ନବାବ ମଲିକ୍‌ ଏବଂ ଅନିଲ ଦେଶମୁଖଙ୍କୁ ଝଟ୍‌କା: ଦେଇ ପାରିବେନି ରାଜ୍ୟସଭା ଭୋଟ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଗିରଫ ହୋଇଥିବା ଶାସକ ଦଳର ନେତା ତଥା ବିଧାକୟ ନବାବ ମଲିକ୍‌ ଏବଂ ଅନିଲ ଦେଶମୁଖ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ। ଆଜି ମୁମ୍ବାଇର ଏକ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟସଭା ଭୋଟର ଦିନକ ପୂର୍ବରୁ କୋର୍ଟ ଏହି ରାୟ ଦେଇଛନ୍ତି।  ଉଭୟେ ନେତା ତଳ କୋର୍ଟର ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇପାରନ୍ତି। ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଗତ ଫେବୃଆରୀ ମାସରୁ ଗିରଫ ହୋଇ ଜେଲରେ […]

nabab-malik

nabab-malik

Tapas Behera
  • Published: Thursday, 09 June 2022
  • Updated: 10 June 2022, 01:07 AM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ଗିରଫ ହୋଇଥିବା ଶାସକ ଦଳର ନେତା ତଥା ବିଧାକୟ ନବାବ ମଲିକ୍‌ ଏବଂ ଅନିଲ ଦେଶମୁଖ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ। ଆଜି ମୁମ୍ବାଇର ଏକ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟସଭା ଭୋଟର ଦିନକ ପୂର୍ବରୁ କୋର୍ଟ ଏହି ରାୟ ଦେଇଛନ୍ତି।  ଉଭୟେ ନେତା ତଳ କୋର୍ଟର ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇପାରନ୍ତି।

ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଗତ ଫେବୃଆରୀ ମାସରୁ ଗିରଫ ହୋଇ ଜେଲରେ ଅଛନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଗିରଫ କରିଛି। ସେହିପରି ସମାନ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ଶୁକ୍ରବାର ରାଜ୍ୟସଭା ନିର୍ବାଚନ ଥିବାରୁ ଉଭୟେ ନେତା ଭୋଟ ପାଇଁ କୋର୍ଟରେ ଜାମିନ ଆବେଦନ କରିଥିଲେ। ନବାବ ମଲ୍ଲିକ କହିଥିଲେ ଯେ, ସେ ହେଉଛନ୍ତି ବିଧାନସଭାର ଜଣେ ନିର୍ବାଚିତ ବିଧାୟକ। ଜଣେ ନିର୍ବାଚିତ ପ୍ରତିନିଧି ହିହସାବରେ ତାଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ। ମହାରାଷ୍ଟ୍ରରୁ ୬ଟି ସିଟ୍‌ରେ ରାଜ୍ୟସଭା ନିର୍ବାଚନ ହେଉଛି। ସେହିପରି ଦୁଇ ଦଶନ୍ଧି ପରେ ଏଠାରେ ପ୍ରଥମଥର ପାଇଁ ୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ଶାସକ ଶିବସେନା ପକ୍ଷରୁ ଦୁଇଜଣ ପ୍ରାର୍ଥୀ ସଞ୍ଜୟ ରାୱତ ଏବଂ ସଞ୍ଜୟ ପାୱାର ପ୍ରତିଦ୍ୱନ୍ଦିତା କରୁଛନ୍ତି।

ସେହିପରି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୟୀ ପୀୟୁଷ ଗୋଏଲ, ଅନିଲ ବୋନ୍ଦେ ଏବଂ ଧନଞ୍ଜୟ ମହାଡିକଙ୍କୁ ମଇଦାନକୁ ଓହ୍ଲାଇଛି। ସେହିପରି ଶାସକ ଦଳର ସହଯୋଗୀ  ଏନସିପି ଏବଂ କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ଦୁଇ ଜଣ ପ୍ରାର୍ଥୀ  ପ୍ରଫୁଲ୍ଲ ପଟେଲ ଏବଂ ଇମ୍ରାନ ପ୍ରତାପଗଡ଼ିଙ୍କୁ ପ୍ରାର୍ଥୀ କରାଯାଇଛି। ରାଜ୍ୟସଭା ନିର୍ବାଚନ ଜିତିବାକୁ ହେଲେ  ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ୪୨ଟି ଭୋଟ୍ ଆବଶ୍ୟକ। ତେବେ ୬ଟି ରାଜ୍ୟସଭା ଆସନରୁ ୩ଟିର ବିଜୟ ପାଇଁ ମହାବିକାଶ ଅଘାଡ଼ି ନେତୃତ୍ୱରେ ଶାସକ ଶିବସେନା ପାଖରେ ଆବଶ୍ୟକ ସଂଖ୍ୟା ରହିଛି। ଯେଉଁଠି ୨୮୮ ଜଣ ଭୋଟ ଦେବେ।  ବିଜେପି ପାଖରେ ୧୦୬ ଜଣ ସଦସ୍ୟ ଅଛନ୍ତି। ବିଜେପି କେବଳ ୨ଟି ସିଟ୍‌ ଜିତିପାରିବ। ତେବେ ତୃତୀୟ ନମ୍ବର ପ୍ରାର୍ଥୀ ତଥା ବିଜେପିର ଧନଞ୍ଜୟ ଏବଂ ଶିବସେନାର ସଞ୍ଜୟ ପାୱାରଙ୍କୁ ନେଇ କଡ଼ା ଟକ୍କର ହେଉଛି।  ରାଜ୍ୟସଭାରେ ପ୍ରତ୍ୟେକ ଭୋଟର ମୂଲ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ଏଭଳିକ୍ଷେତ୍ରରେ ନବାବ ମଲିକ୍‌ ଏବଂ ଅନିଲ ଦେଶମୁଖଙ୍କ ଭୋଟ୍ ମଧ୍ୟ ବେଶ ଗୁରୁତ୍ୱ ବହନ କରେ।  କିନ୍ତୁ ଉଭୟଙ୍କ ଆବେଦନ ଖାରଜ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story