ଆଜୀବନ ଜେଲ୍‌ ଦଣ୍ଡାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟ ଗଲେ ସଜ୍ଜନ୍‌ କୁମାର

ନୂଆଦିଲ୍ଲୀ: ଦଳରୁ ସଦ୍ୟ ଇସ୍ତଫା ଦେଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଓ ହିଂସାକାଣ୍ଡ ମାମଲାରେ ଅଭିଯୁକ୍ତ ସଜ୍ଜନ୍‌ କୁମାର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଜୀବନ ଜେଲ୍‌ ଦଣ୍ଡାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦଙ୍ଗା ପୀଡ଼ିତମାନଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ ଏଚ୍‌ଏସ୍‌ ଫୁଲ୍‌କା କହିଛନ୍ତି, ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରି ପକ୍ଷରୁ ତାଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ, […]

sajjan-kumar

sajjan-kumar

Subrat Kumar Nayak
  • Published: Saturday, 22 December 2018
  • Updated: 22 December 2018, 05:39 PM IST

Sports

Latest News

ନୂଆଦିଲ୍ଲୀ: ଦଳରୁ ସଦ୍ୟ ଇସ୍ତଫା ଦେଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଓ ହିଂସାକାଣ୍ଡ ମାମଲାରେ ଅଭିଯୁକ୍ତ ସଜ୍ଜନ୍‌ କୁମାର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଜୀବନ ଜେଲ୍‌ ଦଣ୍ଡାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଦଙ୍ଗା ପୀଡ଼ିତମାନଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ ଏଚ୍‌ଏସ୍‌ ଫୁଲ୍‌କା କହିଛନ୍ତି, ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରି ପକ୍ଷରୁ ତାଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଦଙ୍ଗା ପୀଡ଼ିତଙ୍କ ପକ୍ଷ ନ ଶୁଣି ସୁପ୍ରିମ୍‌କୋର୍ଟରେ ଏ ସମ୍ପର୍କିତ ମାମଲାର କୌଣସି ଶୁଣାଣି କରାଯାଇପାରିବନାହିଁ ବୋଲି ପୂର୍ବରୁ ସେମାନଙ୍କ ପକ୍ଷରୁ କ୍ୟାଭିଏଟ୍‌ ଦାଖଲ ହୋଇସାରିଛି।

୧୯୮୪ ମସିହା ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀର ରାଜନଗରରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରିବା ସହିତ ଗୋଟିଏ ଗୁରୁଦ୍ୱାର ଜାଳିଦେଇଥିବା ମାମଲାରେ ଦିଲ୍ଲୀ ହାଇକୋର୍ଟ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ। ଦୋଷୀ ସାବ୍ୟସ୍ତ ହେବାପରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ମଧ୍ୟ ପଠାଇଥିଲେ।

ସେ ତାଙ୍କର ଆତ୍ମସମର୍ପଣ ପାଇଁ ନିର୍ଦ୍ଧାରିତ ତାରିଖ ଡିସେମ୍ବର ୩୧କୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ଗତକାଲି ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଏହି ଆବେଦନ ସପକ୍ଷରେ ଦିଆଯାଇଥିବା ଯୁକ୍ତିକୁ ଭିତ୍ତିହୀନ ଦର୍ଶାଇ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ସୂଚନାଯୋଗ୍ୟ, ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ୨ ଶିଖ୍‌ ଅଙ୍ଗରକ୍ଷୀ ଗୁଳି କରି ହତ୍ୟା କରିବାପରେ ଶିଖ୍‌ ବିରୋଧୀ ଦଙ୍ଗା ବ୍ୟାପକ ହୋଇଥିଲା। ଏଥିରେ ପ୍ରାୟ ୩ ହଜାର ଶିଖ ଲୋକଙ୍କ ଜୀବନ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story