ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହ

ନୂଆଦିଲ୍ଲୀ: ମେ’ ୩୧ରେ ଲକଡାଉନ୍ ଶେଷ ହେଉଛି। ଏହା ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। ଆଗାମୀ ଦିନରେ ଲକଡାଉନର ଆବଶ୍ୟକତା ସମ୍ପର୍କରେ ଅମିତ ଶାହ ମୁଖ୍ୟମନ୍ତ୍ରୀମାନଙ୍କର ପରାମର୍ଶ ଲୋଡ଼ିଥିବା ସୂଚନା ରହିଛି। ଲକଡାଉନ୍ ଶେଷ ହେବା ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ମତାମତ ଦେବାକୁ ଶାହ କହିଥିବା ସୂଚନା ରହିଛି। ତେବେ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କର ମତାମତ ଦେଇଥିବା ସୂଚନା ରହିଛି। ଯଦି ନିୟମ […]

amit saha

amit saha

Subhransu Sekhar
  • Published: Thursday, 28 May 2020
  • Updated: 28 May 2020, 10:35 PM IST

Sports

Latest News

ନୂଆଦିଲ୍ଲୀ: ମେ’ ୩୧ରେ ଲକଡାଉନ୍ ଶେଷ ହେଉଛି। ଏହା ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। ଆଗାମୀ ଦିନରେ ଲକଡାଉନର ଆବଶ୍ୟକତା ସମ୍ପର୍କରେ ଅମିତ ଶାହ ମୁଖ୍ୟମନ୍ତ୍ରୀମାନଙ୍କର ପରାମର୍ଶ ଲୋଡ଼ିଥିବା ସୂଚନା ରହିଛି। ଲକଡାଉନ୍ ଶେଷ ହେବା ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ମତାମତ ଦେବାକୁ ଶାହ କହିଥିବା ସୂଚନା ରହିଛି। ତେବେ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କର ମତାମତ ଦେଇଥିବା ସୂଚନା ରହିଛି। ଯଦି ନିୟମ କୋହଳ ହେବ ତା'ହେଲେ କେଉଁ କେଉଁ ଆଧାରରେ ହେବ ସେ ନେଇ ଆଗାମୀ ଦିନରେ ଜଣାପଡ଼ିବ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ୍ କୀ ବାତ୍' କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୋଦି ପଞ୍ଜମ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ହେବ କି ନାହିଁ ଘୋଷଣା କରି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଅନ୍ୟପଟେ ଆଜି ସଂଧ୍ୟାରେ କରୋନା ପ୍ରଭାବିତ ଦେଶର ୧୩ ପ୍ରମୁଖ ସହରର କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା। ଏହି କଥାବାର୍ତ୍ତା ବେଳେ ୧୩ ସହରର କଣ୍ଟେନମେଣ୍ଟ ଜୋନରେ ଆର୍ଥିକ କାର୍ଯ୍ୟକାଳପ ଖୋଲିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ୧୩ ସହର ଅନେକ ରାଜ୍ୟର ରାଜଧାନୀ ରହିଛି। ଏହି ୧୩ ସହରରୁ ଦେଶର ୭୦ ପ୍ରତିଶତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି।

ଏହି ୧୩ ପ୍ରଭାବିତ ସହର ହେଲା, ମୁମ୍ୱାଇ, ଚେନ୍ନାଇ, ଦିଲ୍ଲୀ, ଅହମଦାବାଦ, ଥାନେ, ପୁଣେ, ହାଇଦ୍ରାବାଦ, କୋଲକାତା, ହାଓ୍ୱଡ଼ା, ଇନ୍ଦୋର, ଜୟପୁର, ଯୋଧପୁର, ତାମିଲନାଡୁର ଚେନଗଲପଟ୍ଟୁ ଏବଂ ଥୀରୁଭଲ୍ଲୁର। ୧୩ ସହର ମଧ୍ୟରୁ ୩ଟି ମହାରାଷ୍ଟ୍ରର ସହରର ରହିଛି।

କେନ୍ଦ୍ର ସଚିବ ଗୌବା ଏହି ୧୩ ସହରର ଜିଲ୍ଲାପାଳ, ମ୍ୟୁନିସିପାଲଟି କମିଶନରଙ୍କ ସହିତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଥିବା ସୂଚନା ରହିଛି। ସହରାଞ୍ଚଳରେ କରୋନା ପରିଚାଳନା ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଥିବା ସୂଚନା ରହିଛି।

ଏହି ବୈଠକ ବେଳେ କେନ୍ଦ୍ର କ୍ୟାବିନେଟ ସଚିବ ପ୍ରଭାବିତ ସହରର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତକ ଓ ଆରୋଗ୍ୟ ହାର ସଂଗ୍ରହ ଉପରେ ଗୁରୁତ୍ୱ ଦେବାକୁ କହିଛି। ପ୍ରଭାବିତ ୧୩ ସହର କଣ୍ଟେନମେଣ୍ଟ ଜୋନ୍ ରହିଛି। ଆଗାମୀ ଦିନରେ ଏହି କଣ୍ଟେନମେଣ୍ଟ ଜୋନରେ କିଭଳି ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ କରିହେବ ସେ ନେଇ ଗୁରୁତ୍ୱ ଦେବାକୁ କେନ୍ଦ୍ର ସଚିବ ରାଜ୍ୟ ସରକାରଙ୍କୁ କହିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos