ବିହାର ନିର୍ବାଚନ ପାଇଁ ବିଗୁଲ ବଜାଇଲେ ଶାହ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ବିହାରରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜ ଦଳ ତରଫରୁ ବିହାରରେ ଭରଚୁଆଲ ରାଲି କରି ଏକ ପ୍ରକାର ନିର୍ବାଚନୀ ବିଗୁଲ ବଜାଇଛନ୍ତି। ଏହି ଉଦବୋଧନ ଜରିଆରେ ବିରୋଧୀ ଆରଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହ। ‘ଲଣ୍ଠନ ରାଜ’, ‘ଜଙ୍ଗଲ ରାଜ’ ଆଦି ପ୍ରସଙ୍ଗ ଉଠାଇ ବିହାରରେ ଏନଡିଏ ସରକାରର ବିକାଶର ଗୋଲାପୀ ଚିତ୍ର ବାବଦରେ ବଖାଣିଛନ୍ତି ଗୁଜରାଟ ଗାନ୍ଧୀନଗରର […]

AMIT SAHA

AMIT SAHA

Subhransu Sekhar
  • Published: Sunday, 07 June 2020
  • Updated: 07 June 2020, 10:38 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ବିହାରରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜ ଦଳ ତରଫରୁ ବିହାରରେ ଭରଚୁଆଲ ରାଲି କରି ଏକ ପ୍ରକାର ନିର୍ବାଚନୀ ବିଗୁଲ ବଜାଇଛନ୍ତି। ଏହି ଉଦବୋଧନ ଜରିଆରେ ବିରୋଧୀ ଆରଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହ। ‘ଲଣ୍ଠନ ରାଜ’, ‘ଜଙ୍ଗଲ ରାଜ’ ଆଦି ପ୍ରସଙ୍ଗ ଉଠାଇ ବିହାରରେ ଏନଡିଏ ସରକାରର ବିକାଶର ଗୋଲାପୀ ଚିତ୍ର ବାବଦରେ ବଖାଣିଛନ୍ତି ଗୁଜରାଟ ଗାନ୍ଧୀନଗରର ସାଂସଦ।

ବିହାର ନିର୍ବାଚନକୁ ଆଖି ଆଗରେ ରଖି ଶାହ ଏଭଳି ଉଦବୋଧନ ଦେଇଛନ୍ତି ବୋଲି ରାଜନୀତିକ ସମୀକ୍ଷକ କହିଛନ୍ତି। ହେଲେ ଏହି ଭରଚୁଆଲ ରାଲି ନିର୍ବାଚନ ଉଦ୍ଦେଶ୍ୟରେ ନଥିଲା ବୋଲି ଶାହ କହିଛନ୍ତି। ଦଳୀୟ କର୍ମୀ ଏବଂ ବୁଥ କର୍ମୀଙ୍କ ମନରେ ଉତ୍ସାହ ଭରିବା ପାଇଁ ଏହି ଭରଚୁଆଲ ରାଲି ଥିଲା ବୋଲି ଶାହ କହିଛନ୍ତି। ତେବେ ଏହି ଭରଚୁଆଲ ରାଲି ଜରିଆରେ ଶାହ ବିହାରର ପୂର୍ବ ଏବଂ ଏବେର ପ୍ରସଙ୍ଗର ତୁଳନା କରିଥିବାବେଳେ ମୋଦି ସରକାରଙ୍କ ସଫଳତା ବଖାଣିଥିଲେ।

ବିହାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ସହଯୋଗୀ ଦଳ ଜେଡିୟୁର ସୁପ୍ରିମୋ ନୀତିଶ କୁମାରଙ୍କ କାର୍ଯ୍ୟକୁ ଏହି ଅବସରରେ ଶାହ ପ୍ରଶଂସା କରିଥିଲେ। ହେଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ରାବ୍ରି ଦେବୀଙ୍କ କାର୍ଯ୍ୟକାଳକୁ ସମାଲୋଚନା କରିଥିଲେ। ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସରକାରରେ ବିହାର ସବୁଠାରୁ କ୍ଷତି ସହିଛି ବୋଲି ଶାହ କହିଛନ୍ତି।

ସେହିପରି ନୀତିଶଙ୍କୁ ପ୍ରଶଂସା କରିବାକୁ ଯାଇ ଶାହ କହିଛନ୍ତି, ‘ବିହାରରେ ଲଣ୍ଠନ ରାଜ ଥିଲା ଏବେ ଏଲଇଡି ରାଜ ଚାଲିଛି, ଲୁଟ୍ ଆଣ୍ଡ ଅର୍ଡର ରୁ ଲ ଆଣ୍ଡ ଅର୍ଡର ରାଜ, ଜଙ୍ଗଲ ରାଜରୁ ଜନ ରାଜ, ବାହୁବଳୀଙ୍କ ରାଜରୁ ବିକାଶ ରାଜରେ ପହଞ୍ଚିଛି ବିହାର’। ଶାହ ଲାଲୁଙ୍କ କାର୍ଯ୍ୟକାଳକୁ ସମାଲୋଚନା କରି ରାଜ୍ୟ ରାଜନୀତିକୁ ଉଷ୍ମ କରିଛନ୍ତି। ହେଲେ ଏହାକୁ ରାଜନୀତିକ ବା ନିର୍ବାଚନୀ ରାଲି ନଥିଲା ବୋଲି ଶାହ କହିଛନ୍ତି।

ଏବେ ରାଜନୀତି କରିବାର ସମୟ ନାହିଁ। ହେଲେ ବିହାରରେ ପୁଣିଥରେ ଏନଡିଏ ସରକାର ଆସିବା ଦରକାର ବୋଲି ଲୋକଙ୍କୁ କହିବା ପାଇଁ ଏବି ଅବସରରେ ଆହ୍ୱାନ ଦେଇଛନ୍ତି ଶାହ।

ସେହିପରି ଲାଲୁ ଏବଂ ରାବ୍ରିଙ୍କ ନାମ ନନେଇ ପରୋକ୍ଷରେ କହିଛନ୍ତି, ଯେଉଁମାନେ ବଂଶବାଦ ରାଜନୀତିରେ ବିଶ୍ୱାସ କରନ୍ତି ସେମାନଙ୍କ କାର୍ଯ୍ୟକାଳ ୧୯୯୦-୨୦୦୫ରେ ରାଜ୍ୟର ଅଭିବୃଦ୍ଧି ହାର ୩.୧୯ ଥିଲା। ଏବେ ନୀତିଶ ସରକାରରେ ଏହା ୧୧.୩ ପ୍ରତିଶତ ରହିଛି ବୋଲି ଶାହ କହିଛନ୍ତି।

ଆଗାମୀ ଦିନରେ ଏନଡିଏ ବିହାରରେ ଦୁଇ ତୃତୀୟାଂଶ ଆସନରେ ବିଜୟୀ ହୋଇ ନୀତିଶଙ୍କ ନେତୃତ୍ୱରେ ଏନଡିଏ ସରକାର ଗଢ଼ିବ ବୋଲି ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story