କାନପୁର: ଆସନ୍ତା ଫେବୃଆରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିପାଇଁ ସରକାରୀ ସ୍ତରରେ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ। ତେବେ ଏ ଉତ୍ସାହ ମଧ୍ୟରେ ଅନ୍ୟତମ ଉତ୍ସାହୀ ହେଉଛନ୍ତି କାନପୁରର ମିଠା ଦୋକାନୀ ଅଜୟ ଗୁପ୍ତା ବା ରାଜୁ।
ସୂଚନାଯୋଗ୍ୟ ଯେ, କିଛି ବିଜେପି କର୍ମୀଙ୍କ ମିଠାରୁ ମିଠା ଅର୍ଡର ପାଇଛନ୍ତି କାନପୁରର ରେଲ ବଜାରରେ ଥିବା ଶାନ୍ତି ସ୍ୱିଟ୍ ହାଉସ୍। ଏଥିନେଇ ଉତ୍ସାହିତ ରାଜୁ କହିଛନ୍ତି, “ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉପହାର ଆକାରରେ ଦିଆଯିବାକୁ ଥିବା ମିଠା ପାଇଁ କିଛି ବିଜେପି କର୍ମୀଙ୍କଠାରୁ ମୁଁ ଅର୍ଡର ପାଇଛି। ଆମେ ପାରମ୍ପରିକ କାନପୁର ମିଠା ପ୍ରସ୍ତୁତ କରୁଛୁ ଏବଂ ଗର୍ବିତ ଯେ କାନପୁରରୁ ମିଠା ଟ୍ରମ୍ପଙ୍କୁ ଦିଆଯିବ। ଆମେ ଏହି ମିଠାରେ ନମସ୍ତେ ଟ୍ରମ୍ପ ସ୍ଲୋଗାନ ଲେଖୁଛୁ।”
ଜ୍ଞାନେଶ ମିଶ୍ର ନାମକ ଜଣେ ସ୍ଥାନୀୟ ବିଜେପି କର୍ମୀ କହିଛନ୍ତି, ମୁଁ ହାଇଦ୍ରାବାଦର ମୋଟେରା ଷ୍ଟାଡିଅମ୍ ଯିବି। ସେଠାରେ ଟ୍ରମ୍ପଙ୍କୁ ମିଠା ଉପହାର ଦେବାର ପ୍ରୟାସ କରିବି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
SpaDeX ମିଶନର ସଫଳ ଉତକ୍ଷେପଣ, ଚନ୍ଦ୍ରଯାନ-୪ ଓ ଗଗନଯାନ ପାଇଁ ବାଟ ଫିଟିଲା
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ୨ଟି ସ୍ପେଶକ୍ରାଫ୍ଟ ମହାକାଶକୁ ପଠାଯାଇଛି। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ।
Politics
‘କେରଳ ମିନି ପାକିସ୍ତାନ’ ବୟାନ ପାଇଁ ବିବାଦରେ ମନ୍ତ୍ରୀ ରାଣେ
କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିବା ବେଳେ ନୀତେଶ ରାଣେ କେରଳକୁ ମିନି ପାକିସ୍ତାନ କହିବାକୁ ମଧ୍ୟ ପଛାଇ ନାହାନ୍ତି।
National
୧୧ କୋଟି ଟଙ୍କା ଓ ୫୨ କେଜି ସୁନା ଜବତର ମାଷ୍ଟର ମାଇଣ୍ଡ ସୌରଭ ଶର୍ମା କିଏ? ଖୋଜୁଛନ୍ତି ୩ ତଦନ୍ତକାରୀ ସଂସ୍ଥା
କାର ଭିତରୁ ୧୧ କୋଟି ଟଙ୍କା ଓ ୫୨ କେଜି ଓଜନର ସୁନା ବିସ୍କୁଟ ଜବତ କରିଥିଲା। କୁହାଯାଉଛି ଏହି ଆଖି ଖୋସି ହେବା ଭଳି ସମ୍ପତ୍ତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଶର୍ମା। ୩ ତଦନ୍ତକାରୀ ସଂସ୍ଥା ତାଙ୍କୁ ଖୋଜୁ ଥିଲେ ହେଁ ଏଯାଏ ତାଙ୍କ ସମ୍ପର୍କରେ କୌଣସି ଟେର୍ ପାଇନାହାନ୍ତି।
Politics
ହାଇଦ୍ରାବାଦ ଦଳାଚକଟା ଘଟଣା: 'ଆଇନ ଆଗରେ ସମସ୍ତେ ସମାନ' କହିଲେ ପୱନ କଲ୍ୟାଣ
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଛନ୍ତି ପୱନ କଲ୍ୟାଣ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ କଲେ ପ୍ରଶଂସା।
Politics
ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା।