ଶୋପିଆନରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସେନାକୁ ବଡ଼ ସଫଳତା। ସର୍ଚ୍ଚ ଅପରେସନ ବେଳେ ଚାରି ଆତଙ୍କବାଦୀ ଏନକାଉଣ୍ଟରରେ ନିପାତ ହୋଇଛନ୍ତି। ପ୍ରଥମେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଥିଲା ପରେ ଆଉ ଜଣେ ଆତଙ୍କୀ ନିପାତ ହୋଇଥିବା ଜଣାପଡ଼ଛି। ଶୋପିଆନ୍ ଜିଲ୍ଲାର ରେବାନ ଏରିଆରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଅପରେସନ କରିଥିଲେ।

ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହାପରେ ୪ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି। ଅନ୍ୟପଟେ ଆହୁରି ଦୁଇ ତିନି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀ ସୂଚନା ପାଇଛନ୍ତି। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କୁ ସରେଣ୍ଡର କରିବା ପାଇଁ ସୁରକ୍ଷାକର୍ମୀ କହିଥିଲେ। ହେଲେ ପ୍ରତିବଦଳରେ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଉପରକୁ ଏନକାଉଣ୍ଟର କରିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ହେବ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପ ବଢ଼ିଛି। ପ୍ରାୟତଃ ପ୍ରତିଦିନି ସେନା ଆତଙ୍କୀ ଲୁଚି ରହିଥିବାର ଖବର ପାଇ ସର୍ଚ୍ଚ ଅପରେସନ କରୁଛି। ନିକଟରେ ପାକ୍ ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ।

ଆହୁରି ପଢ଼ନ୍ତୁ

ଏଫଟିଆଇଆଇର ସଭାପତି ନେଲେ ଫିଲ୍ମ ନିର୍ମାତା ଶେଖର କପୁର

ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ କରୋନା

କାଲି ବାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ: ଆଡଭାନୀଙ୍କର ହେବ ଫୈସଲା

ରିୟାଙ୍କୁ ଆଜି ବି ମିଳିଲାନି ଜାମିନ

ଚାଇନାର ନୂଆ ଚାଲକୁ ଜୋରଦାର ବିରୋଧ କଲା ଭାରତ, କହିଲା ୧୯୫୯ କଥା ମାନିବୁନି

ଦୁର୍ଗାଙ୍କ ବେଶରେ ଫଟୋ ଉଠାଇବାରୁ ନୁସରତଙ୍କୁ ଧମକ

ଗିଲଗିଟ-ବାଲଟିସ୍ତାନରେ ନିର୍ବାଚନ କରିବ ପାକିସ୍ତାନ, ଭାରତର ବିରୋଧ

ଗଣଦୁଷ୍କର୍ମ ପରେ ମହିଳାଙ୍କ ଜିଭ କାଟିବା ମାମଲା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ପୀଡ଼ିତା

କରୋନାରୁ ସୁସ୍ଥ ହେଲେ ସିସୋଦିଆ, ହସ୍ପିଟାଲରୁ ଫେରିଲେ

ଆଉ ଜଣେ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

‘ଏବେ ବି ବହୁ ଲୋକଙ୍କ ପ୍ରତି ରହିଛି କରୋନା ବିପଦ’

ଚାଇନା ସହ ସୀମାରେ କେମିତି ଅଛି ସ୍ଥିତି, ସୂଚନା ଦେଲେ ବାୟୁସେନା ମୁଖ୍ୟ