ସ୍ଥାପନ ହେବ ୧୦୦ଟି ନୂଆ ସୈନିକ ସ୍କୁଲ

ନୂଆଦିଲ୍ଲୀ: ଚଳିତ ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ଘୋଷଣା କରିଛନ୍ତି। ତେବେ ବଜେଟରେ ଶିକ୍ଷା ପାଇଁ କ’ଣ ସବୁ ଘୋଷଣା ହୋଇଛି ଜାଣନ୍ତୁ

  • ଦେଶରେ ଆଉ ୧୦୦ଟି ନୂଆ ସୈନିକ ସ୍କୁଲ ସ୍ଥାପନ ହେବ
  • ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ରେ ହେବ ନୂଆ ସୈନିକ ସ୍କୁଲ
  • ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା
  • ଆସାମ, ପଶ୍ଚିମବଙ୍ଗ ଚା ବଗିଚା ଶ୍ରମିକଙ୍କ ପାଇଁ ୧ ହଜାର କୋଟି ଟଙ୍କା ଘୋଷଣା
  • ୨୦୨୧ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୯.୫% ରହିବା ଆକଳନ
  • ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି
  • ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି
  • ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଦିଆଯାଇଥିଲା
  • ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧, ୪୧, ୯୩୦ କୋଟି ମିଳିଛି
  • ଚଳିତ ବର୍ଷ ଏହି ପରିମାଣ ୧, ୭୨, ୭୫୨ କୋଟି ହେବା ଆକଳନ
  • କୃଷି ଋଣ ପରିମାଣ ୧୬.୫ ଲକ୍ଷ କୋଟି ବୃଦ୍ଧି ଲକ୍ଷ୍ୟ
  • ସ୍ୱାମିତ୍ୱ ଯୋଜନାରେ ୧.୮୦ ଲକ୍ଷ ଲୋକଙ୍କୁ ଜମିପଟ୍ଟା ମିଳିଛି
  • ଚଳିତ ବର୍ଷ ଏହା ସବୁ ରାଜ୍ୟକୁ ସଂପ୍ରସାରଣ କରିବାକୁ ଯୋଜନା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।