ଆଲିଗଡ଼: ୧୦୦ କୋଟିରୁ ଅଧିକ ଲୋକ ବାସ କରୁଥିବା ଆମ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ଯୋଗଗୁରୁ ରାମଦେବ ମନେ କରନ୍ତି। ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବୁଧବାର ସରକାରଙ୍କୁ ପରାମର୍ଶ ଦେଇ ରାମଦେବ କହିଛନ୍ତି, “ଯେଉଁମାନେଦୁଇରୁ ଅଧିକ ପିଲା ଚାହୁଁଛନ୍ତି, ସେମାନଙ୍କ ଭୋଟ ଦେବାର ଅଧିକାର ସରକାର ଛଡାଇ ନିଅନ୍ତୁ।”
ସେ ଆହୁରି କହିଥିଲେ, “ଦେଶର ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ହେଲେ, ଦୁଇରୁ ଅଧିକ ପିଲା ଥିବା ଲୋକଙ୍କୁ ଭୋଟ୍ ଦେବା ଅଧିକାର, ଚାକିରି ଓ ଚିକିତ୍ସା ସେବା ପାଇବା ଅଧିକାର ଛଡାଇ ନିଆଯାଉ। ସେ ହିନ୍ଦୁ ହୁଅନ୍ତୁ ଅବା ମୁସଲିମ୍ ଏହା ସମସ୍ତଙ୍କ ପାଇଁ ଲାଗୁ ହେଉ। ତା’ହେଲେ ଯାଇ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ।”
ସୂଚନାଯୋଗ୍ୟ, ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ରାମଦେବ ପ୍ରଥମ କରି ଏପରି କହିନାହାନ୍ତି। ଗତବର୍ଷ ସେ କହିଥିଲେ, “ଯେଉଁମାନଙ୍କର ଦୁଇରୁ ଅଧିକ ପିଲା ଅଛନ୍ତି, ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ନାମ ଲେଖାରୁ ବଞ୍ଚିତ କରାଯାଉ। ଏହାସହ ଉକ୍ତ ବ୍ୟକ୍ତିଙ୍କୁ ସରକାରୀ ମେଡିକାଲରେ କୌଣସି ସୁବିଧା ପ୍ରଦାନ କରାନଯାଉ ଓ ସରକାରୀ ଚାକିରିରୁ ବଞ୍ଚିତ କରାଯାଉ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଏୟାର ଫୋର୍ସ ଇଞ୍ଜିନିୟରଙ୍କ ମୃତ୍ୟୁ: ଲୁଟ ପାଇଁ ହତ୍ୟା ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର?
ଗୁଳି ମାଡ଼ର ଶବ୍ଦ ଯେମିତି କେହି ଶୁଣି ନ ପାରିବେ, ସେଥିପାଇଁ ହତ୍ୟାକାରୀ ପିସ୍ତଲରେ ସାଇଲେନ୍ସର ଲଗାଇଥିଲା। ଏଥିପାଇଁ ସେ ପୂର୍ବରୁ ପ୍ରସ୍ତୁତି କରିଥିଲା।

National
ପତ୍ନୀ ଜୀବିତ, ହେଲେ କାହିଁକି ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଯିବାକୁ ପଡ଼ିଥିଲା ଜେଲ?
ପୁଲିସ୍ ବେଟ୍ଟାଦାରାପୁରା ଠାବ କରିଥିବା କଙ୍କାଳ କାହାର? କାହିଁକି ପୁଲିସ୍ ମିଥ୍ୟା ଓ ତ୍ରୁଟିପୂର୍ଣ୍ଣ ଚାର୍ଜଶିଟ ଦାଖଲ କରିଥିଲା?

National
ଜୀବନ ସାଥୀ ଖୋଜୁଥିବା ଅବସରପ୍ରାପ୍ତ କର୍ଣ୍ଣେଲ କେମିତି ସର୍ବସ୍ୱ ହରାଇଲେ?
ଜୀବନ ସାଥୀ ଖୋଜୁଥିବା ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ବ୍ଲାକମେଲ କରାଯାଇଛି। ତାଙ୍କୁ ମାଡ଼ ମାରି ଜଣେ ମହିଳା ଓ ତାଙ୍କ ସହଯୋଗୀ ମଥୁରାରେ ଲୁଟ କରିଛନ୍ତି।

Politics
ନବୀନଙ୍କୁ ଚେତାଇଲେ ନେତା: ଅପବାଦ ମୁଣ୍ଡାଇବାକୁ ପ୍ୟାରୀ-ପାଣ୍ଡିଆନ ନାହାନ୍ତି, ଏଣିକି ଆପଣ ହିଁ ଦାୟୀ
ୱାକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ଗୁରୁବାର ବିଜେଡିର ନାଟକୀୟ ଆଭିମୁଖ୍ୟକୁ ନେଇ ଦଳରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତି ମଧ୍ୟରେ ଶୁକ୍ରବାର ପୂର୍ବାହ୍ନରେ ଆଗଧାଡ଼ିର ଦଳୀୟ ନେତାମାନେ ନବୀନଙ୍କୁ ଭେଟି ସାଂଗଠନିକ ପରିଚାଳନା ଓ ଦଳର ଆଭିମୁଖ୍ୟକୁ ନେଇ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Guest Column
ୱାକଫ୍ ଦକ୍ଷତା ବଢ଼ିବାରେ ମୁସ୍ଲିମ୍ ଭୟଭୀତ କାହିଁକି?
ଏହା କେହି ବି ଅସ୍ୱୀକାର କରିବେ ନାହିଁ ଯେ, ୱାକଫ୍ ପରିଚାଳନାରେ ଦୁର୍ବଳତା ଯୋଗୁ ୱାକଫ୍ ସଂପତ୍ତିଗୁଡ଼ିକ ଠିକଣା ବିନିଯୋଗ ହୋଇପାରୁନାହିଁ। ହେଲେ ମୋଦୀ ସରକାର ୱାକଫ୍ ଆଇନର ସଂଶୋଧନ ପାଇଁ ଏଥର ଆଣିଥିବା ସଂଶୋଧନ ପ୍ରସ୍ତାବ ବିରୋଧରେ ସାରା ଦେଶର ମୁସ୍ଲିମ୍ ସମାଜ ଭୟଭୀତ ହୋଇଯାଇଛନ୍ତି।