ରାୟପୁର: ସ୍କୁଲ ପରୀକ୍ଷା ପ୍ରଶ୍ନପତ୍ରରେ ବ୍ଲୁ-ହ୍ୱେଲ ଗେମ। ପ୍ରଶ୍ନପତ୍ରରେ ଏହି ଖେଳକୁ ନେଇ ପ୍ରଶ୍ନ ରହିଛି। ଯାହାର ଉତ୍ତରଦେବାକୁ କୁହାଯାଇଛି। ଛତିଶଗଡ଼ର ରାୟପୁର କୋରବା ସ୍ଥିତ ଏନଟିପିସି ଦ୍ୱାରା ପରିଚାଳିତ ଦିଲ୍ଲୀ ପବ୍ଲିକ ସ୍କୁଲର ପ୍ରଶାସନ ପକ୍ଷରୁ ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା। ୫୦ ଟି ଶବ୍ଦ ମଧ୍ୟରେ ଦୁଇ ଜଣ ପିଲାଙ୍କ ମଧ୍ୟରେ କଥାବର୍ତ୍ତାକୁ ଲେଖିବାକୁ ଏହି ପ୍ରଶ୍ନରେ ଉଲ୍ଲେଖ ଅଛି। ନବମ ଶ୍ରେଣୀ ଛାତ୍ରଙ୍କ ହିନ୍ଦୀ ପେପର ପରୀକ୍ଷାରେ ଏହି ପ୍ରଶ୍ନଟି ରହିଛି। ଯାହାର ସଠିକ ଉତ୍ତରେର ମିଳିବ ୫ ମାର୍କ। ଅନ୍ୟପଟେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ବିପଦଜ୍ଜନକ ଖେଳ ପ୍ରତି ଅଧିକ ଆଗ୍ରହ ବଢୁଥିବା ବେଳେ ଏଭଳି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି କହିଛନ୍ତି ଜାଲ୍ଲା ଶିକ୍ଷା ଅଧିକାରୀ । ଏନେଇ ସେ ସ୍କୁଲ ପ୍ରଶାସନକୁ ସ୍ପଷ୍ଟୀକରଣ ମାଗିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନଙ୍କୁ ଏହି ଗେମ ବିଷୟରେ ସଚେତନ କରାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସ୍କୁଲ ପ୍ରଶାସନ ପକ୍ଷରୁ କୈଫତ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ
ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ
Politics
ନୀତୀଶ କୁମାର ଓ ବିଜେପି: କେନ୍ଦ୍ରରେ କୋଳାକୋଳି, ମଣିପୁରରେ କଳି!
ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ହାସଲ କରିପାରି ନାହିଁ।
Entertainment
ଆକ୍ରମଣକାରୀକୁ ରୁମ୍ରେ ଲକ କରିଦେଇଥିଲେ ଆହତ ସୈଫ ଅଲୀ ଖାନ, କିନ୍ତୁ କେମିତି ଖସିଗଲା?
ଶେହଜାଦ ପ୍ରଥମେ ମୁମ୍ବାଇରୁ କୋଲକାତାର ହାୱଡା ଯିବାକୁ ଲକ୍ଷ୍ୟ ରଖିଥିଲା। ସେଠାରୁ ସେ ବାଂଲାଦେଶ ଯାଇଥାଆନ୍ତା।
National
କାହିଁକି ୧୫,୦୦୦ କୋଟି ଟଙ୍କାର ସଂପତ୍ତି ହରେଇପାରନ୍ତି ସୈଫ ଅଲୀ ଖାଁ?
ଡକାୟତ ପଶିଲା। ଛୁରୀ ଭୁଷିଲା। ତଥାପି କିଛି ନେଇ ପାରିଲା ନାହିଁ। ସୈଫ ଅଲୀ ଖାଁ ବଂଚିଗଲେ, ତାଙ୍କ ସଂପତ୍ତି ବି ରହିଗଲା। ହେଲେ ଏବେ ସେ ହରେଇବାକୁ ଯାଉଛନ୍ତି ୧୫ ହଜାର କୋଟି ଟଙ୍କାର ଜମିବାଡ଼ି ଓ ଘରଦ୍ୱାର।
National
କେମିତି ପତ୍ନୀ ସହ ଗୋଟିଏ ସେଲଫି ଟପ୍ ମାଓବାଦୀକୁ ମାରି ଦେଲା ?
ପତ୍ନୀ ଅରୁଣା ସହ ଗୋଟିଏ ସେଲଫି ଜୟରାମକୁ ମହଙ୍ଗା ପଡ଼ିଛି। ଏହି ସେଲଫି ଯୋଗୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ଜୟରାମ।