ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ
ମୁମ୍ୱାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ସଂଧ୍ୟାରେ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଅମିତାଭ ଟୁଇଟ୍ କରି ସୂଚନା ଦେଇଛନ୍ତି। ଅମିତାଭ କିଭଳି କରୋନା ସଂସ୍ପର୍ଶରେ ଆସିଛନ୍ତି ଓ ଅମିତାଭଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି ତାକୁ ମଧ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଯାଞ୍ଚ କରୁଛନ୍ତି।
ବିଗ ବିଙ୍କ ପରିବାର ଲୋକଙ୍କର ମଧ୍ୟ କରୋନା ପରୀକ୍ଷା ହୋଇଛି, ହେଲେ ରିପୋର୍ଟ ଆସିନଥିବା ଅମିତାଭ ଟୁଇଟ୍ କରି କହିଛନ୍ତି। ଅନ୍ତିମ ୧୦ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ତାଙ୍କୁ କରୋନା ପରୀକ୍ଷା କରାଇନେବାକୁ ଅମିତାଭ ଟୁଇଟ୍ କରି ନିବେଦନ କରିଛନ୍ତି।
T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..
All that have been in close proximity to me in the last 10 days are requested to please get themselves tested !— Amitabh Bachchan (@SrBachchan) July 11, 2020
I have tested positive for COVID-19 and have been shifted to hospital: Actor Amitabh Bachchan https://t.co/CCOOhFnIyB pic.twitter.com/3KZmJG6Znz
— ANI (@ANI) July 11, 2020
୭୭ ବର୍ଷୀୟ ଏହି ବରିଷ୍ଠ କଳାକାରଙ୍କ ଆଗାମୀ ଫିଲ୍ମ ବ୍ରହ୍ମସ୍ତ୍ର ଫିଲ୍ମ ରହିଛି। ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।