ପୁଣି ମୋଦିଙ୍କୁ ରାହୁଲ 'ଚୋର' କହିଥିବା ଅଭିଯୋଗ, ଇସିଙ୍କ ନିକଟରେ ଫେରାଦ ହେଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ତୃଣମୁଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଦର୍ଶାଇ ନିର୍ବାଚନ କମିଶନଙ୍କ ପାଖରେ ମଙ୍ଗଳବାର ଦିନ ଫେରାଦ ହୋଇଥିଲା ବିଜେପି। ୪ଟି ଦାବିପତ୍ର ପ୍ରଦାନ କରି ଉଭୟ ମମତା ଏବଂ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେପି। ଶାସକ ଦଳ ବିଜେପି ଦାଖଲ କରିଥିବା ଦାବିପତ୍ରରେ ଦର୍ଶାଇଛି ଯେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ‘ଚୋର’ ବେଲି ନିର୍ବାଚନୀ ରାଲିରେ […]

rahul gandhi election commission

rahul gandhi election commission

Subhransu Sekhar
  • Published: Wednesday, 08 May 2019
  • Updated: 08 May 2019, 12:44 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ତୃଣମୁଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଦର୍ଶାଇ ନିର୍ବାଚନ କମିଶନଙ୍କ ପାଖରେ ମଙ୍ଗଳବାର ଦିନ ଫେରାଦ ହୋଇଥିଲା ବିଜେପି। ୪ଟି ଦାବିପତ୍ର ପ୍ରଦାନ କରି ଉଭୟ ମମତା ଏବଂ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେପି।

ଶାସକ ଦଳ ବିଜେପି ଦାଖଲ କରିଥିବା ଦାବିପତ୍ରରେ ଦର୍ଶାଇଛି ଯେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ 'ଚୋର' ବେଲି ନିର୍ବାଚନୀ ରାଲିରେ କହୁଛନ୍ତି। ୬ଟି ବିଭିନ୍ନ ସ୍ଥାନରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ 'ଚୋର' ବୋଲି କହୁଥିବାର ପ୍ରମାଣ ବିଜେପି ଦାଖଲ କରିଛି।

ଯେଉଁଥିରେ ରାହୁଲ ଗାନ୍ଧି ଉଦବୋଧନ ଦେଇ ଭୋଟରଙ୍କୁ କହିଛନ୍ତି ଯେ 'ପ୍ରଧାନମନ୍ତ୍ରୀ ଏମିତି ଜଣେ 'ଚୋର', ଯାହାଙ୍କ ନାଁରେ ଚୋରି କରିଥିବାର ପ୍ରମାଣ ନାହିଁ'।

ଏଥିସହ ବିଜେପି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛନ୍ତି। ଯେଉଁଥିରେ 'ଜୟ ଶ୍ରୀରାମ' ନାରାକୁ ଅନ୍ୟ ଅର୍ଥରେ ମମତା ବାନାର୍ଜି କହୁଥିବା ବିଜେପି ଦାବିପତ୍ରରେ ଦର୍ଶାଇଛି।

ସୂଚନାଯୋଗ୍ଯ ଯେ ଗୋଟିଏ ପଟେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ 'ଚୌକିଦାର ଚୌର ହେ' ମନ୍ତବ୍ୟ ପାଇଁ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି ସୁପ୍ରିମକୋର୍ଟ ଆଗରେ। ସେପଟେ ମଙ୍ଗଳବାର ଦିନ ଚୌକିଦାର ନାଁ ନ ନେଇ ଅନ୍ୟ ପ୍ରସଙ୍ଗରେ ମୋଦିଙ୍କୁ ଯୋଡ଼ି ଚୋର ବୋଲି ରାହୁଲ କହିଥିବା ବିଜେପି ଦର୍ଶାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos