ଦିଲ୍ଲୀ ସ୍କୁଲ ଯିବେ ମେଲାନିଆ, ଏଯାଏ ନିମନ୍ତ୍ରଣ ପାଇନାହାନ୍ତି କେଜ୍ରି-ସିସୋଡିଆ

ନୂଆଦିଲ୍ଲୀ: ଦିଲ୍ଲୀର ଶିକ୍ଷାନୁଷ୍ଠାନ ବାବଦରେ ସବୁଆଡ଼େ ଚର୍ଚ୍ଚା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏହାର ପରିଦର୍ଶନରେ ଆସିବେ। କିନ୍ତୁ ଏହି ଗସ୍ତ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ନିମନ୍ତ୍ରଣ କରାଯାଇନି। ଆସନ୍ତା ସପ୍ତାହରେ ହିଁ ଆମେରିକାର ରାଷ୍ଟ୍ରପତିଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ଭାରତ ଗସ୍ତରେ ଆସିବାର ଅଛି। ଦିଲ୍ଲୀ ସରକାର ସୂତ୍ରରୁ କୁହାଯାଇଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ […]

kejri

kejri

Subrat Kumar Nayak
  • Published: Saturday, 22 February 2020
  • Updated: 22 February 2020, 04:54 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଶିକ୍ଷାନୁଷ୍ଠାନ ବାବଦରେ ସବୁଆଡ଼େ ଚର୍ଚ୍ଚା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏହାର ପରିଦର୍ଶନରେ ଆସିବେ। କିନ୍ତୁ ଏହି ଗସ୍ତ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ନିମନ୍ତ୍ରଣ କରାଯାଇନି। ଆସନ୍ତା ସପ୍ତାହରେ ହିଁ ଆମେରିକାର ରାଷ୍ଟ୍ରପତିଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ଭାରତ ଗସ୍ତରେ ଆସିବାର ଅଛି।

ଦିଲ୍ଲୀ ସରକାର ସୂତ୍ରରୁ କୁହାଯାଇଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନାମ ସ୍କୁଲ କାର୍ଯ୍ୟକ୍ରମରୁ ବାଦ୍‌ ପକାଯାଇଛି।

ତେବେ ବିଭିନ୍ନ ସୂତ୍ରରୁ ଭିନ୍ନ ଭିନ୍ନ କଥା ଆସିବାରେ ଲାଗିଛି। ଏକ ସୂତ୍ରରୁ ଜଣାପଡ଼ିଛି, ଉଭୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମେଲାନିଆଙ୍କୁ ସ୍କୁଲ ପରିଦର୍ଶନ କରାଇବେ। ସେମାନେ ଏଠାରେ ପଢ଼ାଯାଉଥିବା ମାନସିକ ବ୍ୟାୟାମ ଏବଂ ନୈତିକ ଶିକ୍ଷା ବାବଦରେ ବୁଝାଇବେ।

ତେବେ ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି, ଦୁଇ ନେତାଙ୍କୁ ଏହୈ ଭିଭିଆଇପି କାର୍ଯ୍ୟକ୍ରମରୁ ଦୂରେଇ ରଖିବା ବିଜେପିର ଯୋଜନା। ଜଣେ ଆପ୍‌ ନେତା ପ୍ରୀତି ଶର୍ମା କହିଛନ୍ତି, ତୁମେ ନିମନ୍ତ୍ରଣ ନକରିପାର କିନ୍ତୁ ତାଙ୍କ କାମ କଥା କହେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos