ୍ରୀ ଚାଲିଚାଲି ସ୍କୁଲକୁ ଯାଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଏହି ସଂଖ୍ୟା ଗ୍ରାମାଞ୍ଚଳରେ ଅଧିକ ବୋଲି ଏନଏସଓ କହିଛି।

ଯଦି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରିପୋର୍ଟକୁ ଦେଖିବା ତାହେଲେ ବିଶେଷ କିଛି ପାର୍ଥକ୍ୟ ନାହିଁ। ଗ୍ରାମାଞ୍ଚଳରେ ୬୧.୪ ପ୍ରତିଶତ ଛାତ୍ର ଚାଲିଚାଲି ସ୍କୁଲକୁ ଯାଉଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୬୬.୫ ପ୍ରତିଶତ ରହିଛି। ସେହିପରି ସହରାଞ୍ଚଳରେ ଏହା ଯଥାକ୍ରମେ ୫୭.୯ ଏବଂ ୬୨ ପ୍ରତିଶତ ରହିଛି।

ତେବ ସ୍କୁଲ ଯିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ଦ୍ୱିତୀୟ ପସନ୍ଦଯୋଗ୍ୟ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଦେଶର ୧୨.୪ ପ୍ରତିଶତ ଛାତ୍ର ଏହାକୁ ବ୍ୟବହାର କରନ୍ତି। ଗ୍ରାମାଞ୍ଚଳରେ ୧୧.୩ ପ୍ରତିଶତ ଛାତ୍ର ବିଦ୍ୟାଳୟକୁ ଯିବା ପାଇଁ ସାଧାରଣ ପରିବହନ ବ୍ୟବହାର କରନ୍ତି। ସହରାଞ୍ଚଳରେ ୧୫.୩ ପ୍ରତିଶତ ରହିଛି।

ସେହିଭଳି ସ୍କୁଲ କି କଲେଜ ଯିବା ପାଇଁ ଛାତ୍ରମାନେ ପରିବହନ ସେବାରେ ରିହାତି ନେଇଛନ୍ତି କି? ଏହି ରିପୋର୍ଟରେ କୁହାଯାଇଛି ଯେ ରିହାତି ଭଡା ଗ୍ରହଣ କରୁଥିବା ଛାତ୍ରମାନଙ୍କ ମଧ୍ୟରୁ ୪୮.୩ ପ୍ରତିଶତ ଲୋକ ସାଧାରଣ ପରିବହନ ବ୍ୟବହାର କରିଛନ୍ତି। ଗ୍ରାମାଞ୍ଚଳର ୫୧.୩ ପ୍ରତିଶତ ପିଲା ଏବଂ ସହରାଞ୍ଚଳର ୪୨.୭ ପ୍ରତିଶତ ପିଲା ଏହି ବ୍ୟବସ୍ଥାର ସୁଯୋଗ ନେଇଛନ୍ତି।

ଏହି ରିପୋର୍ଟରେ ଛାତ୍ରମାନଙ୍କ ଘର ଏବଂ ବିଦ୍ୟାଳୟ ମଧ୍ୟରେ ଦୂରତା ମଧ୍ୟ ଅଧ୍ୟୟନ କରାଯାଇଛି ଏବଂ ଏହା ଜଣାପଡିଛି ଯେ ଗ୍ରାମାଞ୍ଚଳର ୯୨.୭ ପ୍ରତିଶତ ପରିବାର ଘରର ୧ କିଲୋମିଟର ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ଉପଲବ୍ଧ ବୋଲି ଜଣାପଡ଼ିଛି। ସହରାଞ୍ଚଳରେ ଏହି ସଂଖ୍ୟା ୮୨.୭% ରହିଛି।

ଗ୍ରମାଞ୍ଚଳରେ ୬୮% ପରିବାର ଏବଂ ସହରାଞ୍ଚଳର ୮୦% ପରିବାର ଗୋଟିଏ କିଲୋମିଟର ମଧ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ରିପୋର୍ଟରେ କୁହାଯାଇଛି। କିନ୍ତୁ ସହରାଞ୍ଚଳର ୭୦% ପରିବାର ଏବଂ ଗ୍ରାମାଞ୍ଚଳରେ ୩୮% ପରିବାର ସମାନ ଦୂରତାରେ ମାଧ୍ୟମିକ ବିଦ୍ୟାଳୟ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos