ବିହାର ନିର୍ବାଚନ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ: ଅମିତ ଶାହା

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ଦେଉଛି ଭାଜପା। ମଙ୍ଗଳବାର ଏ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।। ସେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବା ନେଇ ଆମେ ଆଶାବାଦୀ ଅଛୁ। ବିହାରେ ବିଜେପି କେବେ ବି ଏକାକୀ ଶାସନ କରି ନାହିଁ। ତେବେ ଏଥର ସେହି ସୁଯୋଗ ଆସିବ। […]

amitshah

amitshah

Rakesh Mallick
  • Published: Tuesday, 26 May 2015
  • Updated: 26 May 2015, 11:19 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ଦେଉଛି ଭାଜପା। ମଙ୍ଗଳବାର ଏ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।।

ସେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବା ନେଇ ଆମେ ଆଶାବାଦୀ ଅଛୁ। ବିହାରେ ବିଜେପି କେବେ ବି ଏକାକୀ ଶାସନ କରି ନାହିଁ। ତେବେ ଏଥର ସେହି ସୁଯୋଗ ଆସିବ।

ସେହିପରି ବିହାରରେ ବିଜେପି ଏକା ଲଢ଼ିବ ନା ମେଣ୍ଟ କରିବ ବୋଲି ପଚରା ଯିବାରେ ଅମିତ କହିଥିଲେ ଯେ ଦଳ ପାଇଁ ସବୁ ପ୍ରକାର ବିକଳ୍ପ ଖୋଲା ରହିଛି। ଏ ନେଇ ଆଲୋଚନା ଜାରି ରହିଛି।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଜେଡିୟୁ ନେତା ଜୀତନ ରାମ ମାଁଝୀ ବିଜେପିରେ ମିଶିବାକୁ ନେଇ ହେଉଥିବା ଚର୍ଚ୍ଚା ସଂପର୍କରେ ସେ କହିଥିଲେ ଯେ ଦଳର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିଛି।

ବର୍ତ୍ତମାନ ବିହାରରେ ବିଜେପି ରାମ ବିଳାଶ ପାଶ୍ୱାନଙ୍କ ନେତୃତ୍ୱାଧୀନ ଏଲଜେପି ଓ ଉପେନ୍ଦ୍ର କୁଶୱାହାଙ୍କ ନେତୃତ୍ୱରେ ଆରଏଲଏସପି ସହିତ ମେଣ୍ଟ ରହିଛି। ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳରୁ ବହିଷ୍କୃତ ପପୁ ଯାଦବଙ୍କ ସହିତ ବି ବିଜେପି ହାତ ମିଳାଇ ପାରେ ବୋଲି ଆଲୋଚନା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos