ସାଓ ପାଓଲୋ: ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ଅସ୍ଥାୟୀ ଭାବେ ସ୍ମରଣ ଶକ୍ତି ହରାଇଥିବା ସୂଚନା ମିଳିଛି। ସେ ତାଙ୍କ ସରକାରୀ ବାସଭବନରେ ପଡ଼ିଯାଇ ମୁଣ୍ଡ ମାଡ଼ ହୋଇଯିବାରୁ ଏପରି ହୋଇଥିବା ଜଣା ପଡ଼ିଛି।
ଏହି ୬୪ ବର୍ଷ ବୟସ୍କ ବ୍ୟକ୍ତି ସୋମବାର ରାତିରେ ବାଥରୁମ୍ ଯାଇଥିବାବେଳେ ପଡ଼ିଯାଇଥିଲେ। ସେ ନିଜେ କହିଛନ୍ତି, ତାଙ୍କର କିଛି ଘଟଣା ମନେ ପଡ଼ୁନାହିଁ। ଗତ କାଲି, ଆଜି ସକାଳେ ତାଙ୍କ ସହ ଘଟିଥିବା କିଛି ଘଟଣା ସେ ଭୁଲିଯାଇଥିଲେ। ପରେ ସେ ସେସବୁ ମନେ ପକାଇଥିଲେ ଏବଂ ବର୍ତ୍ତମାନ ଠିକ୍ ଥିବା କହିଛନ୍ତି। ସେ ଗତ କାଲି କ’ଣ କରିଥିଲେ ତାଙ୍କର କିଛି ମନେ ପଡ଼ୁନଥିବା ପୂର୍ବରୁ କହୁଥିଲେ।
ଏହି ଦୁର୍ଘଟଣା ପରେ ତାଙ୍କୁ ବ୍ରାସିଲିଆର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ତାଙ୍କୁ ରିଲିଜ୍ କରାଯାଇଥିଲେ ହେଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା। ସିଟି ସ୍କାନ୍ରୁ ଜଣାପଡ଼ିଥିଲା ଏବେ କିଛି ସମସ୍ୟା ନାହିଁ।
ବ୍ରାଜିଲ ରାଷ୍ଟ୍ରପତି ସେଦିନର ଘଟଣା ବାବଦରେ କହିଛନ୍ତି, ମୋ ଗୋଡ଼ ଖସିଗଲା ଏବଂ ମୁଁ ପଛପଟିଆ ପଡ଼ିଗଲି। ଏହା ମୋତେ ଆଘାତ ଦେଇଛି ନିଶ୍ଚୟ। ମୁଁ ଏବେ ନିଜର ଦାୟିତ୍ୱ ନେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହିଟ୍ ଆଣ୍ଡ ରନ୍: ବିଏମ୍ଡବ୍ଲୁ ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ବାଇକ୍ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍ଡବ୍ଲୁ କାର୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ।
National
ବିଟ୍କଏନ୍ ଘୋଟାଲା: ଅଜିତ ପାଓ୍ୱାର୍ କହିଲେ- ଅଡିଓ କ୍ଲିପ୍ରେ ରହିଛି ଭଉଣୀର ଭଏସ୍
ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।
National
ଭୋଟ୍ ବେଳେ ବିଟ୍କଏନ୍ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?
ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।