ଉପନିର୍ବାଚନ ପାଇଁ ବିଜେପି ଜାରି କଲା ୩୨ ପ୍ରାର୍ଥୀଙ୍କ ତାଲିକା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ୧୭ ରାଜ୍ୟର ୬୪ଟି ବିଧାନସଭା ଆସନ ଏବଂ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୩୨ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ୨୧ ଅକ୍ଚୋବରରେ ଏହି ଆସନଗୁଡ଼ିକରେ ମତଦାନ ହେବ। ୨୪ ଅକ୍ଟୋବର ଏହାର ଫଳାଫଳ ପ୍ରକାଶ ପାଇବ। ବିଜେପି ଜାରି କରିଥିବା ପ୍ରାର୍ଥୀ ତାଲିକାରେ ଉତ୍ତର ପ୍ରଦେଶର ୧୦, ଆସାମର ୪, ସିକିମ, […]

modi amit saha

modi amit saha

Subhransu Sekhar
  • Published: Sunday, 29 September 2019
  • Updated: 29 September 2019, 05:51 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ୧୭ ରାଜ୍ୟର ୬୪ଟି ବିଧାନସଭା ଆସନ ଏବଂ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୩୨ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ୨୧ ଅକ୍ଚୋବରରେ ଏହି ଆସନଗୁଡ଼ିକରେ ମତଦାନ ହେବ। ୨୪ ଅକ୍ଟୋବର ଏହାର ଫଳାଫଳ ପ୍ରକାଶ ପାଇବ।

ବିଜେପି ଜାରି କରିଥିବା ପ୍ରାର୍ଥୀ ତାଲିକାରେ ଉତ୍ତର ପ୍ରଦେଶର ୧୦, ଆସାମର ୪, ସିକିମ, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶରେ ୨ଟି ଲେଖାଏଁ ଆସନ, କେରଳ ୫, ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ୍, ମେଘାଳୟ, ବିହାର ଏବଂ ଛତିଶଗଡ଼ରେ ଗୋଟିଏ ଲେଖାଏଁ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଆଜି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଚାଲିଛି। ଏହି ବୈଠକରେ ହରିଆନା, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବାବଦରେ ମଧ୍ୟ ଆଲୋଚନା ହେଉଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ ଶାହ, କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ସହିତ ଅନ୍ୟାନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos