ଶ୍ରୀନଗର: ରାତି ପାହିଲେ ଜମ୍ମୁ କଶ୍ମୀରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ବୋମା ଫିଙ୍ଗି ଆତଙ୍କବାଦୀ ଏହି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ବୋଲି ବାର୍ତ୍ତା ଦେଇଛନ୍ତି। ମଙ୍ଗଳବାର ବିଳମ୍ୱିତ ରାତିରେ ଆତଙ୍କବାଦୀ ମାନେ ଏକ ସ୍କୁଲରେ ନିଆଁ ଲଗାଇବା ସହିତ ପରିବା ମଣ୍ଡି ଉପରକୁ ବୋମା ଫିଙ୍ଗିଛନ୍ତି। ଯାହାକୁ ନେଇ ଏବେ କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ମଙ୍ଗଳବାର ବିଳମ୍ୱିତ ରାତିରେ ଶ୍ରୀନଗର କୁଲଗାମରେ ଏକ ସ୍କୁଲ ଏବଂ ଗୋଦାମରେ ନିଆଁ ଲଗାଇ ଦେଇଥିଲେ ଆତଙ୍କବାଦୀ। ପୁଲଓ୍ୱାମା ଜିଲ୍ଲାରେ ଏକ ଟ୍ରକକୁ ଜାଳିବା ସହ ଶ୍ରୀନଗରରେ ଥିବା ଏକ ପରିବା ମଣ୍ଡି ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଛନ୍ତି ଆତଙ୍କବାଦୀ। ତେବେ ଏହି ଘଟଣାରେ କୋଣସି ପ୍ରାଣହୀନ କିମ୍ୱା କେହି କ୍ଷତବିକ୍ଷତ ହୋଇ ନାହାନ୍ତି। ପୁଲିସ ଏବେ ମାମଲା ଦାୟର କରି ସର୍ଚ୍ଚ ଅପରେସନ ଜାରି କରିଛି।
ଆସନ୍ତାକାଲି ହେବାକୁ ଥିବା ଏହି ନିର୍ବାଚନରେ ମୋଟ ୨୬, ୬୨୯ ଟି ପଞ୍ଚାୟତ ଏବଂ ସରପଞ୍ଚ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ଭାଗ ନେବେ। ଯେଉଁଥିରୁ ୮, ୩୧୩ ମହିଳା ଏବଂ ୧୮, ୩୧୬ ପୁରୁଷ ରହିଛନ୍ତି ବୋଲି ଜମ୍ମୁ କଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ରହିଛନ୍ତି।
ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି। ଏବେ ଅନେକ ନେତା ଜେଲରୁ ମୁକୁଳିଥିବାବେଳେ ରାଜ୍ୟର ପ୍ରମୁଖ ନେତା ଏବେ ଗୃହବନ୍ଦୀ ରହିଛନ୍ତି। ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ କଂଗ୍ରେସ, ପିଡିପି ଏବଂ ନ୍ୟାଶନାଲ କନଫରେନସ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ବିରୋଧ କରିଛନ୍ତି। ତେଣୁ ବିଜେପି ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହେବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।