ସିବିଆଇ କୋର୍ଟ ଆଗରେ ହାଜର ହେବେ ଆଡ଼ଭାନୀ

ଲକ୍ଷ୍ନୌ: ୧୯୯୨ ମସିହା ବାବ୍ରୀ ମସଜିଦ୍ ମାମଲାରେ ସିବିଆଇ କୋର୍ଟ ଆଗରେ ହାଜର ହେବେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ। ତାଙ୍କ ସହିତ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ବିଜେପି ନେତା ଡକ୍ଚର ଏମ୍.ଏମ୍ ଜୋଶୀ ଏବଂ ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ନ୍ରିତ୍ୟ ଗୋପାଳ ଦାଶ ମଧ୍ୟ ସିବିଆଇ କୋର୍ଟ ଆଗରେ ହାଜର ହେବେ। ଭିଡିଓ କନଫରେନସିଂ ଜରିଆରେ ଏମାନେ ହାଜର ହେବେ। କୋର୍ଟ ଏଥିପାଇଁ […]

ADVANI-JOSHI

ADVANI-JOSHI

Subhransu Sekhar
  • Published: Sunday, 21 June 2020
  • Updated: 21 June 2020, 04:20 PM IST

Sports

Latest News

ଲକ୍ଷ୍ନୌ: ୧୯୯୨ ମସିହା ବାବ୍ରୀ ମସଜିଦ୍ ମାମଲାରେ ସିବିଆଇ କୋର୍ଟ ଆଗରେ ହାଜର ହେବେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ। ତାଙ୍କ ସହିତ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ବିଜେପି ନେତା ଡକ୍ଚର ଏମ୍.ଏମ୍ ଜୋଶୀ ଏବଂ ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ନ୍ରିତ୍ୟ ଗୋପାଳ ଦାଶ ମଧ୍ୟ ସିବିଆଇ କୋର୍ଟ ଆଗରେ ହାଜର ହେବେ। ଭିଡିଓ କନଫରେନସିଂ ଜରିଆରେ ଏମାନେ ହାଜର ହେବେ। କୋର୍ଟ ଏଥିପାଇଁ ସରକାରଙ୍କ ନ୍ୟାଶନାଲ ଇନଫର୍ମେଟିକ୍ସ ସେଣ୍ଟର (ଏନଆଇସି)କୁ ବ୍ୟବସ୍ଥା କରିବାକୁ କହିଛନ୍ତି। ସିଆରପିସିର ଧାରା ୩୧୩ ଅନୁଯାୟୀ ଏମାନଙ୍କ ବୟାନ ରେକର୍ଡ କରାଯିବ।

ତଦନ୍ତ ଏବଂ ବିଭିନ୍ନ ରିପୋର୍ଟକୁ ଆଧାର କରି ସମସ୍ତ ଅଭିଯୁକ୍ତଙ୍କୁ ହଜାରେ ପ୍ରଶ୍ନ ପଚାରିବେ କୋର୍ଟ। ସ୍ୱତନ୍ତ୍ର ସିବିଆଇ ଅଦାଲତ ଅଭିଯୁକ୍ତମାନଙ୍କୁ ତଥ୍ୟ ଏବଂ ପ୍ରମାଣ ବିଷୟରେ ଅବଗତ କରାଇଛନ୍ତି। ଏବେ କୋର୍ଟଙ୍କ ପ୍ରଶ୍ନ ଅନୁଯାୟୀ ଅଭିଯୁକ୍ତମାନେ ତାଙ୍କର ମତ ରଖିବେ। ସିବିଆଇ କାଉନସେଲର ଲଳିତ ସିଂହ ଏହି ସୂଚନା ଦେଇଛନ୍ତି।

ଆଡଭାନୀ ଜୁନ୍ ୩୦, ଜୋଶୀ ଜୁଲାଇ ୧, କଲ୍ୟାଣ ସିଂହ ଜୁଲାଇ ୨ରେ ସିବିଆଇ କୋର୍ଟରେ ହାଜର ହେବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଜୁନ୍ ୨୩ରେ ନ୍ରିତ୍ୟ ଗୋପାଳ ଦାଶ, ଜୁନ୍ ୨୨ରେ ଆର.ଏନ୍ ଶ୍ରୀବାସ୍ତବ, ଜୁନ୍ ୨୪ରେ ଜୟ ଭଗବାନ ଦାଶ, ଜୁନ୍ ୨୫ରେ ଅମର ନାଥ ଗୋଏଲ, ଜୁନ୍ ୨୬ରେ ସୁଧୀର କକ୍କଡ ଏବଂ ଜୁନ୍ ୨୯ରେ ଆଚାର୍ଯ୍ୟ ଧର୍ମେନ୍ଦ୍ର ଦେବ ସିବିଆଇ କୋର୍ଟରେ ଆଗରେ ହାଜର ହେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୧୯୯୨ ମସିହା ଅଯୋଧ୍ୟା ବାବ୍ରି ମସଜିଦ୍ ମାମଲାର ବିଚାର ସାରିବାକୁ ସୁପ୍ରିମକୋର୍ଟ ମେ’ ୮ରେ ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ଭଳି ଦେଶର ପ୍ରମୁଖ ନେତାଙ୍କ ନାମ ସାମିଲ୍ ରହିଛି। ଗତବର୍ଷ ଜୁଲାଇରେ ସୁପ୍ରିମକୋର୍ଟ ଚଳିତବର୍ଷ ଏପ୍ରିଲ ଶେଷ ସୁଦ୍ଧା ବାବ୍ରି ମାମଲାର ବିଚାର କରିବାକୁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ।

ଦେଶ ଲକଡାଉନ୍ ରହିଛି। ଏହି ମାମଲାର ବିଚାର ପାଇଁ ଅଧିକ ସମୟ ଦରକାର ବୋଲି ସିବିଆଇ କୋର୍ଟ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ବିଚାର ଅବଧି ଆଉ ୪ ମାସ ବଢ଼ାଇ ଦେଇଛନ୍ତି। ଆଗକୁ ଲକଡାଉନ୍ ଅବଧି ବୃଦ୍ଧି ପାଇଲେ ମଧ୍ୟ ଭିଡିଓ କନଫରେନସିଂ ଜରିଆରେ ମାମଲାର ଶୁଣାଣି କରି ଶେଷ କରିବାକୁ ସୁପ୍ରିମକୋର୍ଟ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।

ତଦନୁସାରେ ସେମାନଙ୍କ ବିରୋଧରେ ଥିବା ମାମଲାରେ ଏହି ଅଭିଯୋଗ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ସାମିଲ୍ ଥିବା ଅନ୍ୟ ତିନି ଜଣ ଗିରିରାଜ କିଶୋର, ବିଶ୍ୱ ବିନ୍ଦୁ ପରିଷଦର ନେତା ଅଶୋକ ସିଂଘଲ ଏବଂ ବିଷ୍ଣୁହରି ଡାଲମିଆଙ୍କର ଶୁଣାଣି ଚାଲିଥିବା ବେଳେ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos