‘ସାଫ୍‌ ସରକାର, ସହି ବିକାଶ’

ନୂଆଦିଲ୍ଲୀ: ଆସନ୍ତାକାଲି ମୋଦି ସରକାରକୁ ୪ ବର୍ଷ ପୂରଣ ହେଉଛି। ଏହି ଅବସରରେ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାବାକୁ ସରକାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଏହାସହ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନକୁ ଯିବା ପାଇଁ ବିଜେପି ପକ୍ଷରୁ ନୂଆ ନାରା ଦିଆଯାଇଛି। ୩ ମିନିଟ୍‌ର ଏହି ଭିଡିଓରେ ଦଳ ପକ୍ଷରୁ ‘ସାଫ୍‌ ସରକାର, ସହି ବିକାଶ’ ନାରା ଦିଆଯାଇଛି। ଭିଡିଓ ଶେଷରେ କୁହାଯାଇଛି, ‘୨୦୧୯ ମେଁ  ଏକବାର […]

slogan

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 12:46 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ମୋଦି ସରକାରକୁ ୪ ବର୍ଷ ପୂରଣ ହେଉଛି। ଏହି ଅବସରରେ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାବାକୁ ସରକାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଏହାସହ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନକୁ ଯିବା ପାଇଁ ବିଜେପି ପକ୍ଷରୁ ନୂଆ ନାରା ଦିଆଯାଇଛି। ୩ ମିନିଟ୍‌ର ଏହି ଭିଡିଓରେ ଦଳ ପକ୍ଷରୁ ‘ସାଫ୍‌ ସରକାର, ସହି ବିକାଶ’ ନାରା ଦିଆଯାଇଛି। ଭିଡିଓ ଶେଷରେ କୁହାଯାଇଛି, ‘୨୦୧୯ ମେଁ  ଏକବାର ଫିର ମୋଦି ସରକାର।’

ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ୪ ବର୍ଷରେ ସରକାର ଆଣିଥିବା ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା କାମ ଆରମ୍ଭ କରିଦେଇଛନ୍ତି।

ବିଜେପି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ନୂଆ ଦଳ ପକ୍ଷରୁ ଏହି ନୂଆ ନାରା ଦିଆଯାଇଛି। ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ଏହି ନୂଆ ନାରା ଦିଆଯାଇଛି।

ତିନି ମିନିଟ୍‌ର ଏହି ଭିଡିଓରେ ସରକାରଙ୍କ ବିଭିନ୍ନ ଯୋଜନା ଓ ନିଷ୍ପତ୍ତି ଲୋକଙ୍କ ଜୀବନଶୈଳୀରେ କିପରି ପରିବର୍ତ୍ତନ ଆଣିଛି ଦେଖାଇବାକୁ ଚେଷ୍ଟା କରାଯାଇଛି।

ଓଡ଼ିଶାର କଟକରେ ଆସନ୍ତାକାଲି ମୋଦି ସାଧାରଣ ସଭାରେ ଯୋଗଦେବେ। ବିଜେପି ପାଇଁ ଓଡ଼ିଶା ବହୁତ ଗୁରୁତ୍ୱପୂର୍ଣ୍ଣ। ଲୋକସଭାକୁ ଓଡ଼ିଶାରୁ ୨୧ ସଦସ୍ୟ ଆସିଥାନ୍ତି। ୨୦୧୪ ନିର୍ବାଚନରେ ମାତ୍ର ଗୋଟିଏ ଆସନରେ ଦଳ ଏଠାରେ ଜିତିବାକୁ ସକ୍ଷମ ହୋଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ଦଳ ରାଜ୍ୟରେ ନିଜ ସ୍ଥିତି ସୁଧାରିବାକୁ ଜୋରଦାର ଉଦ୍ୟମ କରୁଛି।

ସେହିପରି ଦିଲ୍ଲୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳର ୪ ବର୍ଷ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବେ।

Related story