ଲଣ୍ଡନ: ବ୍ରିଟେନରେ ଆରମ୍ଭ ହୋଇଛି ସାମୂହିକ ଟିକାକରଣ। ବ୍ରିଟେନର ୯୦ ବର୍ଷ ବୃଦ୍ଧା ମାରଗାରେଟ୍ କିନନ୍ନଙ୍କୁ ପ୍ରଥମେ ଫାଇଜର ଟିକା ଦିଆଯାଇଛି। ନିକଟରେ ଏହି ଟିକାକୁ ଅନୁମତି ଦେଇଥିଲେ ବ୍ରିଟେନ ସରକାର। କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର କୋଭିଡ୍ ଟିକା ଗ୍ରହଣ କରିବାରେ ମାରଗାରେଟ୍ ଦୁନିଆର ପ୍ରଥମ ବ୍ୟକ୍ତି। ମାରଗାରେଟ୍ କିନନ୍ନ ଗତ ସପ୍ତାହରେ ୯୧ ବର୍ଷ ବୟସରେ ପାଦ ଥାପିଥିଲେ। ସେଣ୍ଟ୍ରାଲ ଇଂଲଣ୍ଡର ଥିବା ଏକ ସ୍ଥାନୀୟ ହସ୍ପିଟାଲରେ ସେ ଟିକା ନେଇଛନ୍ତି।
କୋଭିଡ ବିରୋଧରେ ଲଢ଼େଇ ପାଇଁ ସେ ପ୍ରଥମ ଟିକା ନେଇଥିବାରୁ ଧନ୍ୟ ବୋଲି ବୃଦ୍ଧା ଜଣଙ୍କ ପ୍ରତିକ୍ରିୟାରେ କହିଛନ୍ତି। ମୋର ଜନ୍ମଦିନ ଅବସରରେ ଏହା ମୋ ପାଇଁ ସବୁଠୁ ଭଲ ଉପହାର। ନୂଆବର୍ଷରେ ସେ ତାଙ୍କ ପରିବାର ସହିତ ସମୟ ଅତିବାହିତ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଏମ୍ସର ପୂର୍ବତନ ମୁଖ୍ୟଙ୍କ ବଡ଼ ବୟାନ: HMPV ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ
ଏଚଏମପିଭିର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ। ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ।
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Health
‘ଓଡ଼ିଶାରେ ଚିହ୍ନଟ ହୋଇନି ଏଚଏମପିଭି ଭାଇରସ୍, ଥଣ୍ଡାକାଶ ଥିଲେ ପରୀକ୍ଷା କରାନ୍ତୁ’
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ଏହି ଭାଇରସ୍ ମୁଖ୍ୟତଃ ୧୪ବର୍ଷ ବୟସରୁ କମ୍ ପିଲାଙ୍କୁ ସଂକ୍ରମିତ କରିଥାଏ । ତା’ଛଡ଼ା ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ ଯଥା ଗର୍ଭବତୀ, କ୍ୟାନସର,ଆଜମା ଓ ହୃଦରୋଗରେ ପୀଡ଼ିତ ଥାନ୍ତି ସେମାନେ ଏଥିରେ ସଂକ୍ରମିତ ହେବାର ଆଶଙ୍କା ବେଶୀ ।
Health
ଭାରତରେ ପଶିଲା ଚୀନ୍ ଭାଇରସ୍, ଗୋଟିଏ ଦିନରେ ୩ HMPV ମାମଲା ଚିହ୍ନଟ
ଏହି ଭାଇରସ୍ ଶିଶୁଙ୍କୁ ଅଧିକ ପରିମାଣରେ ଆକ୍ରାନ୍ତ କରୁଛି। ଆଜି ଗୋଟିଏ ଦିନରେ ବେଙ୍ଗାଲୁରୁରେ ୨ ଶିଶୁ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Health
ଡରାଇଲା ଚାଇନା ଭାଇରସ: ୩ ଆକ୍ରାନ୍ତ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ ପରାମର୍ଶ, ମାର୍ଗଦର୍ଶିକା ଜାରି
ଦେଶରୁ ୩ଟି ଏଚଏମପିଭି ଆକ୍ରାନ୍ତ ହେବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକା ଜାରି କରାଯାଇଛି।