ଗୟା: ବିହାରର ଗୟାଠାର ପୁଣି ଅନର କିଲିଂ ଅଭିଯୋଗ ହୋଇଛି। ଆଉ ଅନର କିଲିଂର ଶିକାର ହୋଇଛନ୍ତି ୧୬ବର୍ଷର ଝିଅ ଓ ୩୦ବର୍ଷର ପୁଅ। ଏହି ପ୍ରେମୀଯୁଗଳଙ୍କୁ ପଞ୍ଚାୟତର ନିର୍ଦ୍ଦେଶ ପରେ ମାଡ ମରାଯିବା ସହ ସର୍ବସମ୍ମୁଖରେ ଜୀଅନ୍ତା ଜାଳି ଦିଆଯାଇଛି। ତିନିଦିନ ତଳେ ନାବାଳିକ ଜଣଙ୍କ ପଡୋଶୀ ଗାଁର ଜଣେ ୩୦ ବର୍ଷୀୟ ପ୍ରମିକଙ୍କ ସହ ଲୁଚି ପଳାଇଥିଲେ। ତେବେ ପରିବାରବର୍ଗଙ୍କୁ ତାଙ୍କୁ ଖୋଜଖୋଜି କରିଆଣିଥିଲେ। ପୁଅର ପରିବାର ଅଭିଯୋଗ ଅନୁସାରେ ନାବାଳିକା ପରିବାର ପରିବାର ପକ୍ଷରୁ ପଞ୍ଚୟତର ଡକାଯାଇଥିଲା। ଏହାପରେ ପଞ୍ଚାୟତରେ ଉପସ୍ଥିତ ଥିବା ୧୦୦ରୁ ଅଧିକ ଗ୍ରାମବାସୀଙ୍କ ସମୁଖରେ ଏହି ଦୁଇ ପ୍ରେମୀଯୁଗଳଙ୍କୁ ଜାଳି ଦିଆଯାଇଛି। ପ୍ରେମୀ ଯୁଗଳଦ୍ୱୟ ଯନ୍ତ୍ରଣାରେ ଛଟପଟ ହଉଥିଲେ ମାଧ୍ୟ କୌଣସି ଗ୍ରାମବାସୀ ପୁଲିସକୁ ଖବର ଦେଇନଥିଲା ବୋଲିଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହି ମାମଲାରେ ସମ୍ପୃକ୍ତ ଥିବା ଝିଅର ବାପାକୁ ଗିରଫ କରାଯାଇଥିବାବେଳେ ଅନ୍ୟ ୧୫ଜଣଙ୍କ ନାମରେ ମାମଲା ରୁଜୁ କରିଛି ଗୟା ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।