କୋଲକାତା: ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂଖ୍ୟାକୁ ପାର କରି ଯାଇଛି। ଆଜି ପଶ୍ଚିମବଙ୍ଗରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଆରୋଗ୍ୟ ହାର ୫୦%ରୁ ଅଧିକ ହୋଇଯାଇଛି।
ସରକାରଙ୍କ ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୦୯ ଥିବା ବେଳେ ଏମାନଙ୍କ ମଧ୍ୟରୁ ୬୦୨୮ ଜଣ ସୁସ୍ଥ ହୋଇ ସାରିଛନ୍ତି। ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ୫,୩୮୬ ଜଣ ଚିକିତ୍ସିତ ହେଉଛନ୍ତି। ଆଜି ଗୋଟିଏ ଦିନରେ ରେକର୍ଡ ୫୩୪ ଜଣ ସୁସ୍ଥ ହୋଇଛନ୍ତି।
ଗତ ୨୪ ଘଣ୍ଟାରେ ବେଙ୍ଗଲରେ ୪୧୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ସେହିପରି ୨୪ ଘଣ୍ଟାରେ ୮,୫୧୨ ନମୁନା ଟେଷ୍ଟ କରାଯାଇଛି। ପ୍ରତି ୧୦ ଲକ୍ଷରେ ରାଜ୍ୟରେ ୩୯୦୮ଟି ନମୁନା ପରୀକ୍ଷା କରାଯାଉଛି। ଆରୋଗ୍ୟ ହାର ୫୦.୬୧% ଥିବା ବେଳେ ପଜିଟିଭ ହାର ୩.୩୯% ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।