ଏୟାର ଇଣ୍ଡିଆ ସର୍ଭର ଡାଉନ, ବିଶ୍ୱବ୍ୟାପୀ ଯାତ୍ରୀ ସେବା ଠପ୍

ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର ସର୍ଭର ଡାଉନ ହୋଇଛି। ଫଳରେ ନିଜ ଯାତ୍ରୀଙ୍କୁ ବିମାନ ସେବା ଯୋଗାଇ ଦେବା କ୍ଷେତ୍ରରେ ବିଳମ୍ୱ ଓ ବିଭ୍ରାଟ ସୃଷ୍ଟି ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ। ଦେଶର ପ୍ରମୁଖ ବିମାନବନ୍ଦର ମୁମ୍ବାଇ ଏବଂ ଦିଲ୍ଲୀରେ ହଜାର ହଜାର ଯାତ୍ରୀ ଅଟକି ରହିଥିବା ସୂଚନା ରହିଛି। ଯାହାର ପ୍ରତିକ୍ରିୟା ସୋଶାଲ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳିଛି। Julius Baumann, SITA: We […]

air india server down

air india server down

Subhransu Sekhar
  • Published: Saturday, 27 April 2019
  • Updated: 27 April 2019, 12:04 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର ସର୍ଭର ଡାଉନ ହୋଇଛି। ଫଳରେ ନିଜ ଯାତ୍ରୀଙ୍କୁ ବିମାନ ସେବା ଯୋଗାଇ ଦେବା କ୍ଷେତ୍ରରେ ବିଳମ୍ୱ ଓ ବିଭ୍ରାଟ ସୃଷ୍ଟି ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ। ଦେଶର ପ୍ରମୁଖ ବିମାନବନ୍ଦର ମୁମ୍ବାଇ ଏବଂ ଦିଲ୍ଲୀରେ ହଜାର ହଜାର ଯାତ୍ରୀ ଅଟକି ରହିଥିବା ସୂଚନା ରହିଛି। ଯାହାର ପ୍ରତିକ୍ରିୟା ସୋଶାଲ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳିଛି।

ତେବେ ଏଭଳି ଅସୁବିଧା ପାଇଁ ଏୟାର ଇଣ୍ଡିଆ କମ୍ପାନୀ ଏକ ବିବୃତି ଜାରି କରି ଦୁଃଖ ପ୍ରକାଶ କରିଛି। ପୂର୍ବ ଭାରତର ସର୍ଭର ଏସଆଇଟିଏ-ଡିସିଏସ୍‌ ସିଷ୍ଟମ ଅଚଳ ହୋଇପଡ଼ିବା କାରଣରୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା ଉଲ୍ଲେଖ କରିଛି। ମରାମତି ପାଇଁ ଏକ ବୈଷୟିକ ଟିମ୍‌ କାର୍ଯ୍ୟ କରୁଛନ୍ତି ବୋଲି ସୂଚନା ରହିଛି। ଏସଆଇଟିଏ ସର୍ଭର ଦ୍ୱାରା ଯାତ୍ରୀମାନଙ୍କର ବୋର୍ଡିଂ ପାସର ସୂଚନା ମିଳିଥାଏ।

ଏସଆଇଟିଏ ନାମକ ଏକ ଆଇଟି କମ୍ପାନୀ ଏହି ସର୍ଭରର ରକ୍ଷଣବେକ୍ଷଣ ଦାୟିତ୍ୱରେ ରହିଛି। ବିମାନବନ୍ଦରରେ ପ୍ରବେଶ ବେଳେ ଚେକ୍ ଇନ୍, ବୋର୍ଡିଂ, ଲଗେଜ ଗୁଡିକର ଟ୍ରାକିଂ ସେବା ଯୋଗାଇଥାଏ। ଭୋର ୩ଟାରୁ ଏୟାର ଇଣ୍ଡିଆର ସର୍ଭର ଡାଉନ ଥିବାର ସୂଚନା ରହିଛି।

ଗତବର୍ଷ ଜୁନ ୨୩ ତାରିଖରେ ମଧ୍ୟ ଏୟାର ଇଣ୍ଡିଆ ବିମାନ ସେବାରେ  ବୈଷୟିକ ତ୍ରୁଟି କାରଣରୁ ବିମାନ ସେବା ବିଳମ୍ୱିତ ହୋଇଥିଲା। ଫଳରେ ଏୟାର ଇଣ୍ଡିଆର ୨୫ଟି ଫ୍ଲାଇଟର ଉଡ଼ାଣରେ ବିଳମ୍ବ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos