ଓକିଲ ପାଖକୁ ନେବାକୁ କହି ଗେଷ୍ଟହାଉସରେ ଦୃଷ୍ଟିହୀନ ବିଧବାଙ୍କୁ ଦୁଷ୍କର୍ମ: କୋର୍ଟରେ ଅଭିଯୁକ୍ତଙ୍କ କଣ୍ଠ ଚିହ୍ନିଲେ ପୀଡ଼ିତା

ନୂଆଦିଲ୍ଲୀ: ବାହାରୁ ଦେଖିଲେ ଏ ଦୁନିଆ ଯେମିତି ଦିଶେ, ଭିତରୁ କିନ୍ତୁ ସେମିତି ନୁହେଁ । ବେଳେବେଳେ ସମାଜର ଅସୁନ୍ଦର ଛବି ବାହାରକୁ ଚାଲିଆସେ । ଆମ ସମାଜରେ ନାରୀକୁ ଦେବୀ ଦୁର୍ଗାଙ୍କ ଆଖ୍ୟା ଦିଆଯାଏ । କିନ୍ତୁ ବାସ୍ତବ ଦୁନିଆରେ ନାରୀକୁ ସେତିକି ସମ୍ମାନ ଦିଆଯାଏନି । ଏବେବି ନାରୀ ତାର ଅସ୍ତିତ୍ୱ ଓ ଇଜ୍ଜତ ପାଇଁ, ପ୍ରତି ମୁହୂର୍ତ୍ତରେ ଲଢୁଛି । ନିକଟରେ ଗୁରୁଗାଁଓର ଘଟିଥିବା ଏକ ଘଟଣା ଏହାର ଆଉଏକ ଉଦାହରଣ ସାମ୍ନାକୁ […]

blind women

Rakesh Mallick
  • Published: Wednesday, 19 July 2017
  • , Updated: 19 July 2017, 03:50 PM IST

ନୂଆଦିଲ୍ଲୀ: ବାହାରୁ ଦେଖିଲେ ଏ ଦୁନିଆ ଯେମିତି ଦିଶେ, ଭିତରୁ କିନ୍ତୁ ସେମିତି ନୁହେଁ । ବେଳେବେଳେ ସମାଜର ଅସୁନ୍ଦର ଛବି ବାହାରକୁ ଚାଲିଆସେ । ଆମ ସମାଜରେ ନାରୀକୁ ଦେବୀ ଦୁର୍ଗାଙ୍କ ଆଖ୍ୟା ଦିଆଯାଏ । କିନ୍ତୁ ବାସ୍ତବ ଦୁନିଆରେ ନାରୀକୁ ସେତିକି ସମ୍ମାନ ଦିଆଯାଏନି । ଏବେବି ନାରୀ ତାର ଅସ୍ତିତ୍ୱ ଓ ଇଜ୍ଜତ ପାଇଁ, ପ୍ରତି ମୁହୂର୍ତ୍ତରେ ଲଢୁଛି । ନିକଟରେ ଗୁରୁଗାଁଓର ଘଟିଥିବା ଏକ ଘଟଣା ଏହାର ଆଉଏକ ଉଦାହରଣ ସାମ୍ନାକୁ ଆଣିଛି ।

ସୂଚନା ଅନୁଯାୟୀ,ଏକ ସରକାରୀ ବ୍ୟାଙ୍କରେ ଟ୍ରେନି ଭାବେ କାମ କରୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ପଦାକୁ ଆସିଛି । ସବୁଠୁ ଦୁଃଖର କଥା ହେଲା, ମହିଳା ଜଣଙ୍କ ଜଣେ ଦୃଷ୍ଟିହୀନ । ରିପୋର୍ଟ ଅନୁସାରେ, 33 ବର୍ଷୀୟା ଏହି ମହିଳା ଜଣେ ବିଧବା।  ତାଙ୍କର ୮ ବର୍ଷର ଝିଅଟିଏ ବି ଅଛି । ତାଙ୍କୁ ସୌରଭ କପୁର ନାମକ ବ୍ୟକ୍ତି ମିଛ ଲୋଭ ଦେଖାଇ ଓ ସାହାଯ୍ୟ କରିବା ବାହାନାରେ ବାରମ୍ବାର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କର କହିବା ଅନୁଯାୟୀ, ତାଙ୍କର ୨୦୦୫ରେ ବିବାହ ହୋଇଥିଲା । ହଠାତ୍ କୌଣସି ଏକ ବିବାଦୀୟ ଘଟଣାକ୍ରମରେ ୨୦୧୪ରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । କୋର୍ଟରେ ସ୍ୱାମୀଙ୍କ ମୃତ୍ୟୁ ମାମଲା ଚଲେଇବା ପାଇଁ ତାଙ୍କୁ ଜଣେ ଓକିଲଙ୍କର ଆବଶ୍ୟକତା ଥିଲା । ସେଥିପାଇଁ ତାଙ୍କର ଜଣେ ସାଙ୍ଗ ସୌରଭ କପୁରଙ୍କ ସହ ତାଙ୍କୁ ଭେଟ କରେଇଥିଲେ । ସୌରଭ ତାଙ୍କୁ ଓକିଲଙ୍କ ପାଖକୁ ନେବା ବାହାନାରେ, ଗୁଡଗାଓଁର ଏକ ଗେଷ୍ଚ ହାଉସକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ଏହାର ପ୍ରତିବାଦ କରିବାରୁ, ସୌରଭ ତାଙ୍କୁ ବିବାହ କରିବାକୁ ଲୋଭ ଦେଖାଇ ଚୁପ୍ କରାଇ ଦେଇଥିଲେ ଓ ପାଞ୍ଚମାସ ଧରି ତାଙ୍କ ସହ ଅନୈତିକ ସଂପର୍କ ରକ୍ଷା କରିଥିଲେ । ତାଙ୍କଠାରୁ ବହୁ ପରିମାଣର ଟଙ୍କା ବି ସେ ଲୁଟି ନେଇଥିବା ମହିଳା ଜଣକ କହିଛନ୍ତି । କିନ୍ତୁ ପରେ ତାଙ୍କୁ ବିବାହ କରିବାକୁ ମନା କରିବା ପରେ, ମହିଳା ଜଣକ ସୌରଭଙ୍କ ଘର ଲୋକଙ୍କୁ ଗୁହାରି କରିଥିଲେ । ସବୁଆଡୁ ନିରାଶ ହେବାପରେ ଶେଷରେ ନେତ୍ରହୀନ ସଂଘର ଆଶ୍ରୟ ନେଇଥିଲେ ଓ ପୋଲିସ ପାଖରେ ଅଭିଯୋଗ କରିଥିଲେ ।

ଯ଼େହେତୁ ତାଙ୍କର ଦୃଷ୍ଟିଶକ୍ତି ନାହିଁ, ତେଣୁ କୋର୍ଟରେ ପିଡିତା ମହିଳା ଜଣଙ୍କ ସୌରଭଙ୍କ କଣ୍ଠସ୍ୱରରୁ ହିଁ ଚିହ୍ନଟ କରିଥିଲେ । ବିଚାର କରି କୋର୍ଟ ସୌରଭ କପୁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Related story