ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଗ୍ରୀଷ୍ମ ପ୍ରବାହ ଜାରି : ୧୫୩ ମୃତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କେତେକ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ୧୫୩ ଲୋକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି । ଏନେଇ ଶନିବାର ଉଭୟ ରାଜ୍ୟର ସରକାରଙ୍କ ତରଫରୁ ଏହି ସୂଚନା ଦିଆଯାଇଛି । ତେଲେଙ୍ଗାନାରେ ୭୩ ଜଣ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ  ୮୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଦୁଇ ରାଜ୍ୟରେ ପ୍ରବଳ ରୌଦ୍ର ତାପ ଯୋଗୁଁ  ତାପମାତ୍ରା ବୃଦ୍ଧି ପାଉଛି […]

andhra

andhra

Rakesh Mallick
  • Published: Saturday, 23 May 2015
  • Updated: 24 May 2015, 02:30 AM IST

Sports

Latest News

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କେତେକ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ୧୫୩ ଲୋକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି । ଏନେଇ ଶନିବାର ଉଭୟ ରାଜ୍ୟର ସରକାରଙ୍କ ତରଫରୁ ଏହି ସୂଚନା ଦିଆଯାଇଛି । ତେଲେଙ୍ଗାନାରେ ୭୩ ଜଣ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ  ୮୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଦୁଇ ରାଜ୍ୟରେ ପ୍ରବଳ ରୌଦ୍ର ତାପ ଯୋଗୁଁ  ତାପମାତ୍ରା ବୃଦ୍ଧି ପାଉଛି । ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରୁ ସର୍ବାଧିକ ଭାବେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଶାଖପାଟଣମରେ ୧୨ ଜଣ ଓ ଶ୍ରୀକାକୁଲମରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ତେଲେଙ୍ଗାନାର ନାଲଗୁଣ୍ଡା ଜିଲ୍ଲାରେ ୨୮ ଜଣ, କରିମନଗରରେ ୨୨ ଜଣ ଓ ଖାମମ ଜିଲ୍ଲାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି  ଆଦିଲାବାଦ, ୱାରଙ୍ଗଗଲ,ହାଇଦ୍ରାବଦ,ମହବୁବନଗର, ନିଜମାବାଦ୍ କରିମନଗର ପରି ସହରରେ ତାପମାତ୍ରା ସର୍ବଧିକ ଭାବେ ୪୭ ଡିଗ୍ରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos