ଥମିବାର ନାଁ ନେଉନି ସିଏଏ ନିଆଁ, ମାଙ୍ଗାଲୁରୁରେ ବ୍ୟାପକ ହିଂସା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ବ୍ୟାପିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଦେଶର ଉତ୍ତର ପୂର୍ବ ଭାରତରେ ଏବଂ ପରେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ ହୋଇଥିବା ଏହି ଆନ୍ଦୋଳନ ବର୍ତ୍ତମାନ ଦକ୍ଷିଣ ଭାରତ ମୁହାଁ ହୋଇଛି। ଦିଲ୍ଲୀରେ ଏହି ଆନ୍ଦୋଳନ କାରଣରୁ ଟ୍ରାଫିକ୍‌ ପ୍ରଭାବିତ ହୋଇଥିବାବେଳେ ବିମାନସେବା ମଧ୍ୟ ପ୍ରଭାବିତ ହୋଇଛି। ଦେଶର ବିଭିନ୍ନ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳରେ ୧୪୪ ଜାରି କରାଯାଇଛି। କର୍ଣ୍ଣାଟକାର ମାଙ୍ଗାଲୋରରେ ଏହି ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଏହାକୁ […]

CAA

CAA

Subrat Kumar Nayak
  • Published: Thursday, 19 December 2019
  • Updated: 19 December 2019, 09:44 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ବ୍ୟାପିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଦେଶର ଉତ୍ତର ପୂର୍ବ ଭାରତରେ ଏବଂ ପରେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ ହୋଇଥିବା ଏହି ଆନ୍ଦୋଳନ ବର୍ତ୍ତମାନ ଦକ୍ଷିଣ ଭାରତ ମୁହାଁ ହୋଇଛି। ଦିଲ୍ଲୀରେ ଏହି ଆନ୍ଦୋଳନ କାରଣରୁ ଟ୍ରାଫିକ୍‌ ପ୍ରଭାବିତ ହୋଇଥିବାବେଳେ ବିମାନସେବା ମଧ୍ୟ ପ୍ରଭାବିତ ହୋଇଛି। ଦେଶର ବିଭିନ୍ନ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳରେ ୧୪୪ ଜାରି କରାଯାଇଛି।
କର୍ଣ୍ଣାଟକାର ମାଙ୍ଗାଲୋରରେ ଏହି ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଏହାକୁ ଦମନ କରିବା ପାଇଁ ପୁଲିସ୍‌ର ଗୁଳିଚାଳନାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍‌ ପକ୍ଷରୁ ମଧ୍ୟ ଏହା ନିଶ୍ଚିତ କରାଯାଇଥିବାବେଳେ ସେମାନଙ୍କ ପରିଚୟ ମଧ୍ୟ ଜଣାପଡ଼ିଛି। ଏହା ପୂର୍ବରୁ ସେହି ୨ ଜଣ ଗୁରୁତର ଆହତ ହୋଇ ଆଇସିୟୁରେ ଥିଲେ। ତେବେ ଲକ୍ଷ୍ନୌରେ ମଧ୍ୟ ଜଣକର ମୃତ୍ୟୁ ହୋଇଥିବା କୁହାଯାଉଥିଲେ ହେଁ ପୁଲିସ୍‌ ଏଯାଏ ତାହା ସ୍ୱୀକାର କରିନାହିଁ। ପୁଲିସ୍‌ ପକ୍ଷରୁ କୁହାଯାଇଛି, ଏଥିନେଇ ତଦନ୍ତ ଜାରି ରହିଛି ଏବଂ ସିସିଟିଭି ଯାଞ୍ଚ କରାଯାଉଛି।

ଦିଲ୍ଲୀରେ ଆନ୍ଦୋଳନ ଦମନ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିଲେ ମଧ୍ୟ ଏହାର ଯଥେଷ୍ଟ ପ୍ରଭାବ ପଡ଼ିନାହିଁ। ଆଜି ବିଭିନ ମେଟ୍ରୋ ଷ୍ଟେସନ୍‌ ବେଶ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା। ଏପରିକି କିଛି ସ୍ଥାନରେ ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ ରଖାଯାଇଥିଲା। ଅନ୍ୟପକ୍ଷରେ କିଛି ସୋଶାଲ ମିଡିଆ ଆକାଉଣ୍ଟ ଆପତ୍ତିଜନକ ତଥ୍ୟ ପ୍ରକାଶ କରୁଥିବା ନେଇ ଅଭିଯୋଗ ପରେ ଦିଲ୍ଲୀ ପୁଲିସ୍‌ ୬୦ଟି ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଟ୍ୱିଟର, ଫେସବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌କୁ କହିଛି। ଏପରିକି ଏଭଳି ତଥ୍ୟ ପ୍ରକାଶ କରୁଥିବା କିଛି ୱେବସାଇଟ୍‌ ଏବଂ ଲିଙ୍କ ବ୍ଲକ୍‌ କରାଯାଉଥିବା କୁହାଯାଉଛି। ଦିଲ୍ଲୀ ପୁଲିସ୍‌ ପକ୍ଷରୁ ବିଭିନ୍ନ ମସଜିଦ୍‌ର ଇମାମଙ୍କୁ ଭେଟାଯିବା ସହ ଶାନ୍ତି ପାଇଁ ଅନୁରୋଧ କରାଯିବାକୁ କୁହାଯାଇଛି। ସେମାନଙ୍କୁ କୁହାଯାଇଛି ଭୁଲ ତଥ୍ୟ ଅପପ୍ରଚାର ନ କରିବାକୁ ଲାଉଡ୍‌ ସ୍ପିକର ଯୋଗେ ସେମାନେ ଘୋଷଣା କରିବେ। ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଆଜି ୧୨୦୦ ଜଣଙ୍କୁ ଅଟକ ରଖାଯାଇଛି।

ମାଙ୍ଗାଲୁରୁର ୫ଟି ଥାନା ଅଧୀନରେ ଥିବା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଆସନ୍ତାକାଲି ମଧ୍ୟ ରାତ୍ରି ଯାଏ ଏହା ଲାଗୁ ରହିବ। ଅନ୍ୟପକ୍ଷରେ ମାଙ୍ଗାଲୁରୁ ସହରର ସ୍କୁଲ କଲେଜ୍‌ ସବୁ ଆସନ୍ତାକାଲି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ସେପଟେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବ୍ୟାପକ ପରିମାଣର ଭଙ୍ଗାରୁଜା ହୋଇଛି। ୨୦ଟି ମୋଟର ସାଇକେଲ୍‌, ୧୦ଟି କାର୍‌, ୩ଟି ବସ୍‌ ଏବଂ ୪ଟି ଗଣମାଧ୍ୟମର ଓବି ଭ୍ୟାନ୍‌ ପୋଡ଼ାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, “ମୁଁ ଏହାକୁ ନେଇ ବୈଠକ ଡାକିଛି। ବକ୍ଷୋଭ ନାମରେ କାହାକୁ ଭଙ୍ଗାରୁଜା କରିବାକୁ ଦିଆଯିବନି। ଆମେ ଏଭଳି ଲୋକଙ୍କ ନାମରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ସମ୍ପତ୍ତି ଜବତ କରି କ୍ଷତି ଭରଣା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story