ଅଳ୍ପକେ ବର୍ତ୍ତିଲେ ବିଦ୍ୟା ବାଲନ୍: କାର୍‌ ଚୂରମାର୍

ମୁମ୍ୱାଇ: ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲନ୍। ଆଜି ସକାଳେ ସେ ଏକ ମିଟିଂ ପାଇଁ ବାନ୍ଦ୍ରା ଯାଉଥିଲେ। ତେବେ ଏକ କାର୍ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ବିଦ୍ୟା ସୁରକ୍ଷିତ ଥିବା ଜଣାପଡ଼ିଛି। ତାଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଛି। ଦୁର୍ଘଟଣାରେ ତାଙ୍କ କାର୍ ସଂପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଛି। ସୂଚନାଯୋଗ୍ୟ ଯେ, ନିକଟରେ ବିଦ୍ୟା ତାଙ୍କର ଆଗାମୀ ଫିଲ୍ମ ’ତୁମହାରୀ ସୁଲୁ’ର ଶୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି […]

vidya

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 09:46 AM IST

ମୁମ୍ୱାଇ: ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲନ୍। ଆଜି ସକାଳେ ସେ ଏକ ମିଟିଂ ପାଇଁ ବାନ୍ଦ୍ରା ଯାଉଥିଲେ। ତେବେ ଏକ କାର୍ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ବିଦ୍ୟା ସୁରକ୍ଷିତ ଥିବା ଜଣାପଡ଼ିଛି। ତାଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଛି। ଦୁର୍ଘଟଣାରେ ତାଙ୍କ କାର୍ ସଂପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟ ଯେ, ନିକଟରେ ବିଦ୍ୟା ତାଙ୍କର ଆଗାମୀ ଫିଲ୍ମ ’ତୁମହାରୀ ସୁଲୁ’ର ଶୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁରେଶ ତ୍ରିବେଣୀ।  ସେ ଏହି ଫିଲ୍ମରେ ‘ନାଇଟ୍ ଜୋକି’ ଭୂମିକାରେ ଅଭିନୟ କରିଛନ୍ତି। ଏହାପୂର୍ବରୁ ତାଙ୍କୁ ‘ଲଗେ ରୋହ ମୁନ୍ନା ଭାଇ’ ଫିଲ୍ମରେ ଆରଜେ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ବିଦ୍ୟାଙ୍କ ସ୍ୱାମୀ ହୋଇଛନ୍ତି ମାନବ କୌଲ। ନେହା ଧୂପିଆଙ୍କୁ ବିଦ୍ୟାଙ୍କ ବସ୍‌ ଭୂମିକାରେ ଦେଖିବାକୁ ମିଳିବ।

ଏହି ଫିଲ୍ମ ୨୪ ନଭେମ୍ୱରରେ ରିଲିଜ ହେବ। ଫିଲ୍ମର ୩ଟି ପୋଷ୍ଟର ଓ ଗୋଟିଏ ଟିଜର ରିଲିଜ ହୋଇ ସାରିଛି।

Related story