୧ ଟଙ୍କାରେ ଇଡ୍‌ଲି ବିକ୍ରି କରୁଥିବା ବୃଦ୍ଧାଙ୍କୁ ଖୋଜୁଛନ୍ତି ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ଏକ ଖବର ସାମ୍ନାକୁ ଆସିଥିଲା। ତାମିଲ୍‌ନାଡୁର ଜଣେ ୮୦ ବର୍ଷୀୟ ବୃଦ୍ଧା ଇଡ୍‌ଲି ସମ୍ବର ପ୍ଲେଟ୍‌କୁ ୧ଟଙ୍କାରେ ବିକୁଥିଲେ। ଆଜିକାଲିର ବ୍ୟୟସାପେକ୍ଷ ସମାଜରେ ଏତେ କମ୍‌ ଦାମ୍‌ରେ ସେ ଇଡ୍‌ଲି ସମ୍ବର ବିକ୍ରି କରୁଥିବାରୁ ଲୋକମାନେ ତାଙ୍କର ଖୁବ୍‌ ପ୍ରଶଂସା କରିଥିଲେ। କେବଳ ସାଧାରଣ ଲୋକ ନୁହନ୍ତି ବୃଦ୍ଧାଙ୍କ ପ୍ରଶଂସା ଏବେ ଖୋଦ୍‌ ମହିନ୍ଦା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରପର୍ସନ୍‌ ତଥା ପ୍ରସିଦ୍ଧ ବିଜ୍‌ନେସ୍‌ମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା କରିଛନ୍ତି। ସେ କେବଳ […]

idli-amma

idli-amma

Biswobandita Swain
  • Published: Thursday, 12 September 2019
  • Updated: 12 September 2019, 02:16 PM IST

Sports

Latest News

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ଏକ ଖବର ସାମ୍ନାକୁ ଆସିଥିଲା। ତାମିଲ୍‌ନାଡୁର ଜଣେ ୮୦ ବର୍ଷୀୟ ବୃଦ୍ଧା ଇଡ୍‌ଲି ସମ୍ବର ପ୍ଲେଟ୍‌କୁ ୧ଟଙ୍କାରେ ବିକୁଥିଲେ। ଆଜିକାଲିର ବ୍ୟୟସାପେକ୍ଷ ସମାଜରେ ଏତେ କମ୍‌ ଦାମ୍‌ରେ ସେ ଇଡ୍‌ଲି ସମ୍ବର ବିକ୍ରି କରୁଥିବାରୁ ଲୋକମାନେ ତାଙ୍କର ଖୁବ୍‌ ପ୍ରଶଂସା କରିଥିଲେ। କେବଳ ସାଧାରଣ ଲୋକ ନୁହନ୍ତି ବୃଦ୍ଧାଙ୍କ ପ୍ରଶଂସା ଏବେ ଖୋଦ୍‌ ମହିନ୍ଦା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରପର୍ସନ୍‌ ତଥା ପ୍ରସିଦ୍ଧ ବିଜ୍‌ନେସ୍‌ମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା କରିଛନ୍ତି।

ସେ କେବଳ ପ୍ରଶଂସା କରିନାହାନ୍ତି ବୃଦ୍ଧାଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ମଧ୍ୟ କହିଛନ୍ତି। ଗତ ମଙ୍ଗଳବାର ସେ ଏ ସମ୍ପର୍କିତ ଏକ ଟ୍ୱିଟ୍‌ କରିଛନ୍ତି। ଟ୍ୱିଟ୍‌ରେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି- ଏହି ବୃଦ୍ଧାଙ୍କ କାହାଣୀ ଖୁବ୍‌ ଭଲ ଲାଗିଲା। କେ. କମଲାଥାଲ୍‌(ବୃଦ୍ଧାଙ୍କ ନାଁ)ଙ୍କ କାମ ଅତ୍ୟନ୍ତ ପ୍ରଭାବଶାଳୀ। ମୁଁ ଦେଖିଲି  ମହିଳା ଜଣଙ୍କ ଏବେବି କାଠ ଚୁଲିରେ ରୋଷେଇ କରୁଛନ୍ତି। ଯଦି କୌଣସି ଲୋକ ମୋତେ ତାଙ୍କର ଠିକଣା ଦେବେ, ତେବେ ମୁଁ ତାଙ୍କୁ ଭେଟି ତାଙ୍କ ବ୍ୟବସାୟରେ କିଛି ଆର୍ଥିତ ସାହାଯ୍ୟ କରିପାରିବି ଏବଂ ତାଙ୍କୁ ରୋଷେଇ କରିବା ପାଇଁ ଏକ ଏଲ୍‌ପିଜି ଗ୍ୟାସ୍‌ କିଣି ଦେବି।

https://twitter.com/anandmahindra/status/1171419664901181441

କ’ଣ ରହିଛି ଏହି ବୃଦ୍ଧାଙ୍କ କାହାଣୀ?

ତାମିଲ୍‌ନାଡୁର ବଦିଭେଲମ୍‌ପାଲ୍ୟମର ୮୦ ବର୍ଷୀୟା ବୃଦ୍ଧା କେ. କମଲାଥାଲ୍‌। ସେ କୌଣସି ସାଧାରଣ ମହିଳା ନୁହନ୍ତି। ପରିଣତ ବୟସରେ ବି ତାଙ୍କୁ ପର ଚିନ୍ତା। କେମିତି ଲୋକେ ଗଣ୍ଡେ ଭଲରେ ଖାଇବେ ସେହି ଲକ୍ଷ୍ୟ ନେଇ ସେ  ସବୁଦିନ ତାଙ୍କର ଦୋକାନ ଦୁଆର ଖୋଲନ୍ତି। ୩୦ ବର୍ଷ ହେବ କମଲାଥାଲ୍‌ ଗୋଟେ ଇଡ୍‌ଲି ସମ୍ବର ଦୋକାନ କରିଛନ୍ତି। କମଲାଥାଲ୍‌ଙ୍କ ପରି ସେ ଦୋକାନ ବି ସାଧାରଣ ଦୋକାନ ନୁହେଁ। କାରଣ ଏହି ଦୋକାନରେ ହିଁ ଟଙ୍କାଟେ ଦେଲେ ପ୍ଲେଟ୍‌ରେ ଗୋଟେ ବଡ଼ ଇଟ୍‌ଲି ସହ କିଛି ଚଟପଟା ଚଟଣୀ ମିଳିଯାଏ।

ଯୌଥ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କମଲାଥାଲ୍‌। ପିଲାଦିନୁ ରୋଷେଇ କରି ପୂରା ପରିବାରକୁ ଖୁଆଇବାର ଇଚ୍ଛା ଆଉ ଅଭ୍ୟାସ ଥିଲା। ପରିବାରରେ ସମସ୍ତେ ଶାନ୍ତିରେ ଖାଇଲେ କମଲାଥାଲ୍‌ଙ୍କ ପେଟ ପୂରିଯାଏ। ଖାଇବା ପ୍ରସ୍ତୁତ କରିବା ଏବଂ ଖୁଆଇବା ଏ ଦୁଇଟି ତାଙ୍କ ଜୀବନର ଦୁଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସେଥିପାଇଁ ତ ସେ ବିନା କ୍ଲାନ୍ତିରେ ଲୋକମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରନ୍ତି। କମଲାଥାଲ୍‌ ଏକାକି ତାଙ୍କ ଦୋକାନର ସମସ୍ତ ଦାୟିତ୍ୱ ନେଇଛନ୍ତି। ରାତିରେ ବିରି, ଚାଉଳ ବତୁରେଇ ତାକୁ ବାଟିକି ରଖନ୍ତି ଏବଂ ସକାଳେ ସେ ସେହି ଆଣରେ ଇଟ୍‌ଲି ପ୍ରସ୍ତୁତ କରନ୍ତି।

ଦିନକୁ ସେ ୧୦୦୦ରୁ ଅଧିକ ଇଡ୍‌ଲି ବିକ୍ରି କରୁଛନ୍ତି। ଦଶ ବର୍ଷ ପୂର୍ବେ  କମଲାଥାଲ୍‌ ଇଟ୍‌ଲି ପ୍ଲେଟ୍‌ ୫୦ ପଇସା ରଖିଥିଲେ। ତା’ପରେ ସେ ଆଉ ୫୦ ପଇସା ବଢ଼େଇ ପ୍ଲେଟ୍‌ ପିଛା ଏବେ ଏକ ଟଙ୍କା ରଖିଛନ୍ତି।

ଆଉ ଏତେ କମ୍‌ ଦାମ୍‌ ରଖିବା ପଛରେ କମଲାଥାଲ୍‌ଙ୍କର ଏକ ସୁନ୍ଦର ଉଦ୍ଦେଶ୍ୟ ରହିଛି। ତାଙ୍କ କହିବା ଅନୁଯାୟୀ ବଦିଭେଲମ୍‌ପାଲ୍ୟମର ପ୍ରାୟ ଲୋକ ନିମ୍ନ ମଧ୍ୟମ ବର୍ଗର । ଅଧିକାଶଂ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ଏପରି ସ୍ଥିତିରେ ୧୫-୨୦ ଟଙ୍କା ଖର୍ଚ୍ଚ କରି ଜଳଖିଆ ଖାଇବା ସବୁ ଲୋକଙ୍କ ପକ୍ଷେ କଷ୍ଟକର।

ତେବେ ଏହି ବ୍ୟବସାୟରୁ ସେ କ’ଣ ଲାଭ ପାଆନ୍ତି ବୋଲି କମଲାଥାଲ୍‌ଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ,  ସେଇଟା ତାଙ୍କର ମୁଖ୍ୟ ଲକ୍ଷ୍ୟ ନୁହେଁ।  କିଛି ଲୋକ ତାଙ୍କୁ  ଦର ବଢ଼େଇବାର ପ୍ରସ୍ତାବ ଦେଇଥିଲେ। ସେ କିନ୍ତୁ ମନା କରିଦେଇଥିଲେ। ସେ କହିଥିଲେ ଯେ, ସେ  ଗରିବ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଯେଉଁମାନଙ୍କୁ ଖାଦ୍ୟର ଆବଶ୍ୟକତା ରହିଛି ଯେଉଁମାନେ ନିହାତି ଭୋକିଲା, ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛି। ଭୋକିଲା ପେଟକୁ ନେଇ କି ବ୍ୟବସାୟ ବୋଲି କହିଥିଲେ ଏହି ବୃଦ୍ଧା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story