ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ବିଜେପି ଓ ବିଜେଡି ପାଇଁ କଠିନ ପରୀକ୍ଷା

ନୂଆଦିଲ୍ଲୀ: ଏପ୍ରିଲ ୨୯ ତାରିଖରେ ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଯାଉଛି। ଓଡ଼ିଶା ସମେତ ୯ଟି ରାଜ୍ୟରେ ୭୧ ଲୋକସଭା ଆସନ ପାଇଁ ମତଦାନ ହେବ। ଏହା ପୂର୍ବରୁ ୩ଟି ପର୍ଯ୍ୟାୟରେ ୩୦୩ଟି ଲୋକସଭା ଆସନ ପାଇଁ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟର ୭୧ଟି  ଆସନ ମଧ୍ୟରେ ଓଡ଼ିଶାର ୬ଟି ଲୋକସଭା ଆସନ, ବିହାରର ୫ଟି, ଝାରଖଣ୍ଡର ୩ଟି, ମହାରାଷ୍ଟ୍ରର ୧୭ଟି, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ୧୩ଟି ଲେଖାଏ […]

naveen-modi

naveen-modi

Subhransu Sekhar
  • Published: Friday, 26 April 2019
  • Updated: 26 April 2019, 03:27 PM IST

Sports

Latest News

ନୂଆଦିଲ୍ଲୀ: ଏପ୍ରିଲ ୨୯ ତାରିଖରେ ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଯାଉଛି। ଓଡ଼ିଶା ସମେତ ୯ଟି ରାଜ୍ୟରେ ୭୧ ଲୋକସଭା ଆସନ ପାଇଁ ମତଦାନ ହେବ। ଏହା ପୂର୍ବରୁ ୩ଟି ପର୍ଯ୍ୟାୟରେ ୩୦୩ଟି ଲୋକସଭା ଆସନ ପାଇଁ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟର ୭୧ଟି  ଆସନ ମଧ୍ୟରେ ଓଡ଼ିଶାର ୬ଟି ଲୋକସଭା ଆସନ, ବିହାରର ୫ଟି, ଝାରଖଣ୍ଡର ୩ଟି, ମହାରାଷ୍ଟ୍ରର ୧୭ଟି, ରାଜସ୍ଥାନଉତ୍ତର ପ୍ରଦେଶରେ ୧୩ଟି ଲେଖାଏ ଆସନ, ପଶ୍ଚିମବଙ୍ଗରେ ୮ଟି ଓ ମଧ୍ୟପ୍ରଦେଶର ୬ଟି ଆସନ ରହିଛି।
 
ଗତ ସାଧାରଣ ନିର୍ବାଚନରେ ବିଜେପି ଏହି ୭୧ଟି ଆସନରୁ ୪୫ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡ (ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ)ରେ କ୍ଷମତାଚ୍ୟୁତ ହୋଇସାରିଥିବାରୁ ଚଳିତ ଥର ମଧ୍ୟପ୍ରଦେଶର ୬ଟି ଆସନରୁ ପୁଣି ୫ଟିରେ ଜିତିବା କଷ୍ଟକର ହେବ।
 
କଣ ଥିଲା ୨୦୧୪ ଫଳାଫଳ
 
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ଭୋଟିଂ ହେବାକୁ ଥିବା ୬ଟି ଲୋକସଭା ଆସନରୁ ବିଜେପି ୨୦୧୪ରେ ଗୋଟିଏ ବି ଆସନ ଜିତିନଥିଲା। ଏହି ସମସ୍ତ ଆସନ ଶାସକ ବିଜୁ ଜନତା ଦଳ ଜିତିଥିଲା। ବିହାରର ୫ଟି ଆସନରୁ ୩ଟି ବିଜେପି ଓ ବର୍ତ୍ତମାନର ସହଯୋଗୀ ଜେଡିୟୁ ୨ଟି ଜିତିଥିଲା। ଝାରଖଣ୍ଡର ୩ଟି ଯାକ ଆସନରେ ବିଜେପି ଜିତିଥିଲା, ମହାରାଷ୍ଟ୍ରର ୧୭ଟି ଆସନରୁ ୮ଟି ଆସନ ବିଜେପି ଓ ସହଯୋଗୀ ଶିବସେନା ୫ଟି, ରାଜସ୍ଥାନର ୧୩ଟି ଯାକ ଆସନ ବିଜେପି, ଉତ୍ତର ପ୍ରଦେଶରେ ୧୩ଟି ଆସନରୁ ୧୨ଟି ବିଜେପି (ବାକି ଗୋଟିଏ ଆସନ ସମାଜବାଦୀ ପାର୍ଟି), ପଶ୍ଚିମବଙ୍ଗରେ ୮ଟି ଆସନରୁ ଗୋଟିଏ ବିଜେପି (ଟିଏମସି ୬ଟି, କଂଗ୍ରେସ ଗୋଟିଏ), ମଧ୍ୟପ୍ରଦେଶର ୬ଟି ଆସନରୁ ୫ଟି ଆସନରେ ବିଜେପି ବିଜୟୀ ହୋଇଥିଲା।
 
କଣ ରହିଛି ଭୋଟ ହେବାକୁ ଥିବା ରାଜ୍ୟର ରାଜନୀତିକ ସ୍ଥିତି
 
 ଏଥର ଓଡ଼ିଶାରେ ରାଜନୀତିକ ପାଣିପାଗ ବଦଳିଛି। ଖାସକରି ଉପକୂଳ ଅଞ୍ଚଳରେ ଏହା ଅନୁଭୂତ ହେଉଛି। ବିଜେଡିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଅର୍ଜୁନ ଚରଣ ସେଠୀ, ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ଜଗତସିଂହପୁରର ପୂର୍ବତନ କଂଗ୍ରେସ ସାଂସଦ ବିଭୁ ତରାଇ ଏବେ ବିଜେପିରେ ଯୋଗ ଦେଇଛନ୍ତି। ତେଣୁ ବିଜେପି ୬ଟି ଲୋକସଭା ଆସନରେ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମୋଦି ହାଓ୍ୱା, ଚିଟଫଣ୍ଡ ସ୍କାମରେ ବିଜେଡି ପ୍ରାର୍ଥୀଙ୍କ ସମ୍ପୃକ୍ତି ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ଏବେ ନିଜର ଡେଣା ମେଲାଇବାରେ ସକ୍ଷମ ହୋଇଛି।
 
ସେହିପରି ବିହାରରେ ରାଜନୀତିକ ସମୀକରଣ ବଦଳିଛି। ୨୦୧୪ ବେଳେ ମୋଦିଙ୍କ ଘୋର ବିରୋଧୀ ଜେଡିୟୁ ଏବେ ଏନଡିଏରେ ସାମିଲ ହୋଇଛି। ହେଲେ ଆରଜେଡି, କଂଗ୍ରେସ ଓ ଅନ୍ୟାନ୍ୟ ଦଳ ମେଣ୍ଟ କରିଥିବାରୁ ବିଜେପି-ଜେଡିୟୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଦରଭଙ୍ଗାର ସାଂସଦ କୀର୍ତ୍ତି ଆଜାଦ୍ ଏବଂ ପାଟନାସାହିବର ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଶାସକ ମେଣ୍ଟ ପାଇଁ ଅଡୁଆ କରିପାରନ୍ତି।
 
ସେହିପରି ଝାରଖଣ୍ଡରେ କଂଗ୍ରେସ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମେଣ୍ଟ କରିଥିବାରୁ ବିଜେପି ସହ ସେମାନଙ୍କ କଡ଼ା ଟକ୍କର ହେବ। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ବିଜେପି ଅଳ୍ପ ବ୍ୟବଧାନରେ କଂଗ୍ରେସ ପାଖରୁ ପରାଜିତ ହୋଇଥିଲା। ହେଲେ ଲୋକସଭା ନିର୍ବାଚନ ବେଳେ ମୋଦି ହାଓ୍ୱା ବହୁଥିବାରୁ ଏଠି ବି ବିଜେପି ଭଲ କରିବ ବୋଲି ଆଶା ରଖିଛି। ରାଜସ୍ଥାନରେ କିନ୍ତୁ ପୂର୍ବପରି ବିଜେପି ୧୩ଟି ଯାକ ଆସନରେ ଜିତିବା ସମ୍ଭବ ହୋଇନପାରେ। କାରଣ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଭାରୀ ଜନମତ ମିଳିଥିଲା। ତେଣୁ ବିଜେପି-କଂଗ୍ରେସ ମଧ୍ୟରେ ଏଠି କଡ଼ା ମୁକାବିଲା ହେବ।
 
ସେହିପରି ପଶ୍ଚିମବଙ୍ଗରେ ବିଜେପି ଚିଟଫଣ୍ଡ ଓ ମମତା ସରକାରରେ ଚାଲିଥିବା ଅନ୍ୟାୟ, ହିଂସା ଓ ଅତ୍ୟାଚାରକୁ ବଡ଼ ପ୍ରସଙ୍ଗ କରି ନିର୍ବାଚନ ଲଢୁଛି। ଏଥିସହ ଅନେକ ଟିଏମସି ନେତା ଏବେ ବିଜେପିରେ ସାମିଲ ହୋଇଥିବାରୁ ବିଜେପି ଏଠି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି।
 
ମହାରାଷ୍ଟ୍ରରେ ବିଜେପି-ଶିବସେନାର ସରକାର ରହିଛି। ହେଲେ କଂଗ୍ରେସ-ଏନସିପି ମେଣ୍ଚ କରିଥିବାରୁ ଗତଥର ପରି ଏଥର ଏକପାଖିଆ ନିର୍ବାଚନ ହେବ ନାହିଁ ବୋଲି କୁହାଯାଉଛି।
 
ଉତ୍ତର ପ୍ରଦେଶରେ ବିଜେପି ଏକ ପ୍ରକାର ନିଜ ଗଡ଼ରେ ପରୀକ୍ଷା ଦେଉଛି। ୧୩ଟି ଆସନରୁ ବିଜେପି ୧୨ଟିରେ ଗତଥର ଜିତିଥିଲା। ହେଲେ ଏସପି-ବିଏସପି-ଆରଏଲଡି ଏକ ହୋଇ ମେଣ୍ଟ କରିଥିବାରୁ ଶାସକ ଦଳ ବିଜେପିକୁ ଏଠି କଡ଼ା ଟକ୍କରର ସାମ୍ନା କରିବାକୁ ପଡ଼ିବା।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story