ଭୂକଂପ: ବିହାରରେ ୧୬ମୃତ, ଶତାଧିକ ଘର ଭାଙ୍ଗିଲା

  ନୂଆଦିଲ୍ଲୀ: ନେପାଳ ଓ ଆଫଗାନିସ୍ତାନରେ ଆଜି ପ୍ରାୟ ଏକ ସଙ୍ଗେ ଦୁଇଟି ଭୂକଂପ ହୋଇଥିବା ବେଳେ ଏହାର ପ୍ରଭାର ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକ ଉପରେ ପଡ଼ିଛି। ୧୨ଟା ୩୫ ମିନିଟରେ ଆସିଥିବା ଏହି ଭୂକଂପରେ ପୂରା ଉତ୍ତର ଭାରତ ଥରି ଯାଇଥିଲା। ମିଳିଥିବା ଖବର ଅନୁଯାୟୀ ଏହି ଭୂକଂପରେ ବର୍ତ୍ତମାନ ସୁଦ୍ଧା ବିହାରରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହୁରି ଅନେକ ଆହତ ହୋଇଛନ୍ତି। ଶତାଧିକ ଘର ଭୁଶୁଡ଼ି ପଡ଼ିଛି। ବିଶେଷ କରି ପାଟନାରେ […]

kolkata

kolkata

Rakesh Mallick
  • Published: Tuesday, 12 May 2015
  • Updated: 12 May 2015, 12:27 PM IST

Sports

Latest News

 

ନୂଆଦିଲ୍ଲୀ: ନେପାଳ ଓ ଆଫଗାନିସ୍ତାନରେ ଆଜି ପ୍ରାୟ ଏକ ସଙ୍ଗେ ଦୁଇଟି ଭୂକଂପ ହୋଇଥିବା ବେଳେ ଏହାର ପ୍ରଭାର ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକ ଉପରେ ପଡ଼ିଛି। ୧୨ଟା ୩୫ ମିନିଟରେ ଆସିଥିବା ଏହି ଭୂକଂପରେ ପୂରା ଉତ୍ତର ଭାରତ ଥରି ଯାଇଥିଲା। ମିଳିଥିବା ଖବର ଅନୁଯାୟୀ ଏହି ଭୂକଂପରେ ବର୍ତ୍ତମାନ ସୁଦ୍ଧା ବିହାରରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହୁରି ଅନେକ ଆହତ ହୋଇଛନ୍ତି। ଶତାଧିକ ଘର ଭୁଶୁଡ଼ି ପଡ଼ିଛି। ବିଶେଷ କରି ପାଟନାରେ ଭୂକଂପର ଝଟକା ଅଧିକ ଅନୁଭୁତ ହୋଇଥିଲା। ଏଠାରେ ଦୁଇଥର- ୧୨ଟା ୩୬ ଓ ୧୩ଟା୯ରେ ଭୂକଂପ ଅନୁଭୁତ ହୋଇଥିଲା। ସେହିପରି ରାଜ୍ୟର ଦରଭଙ୍ଗା, ସୀତାମାରହି, ପୁମିଆ, ସିୱାନ ଓ କଟିହାର ଜିଲ୍ଲାରେ ମଧ୍ୟ ଘରଦ୍ୱାର ଭାଙ୍ଗିଛି।

ଭୂକଂପ ଯୋଗୁ ଉତ୍ତର ପ୍ରଦେଶରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ଭୂମିକମ୍ପରେ ବିହାରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପ୍ରାୟ ୬୦ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨୦୦ରୁ ଅଧିକ ଆହତ ହୋଇଥିଲେ।

ଭୂକଂପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଆଲୋଚନା କରିଛନ୍ତି ଓ କ୍ଷୟକ୍ଷତି ନେଇ ରିପୋର୍ଟ ମଗାଇବାକୁ କହିଛନ୍ତି।

ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ଭୂକଂପରେ ବିହାରରେ ବ୍ୟାପକ କ୍ଷତି ହୋଇଥିଲା। ୫୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ୨୦୦ରୁ ଅଧିକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos