ବାୟୁସେନାର ମିରେଜ -୨୦୦୦ ଯୁଦ୍ଧ ବିମାନର ସଫଳ ପରୀକ୍ଷାମୂଳକ ଅବତରଣ

ନୂଆଦିଲ୍ଲୀ :  ରାଜ ରାସ୍ତାରେ ଅବତରଣ କଲା ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ । ଗୁରୁବାର ସକାଳ ୬ ଟା୪୦ ନୋଇଡାରୁ ଆଗ୍ରା ଯାଇଥିବା ଯମୁନା ଏକ୍ସପ୍ରେସ- ୱେରେ ବାୟୁସେନାର ମିରେଜ -୨୦୦୦ ଯୁଦ୍ଧ ବିମାନ ଲ୍ୟାଣ୍ଡିଂ କରିଥିଲା । ତେବେ ଏହା ପୂର୍ବ ନିର୍ଦ୍ଧାରିତ ଥିଲା । ଏକ ଅଭ୍ୟାସ କାର୍ଯ୍ୟକ୍ରମ ଅନ୍ତର୍ଗତ ସେନାର ଏହି ବିମାନକୁ ରାସ୍ତାରେ ଅବତରଣ କରାଯାଇଥିଲା । ଜରୁରୀକାଳୀନ ପରିସ୍ଥିତିରେ ଯୁଦ୍ଧ ବିମାନଗୁଡିକର ଏଭଳି ରାସ୍ତା ଉପରେ ବାୟୁସେନା […]

miragee

miragee

Rakesh Mallick
  • Published: Thursday, 21 May 2015
  • Updated: 21 May 2015, 08:38 AM IST

Sports

Latest News

ନୂଆଦିଲ୍ଲୀ :  ରାଜ ରାସ୍ତାରେ ଅବତରଣ କଲା ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ । ଗୁରୁବାର ସକାଳ ୬ ଟା୪୦ ନୋଇଡାରୁ ଆଗ୍ରା ଯାଇଥିବା ଯମୁନା ଏକ୍ସପ୍ରେସ- ୱେରେ ବାୟୁସେନାର ମିରେଜ -୨୦୦୦ ଯୁଦ୍ଧ ବିମାନ ଲ୍ୟାଣ୍ଡିଂ କରିଥିଲା । ତେବେ ଏହା ପୂର୍ବ ନିର୍ଦ୍ଧାରିତ ଥିଲା । ଏକ ଅଭ୍ୟାସ କାର୍ଯ୍ୟକ୍ରମ ଅନ୍ତର୍ଗତ ସେନାର ଏହି ବିମାନକୁ ରାସ୍ତାରେ ଅବତରଣ କରାଯାଇଥିଲା । ଜରୁରୀକାଳୀନ ପରିସ୍ଥିତିରେ ଯୁଦ୍ଧ ବିମାନଗୁଡିକର ଏଭଳି ରାସ୍ତା ଉପରେ ବାୟୁସେନା ପକ୍ଷରୁ ଟ୍ରାଏଲ ଲ୍ୟାଣ୍ଡିଂ କରାଯାଇଥାଏ । ଏହି ଲ୍ୟାଣ୍ଡିଂ ସଫଳ  ହୋଇଥିବା ସେନା ପକ୍ଷରୁ କୁହାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଆଗ୍ରା ଓ ମଥୁରା ଏସପିଙ୍କ ମିଳିତ ସହଯୋଗରେ ଏହି ଅପରେସନ କରାଯାଇଥିଲା । ସୂଚନାଯୋଗ୍ୟ, ଜର୍ମାନୀ, ପୋଲାଣ୍ଡ ସ୍ୱିଇଣ୍ଡେନ୍, ସାଉଥକୋରିଆ, ତାଇୱାନ, ସିଙ୍ଗାପୁର, ସୁଇଜରଲ୍ୟାଣ୍ଡ , ଚେକୋସ୍କୋଭିଆ ଓ ପାକିସ୍ଥାନ ପରି ରାଷ୍ଟ୍ରରେ ଜରୁରୀକାଳୀନ ପରିସ୍ଥିତିରେ  ଉଦ୍ଧାର କାର୍ଯ୍ୟ ପାଇଁ ଏହି ବମାନ ଅବତରଣ କରିଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos