ପ୍ରସ୍ତାବିତ ନୂଆ ଶିକ୍ଷାନୀତିରେ ହିନ୍ଦୀକୁ ନେଇ ବିବାଦ, ତେଜସ୍ୱୀ ସୂର୍ଯ୍ୟ କହିଲେ ଅପପ୍ରଚାର

ନୂଆଦିଲ୍ଲୀ:ମାନବ ସମ୍ବଳ ମନ୍ତ୍ରଣାଳୟର ପ୍ରସ୍ତାବିତ ନୂଆ ଶିକ୍ଷା ନୀତିକୁ ନେଇ ରାଜନୀତିକ ମହଲରେ ବିବାଦ ଜୋର ଧରିଛି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌ ଏନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ସେହି ଦକ୍ଷିଣ ଭାରତର ବେଙ୍ଗାଲୁରୁରୁ ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏହା ସମର୍ଥନରେ ବାହାରିଛନ୍ତି। ତେଜସ୍ୱୀ କହିଛନ୍ତି, ସେ କନ୍ନଡ଼ ଭାଷୀ ହୋଇଥିବାରୁ ଗର୍ବିତ। ପ୍ରସ୍ତାବିତ ନୂତନ ଶିକ୍ଷାନୀତିରେ ରହିଥିବା ବ୍ୟବସ୍ଥାଗୁଡ଼ିକର ଭୁଲ ବିଚାର କରାଯାଇଛି ଏବଂ ଏହାକୁ ଠିକ୍‌ରେ ଅନୁଶୀଳନ ନକରି ଅପପ୍ରଚାର କରାଯାଇଛି। ପୂର୍ବରୁ […]

hindi-imposition

hindi-imposition

Subrat Kumar Nayak
  • Published: Sunday, 02 June 2019
  • Updated: 02 June 2019, 07:34 PM IST

Sports

Latest News

ନୂଆଦିଲ୍ଲୀ:ମାନବ ସମ୍ବଳ ମନ୍ତ୍ରଣାଳୟର ପ୍ରସ୍ତାବିତ ନୂଆ ଶିକ୍ଷା ନୀତିକୁ ନେଇ ରାଜନୀତିକ ମହଲରେ ବିବାଦ ଜୋର ଧରିଛି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌ ଏନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ସେହି ଦକ୍ଷିଣ ଭାରତର ବେଙ୍ଗାଲୁରୁରୁ ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏହା ସମର୍ଥନରେ ବାହାରିଛନ୍ତି। ତେଜସ୍ୱୀ କହିଛନ୍ତି, ସେ କନ୍ନଡ଼ ଭାଷୀ ହୋଇଥିବାରୁ ଗର୍ବିତ। ପ୍ରସ୍ତାବିତ ନୂତନ ଶିକ୍ଷାନୀତିରେ ରହିଥିବା ବ୍ୟବସ୍ଥାଗୁଡ଼ିକର ଭୁଲ ବିଚାର କରାଯାଇଛି ଏବଂ ଏହାକୁ ଠିକ୍‌ରେ ଅନୁଶୀଳନ ନକରି ଅପପ୍ରଚାର କରାଯାଇଛି। ପୂର୍ବରୁ ଷ୍ଟାଲିନ୍‌ କହିଥିଲେ, ହିନ୍ଦୀ ତାମିଲନାଡ଼ୁ ଲୋକଙ୍କ ରକ୍ତରେ ନାହିଁ।

କେ କସ୍ତୁରିରଙ୍ଗନ୍‌ କମିଟି କେନ୍ଦ୍ର ସରକାରଙ୍କ ନିକଟରେ ନୂତନ ଶିକ୍ଷା ନୀତି ପାଇଁ ଡ୍ରାଫ୍ଟ ଉପସ୍ଥାପନ କରିବାପରେ ଏପରି ବିବାଦ ଆରମ୍ଭ ହୋଇଛି। ଏଥିରେ ସ୍କୁଲ ସ୍ତରରେ ତ୍ରିଭାଷୀ (ମାତୃଭାଷା, ଇଂରାଜୀ ଏବଂ ହିନ୍ଦୀ) ବ୍ୟବସ୍ଥା କରାଯାଇଛି। ଏପରିକି ଅଣହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକରେ ପ୍ରିସ୍କୁଲରୁ ଦ୍ୱାଦଶ ଯାଏ ହିନ୍ଦୀ ବିଷୟ ରଖିବାକୁ ଦିଆଯାଇଥିବା ପ୍ରସ୍ତାବକୁ ଦକ୍ଷିଣ ଭାରତରେ, ବିଶେଷ କରି ତାମିଲନାଡ଼ୁରେ ବିରୋଧ କରାଯାଉଛି।

୫୦୦ ପୃଷ୍ଠାର ଏହି ରିପୋର୍ଟରେ କୁହାଯାଇଛି, ଅଣହିନ୍ଦୀ ଭାଷାଭାଷୀ ରାଜ୍ୟରେ ଛାତ୍ରଛାତ୍ରୀ ମାତୃଭାଷା ସହ ଇଂରାଜୀ ଏବଂ ହିନ୍ଦୀ ପଢ଼ିବେ। ଅନ୍ୟପକ୍ଷରେ, ହିନ୍ଦୀଭାଷୀ ରାଜ୍ୟରେ ହିନ୍ଦୀ ବ୍ୟତୀତ ଇଂରାଜୀ ଏବଂ ଅନ୍ୟ ଏକ ଭାରତୀୟ ଭାଷା ରଖିବାକୁ କସ୍ତୁରିରଙ୍ଗନ୍‌ କମିଟି ପ୍ରସ୍ତାବ ଦେଇଛି ।

ତେବେ ତେଜସ୍ୱୀ ଏହି ପ୍ରସଙ୍ଗରେ କହିଛନ୍ତି, “ନୂଆ ଶିକ୍ଷା ନୀତି ଯେତେବେଳେ ଅଣ ହିନ୍ଦୀ ରାଜ୍ୟରେ ହିନ୍ଦୀ ପଢ଼ାଇବାର କଥା କହୁଛି, ଠିକ୍‌ ସେତିକିବେଳେ ହିନ୍ଦୀ ଭାଷୀ ରାଜ୍ୟରେ ଏକ ଅଣ ହିନ୍ଦୀ ଭାରତୀୟ ଭାଷା ଶିକ୍ଷାର କଥା କହୁଛି। ଅର୍ଥାତ ହିନ୍ଦୀଭାଷୀ ସ୍ଥାନଗୁଡ଼ିକରେ କନ୍ନଡ଼, ତାମିଲ, ମାଲାୟଲମ୍‌ ଏବଂ ବଙ୍ଗଳା ଆଦି ଭାଷା ମଧ୍ୟ ପଢ଼ାଯିବା ପାଇଁ ପ୍ରୋତ୍ସାହନ ମିଳିବ। ୩ ଭାଷା ଫର୍ମୁଲା ୧୯୬୮ରୁ ଅଛି। ୧୯୮୬ ଏବଂ ୧୯୯୨ମସିହାରେ ଆଗତ ହୋଇଥିବା ନୂତନ ଶିକ୍ଷାନୀତିରେ ଏହା ସାମିଲ କରାଯାଇଥିଲା। ଏହି ପ୍ରସ୍ତାବିତ ଡ୍ରାଫ୍ଟ ହିନ୍ଦୀକୁ କାହା ଉପରେ ଲଦିଦେଉନି, କେବଳ ଅଣ ହିନ୍ଦୀଭାଷୀ ସ୍ଥାନରେ ହିନ୍ଦୀକୁ ପ୍ରୋତ୍ସାହନ ଦେଉଛି।”

ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି, ଏହା ଏକ ଡ୍ରାଫ୍ଟ ଯାହାକି ପରେ ସଂଶୋଧନ କରାଯାଇପାରିବ। ଏଥିରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ପଞ୍ଚମ ଶ୍ରେଣୀ ଯାଏ ଶ୍ରେଣୀ ଗୃହରେ ଯୋଗାଯୋଗର ମାଧ୍ୟମ ମାତୃଭାଷା ହିଁ ରହିବ। ଏହା ହିନ୍ଦୀ ଲଦିବା ପାଇଁ ନୁହେଁ ବରଂ ହିନ୍ଦୀ ଓ ଇଂରାଜୀ ଅପେକ୍ଷା ମାତୃଭାଷାକୁ ଅଧିକ ଗୁରୁତ୍ୱ ଦେବାପାଇଁ କରାଯାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି, ଏହାକୁ ସରକାର ଏଯାଏ ସ୍ୱୀକୃତି ଦେଇନାହାନ୍ତି କିମ୍ବା ଏହାକୁ କେଉଁଠି ଲାଗୁ କରାଯାଇନାହିଁ। ଏହା ଉପରେ ବିଭିନ୍ନ ମହଲରୁ ମତାମତ ଆସିବା ପରେ ଆବଶ୍ୟକ ସଂଶୋଧନ କରାଯିବ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ଡିଏମ୍‌କେ ସାଂସଦ ଗୃହରେ ଜୋରଦାର ଢଙ୍ଗରେ ଉଠାଇବେ ବୋଲି କହିଛନ୍ତି ଷ୍ଟାଲିନ୍‌। ସେ କହିଛନ୍ତି, ତାମିଲନାଡ଼ୁରେ ହିନ୍ଦୀ ଲଦିବା ମହୁଫେଣାରେ ଟେକା ମାରିବା ପରି। ସେ ଆହୁରି କହିଛନ୍ତି, ଯଦି ଏହା ଲାଗୁ ହୁଏ ଡିଏମ୍‌କେ କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ଯୁଦ୍ଧ ଡାକରା ଦେବ। ଏଭଳି ପ୍ରସ୍ତାବ ଦେଶକୁ ଖଣ୍ଡ ଖଣ୍ଡ କରିଦେବ ବୋଲି ସେ ଚେତାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story