ଥିମ୍ପୁ: ଭୁଟାନରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୬ ବର୍ଷୀୟ ଏହି ରୋଗୀ ଜଣକ ଆମେରିକାର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ମାର୍ଚ୍ଚ ୨ରେ ସେ ଆସାମର ଗୌହାଟୀରୁ ଭୁଟାନକୁ ଯାତ୍ରା କରିଥିଲେ। ଏନେଇ ଶୁକ୍ରବାର ଭୁଟାନ ପ୍ରଧାନମନ୍ତ୍ରୀ ଲୋଟାଏ ଟିଶେରିଙ୍ଗଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ଭୁଟାନ ସରକାର କରୋନା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା କରିଛନ୍ତି। ଏହି ହସ୍ପିଟାଲର ସ୍ୱତନ୍ତ୍ର ଓ୍ୱାର୍ଡରେ କରୋନା ଆକ୍ରାନ୍ତଙ୍କୁ ରଖାଯାଇଛି। ଆକ୍ରାନ୍ତ ଜଣଙ୍କ ୫୯ ବର୍ଷୀୟା ପତ୍ନୀଙ୍କ ସମେତ ୮ ଭାରତୀୟ ଯାତ୍ରୀ, ଡ୍ରାଇଭର ଏବଂ ଟୁରିଷ୍ଟ ଗାଇଡରଙ୍କ ସହ ଭାରତ ଗସ୍ତରେ ଆସିଥିଲେ।
ତେବେ ୮ ଭାରତୀୟ ଯାତ୍ରୀଙ୍କୁ କୋରାନା ସନ୍ଦିଗ୍ଧ ବୋଲି ବିଚାର କରି ଭୁଟାନ ସରକାର ଭାରତୀୟ ରାଜଦୂତଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପଟେ ଆକ୍ରାନ୍ତଙ୍କ ପତ୍ନୀ, ଡ୍ରାଇଭର ଏବଂ ଗାଇଡଙ୍କୁ ମଧ୍ୟ କୋଭିଡ୍-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।
National
କାଲିଠୁ ମହାକୁମ୍ଭ ମେଳା, ଜମିଲାଣି ସାଧୁ ସନ୍ଥଙ୍କ ଭିଡ଼
ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ହେବ ସାହି ସ୍ନାନ।
National
୨୦ରେ ଟ୍ରମ୍ପଙ୍କ ଶପଥ, ଯୋଗ ଦେବେ ଜୟଶଙ୍କର
ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ।
National
ରାତି ସାରା ଷ୍ଟୋଭ୍ରେ ବସିଥିଲା ଛୋଲେ, ସକାଳୁ ଚାଲିଗଲା ଦୁଇ ଜୀବନ
ଶ୍ୱାସରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
Science & Environment
ସ୍ପେସ ଡକିଂ କ୍ଷେତ୍ରରେ ଇତିହାସ ରଚିବ ଇସ୍ରୋ, ୩ ମିଟର ଟ୍ରାଏଲ୍ ସଫଳ
ରାତି ୨ଟା ବେଳେ ୨ଟି ଉପଗ୍ରହ ମଧ୍ୟରେ ଦୂରତା ୧୦୫ ମିଟର ଥିଲା।