ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ର ବୈଠକରେ ଆଜି ଭାରତ-ମଙ୍ଗୋଲିଆ ମହାକାଶ ସହଯୋଗ ଚୁକ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ଚୁକ୍ତି ଅନୁଯାୟୀ ଶାନ୍ତିପୂର୍ଣ୍ଣ ଏବଂ ବେସାମରିକ ଉଦ୍ଦେଶ୍ୟ ପାଇଁ ମହାକାଶରେ ଉଭୟ ରାଷ୍ଟ୍ର ମିଳିତ ଭାବେ କାମ କରିବେ।
୨୦୧୯ ମସିହା ସେପ୍ଟେମ୍ବର ୨୦ରେ ସ୍ୱାକ୍ଷରିତ ଏହି ଚୁକ୍ତି ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତବେଳେ ସ୍ୱାକ୍ଷରିତ ହୋଇଥିଲା। ଏହା ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସହଯୋଗ ବଢ଼ାଇବ।
ଏହି ଚୁକ୍ତି ଅନୁଯାୟୀ, ପୃଥିବୀର ରିମୋର୍ଟ ସେନ୍ସରିଂ, ସ୍ୟାଟେଲାଇଟ୍ କମ୍ୟୁନିକେସନ୍, ସ୍ୟାଟେଲଇଟ୍ ଭିତ୍ତିକ ନ୍ୟାଭିଗେସନ୍, ସ୍ପେଶ୍ ସାଇନ୍ସ, ମହାକାଶ ଯାନର ବ୍ୟବହାର, ପ୍ଲାନେଟାରୀ ଏକ୍ସପ୍ଲୋରେସନ୍ ଏବଂ ମହାକାଶ ବିଜ୍ଞାନର ବ୍ୟବହାର ଆଦି ସହଯୋଗ ରହିବ। ଏହି ଚୁକ୍ତି ପରେ ଏକ ମିଳିତ ୱାର୍କିଂ ଗ୍ରୁପ୍ ଗଠନ କରାଯିବ। ଏଥିରେ ଡିପାର୍ଟମେଣ୍ଟ ଅଫ୍ ସ୍ପେଶ୍, ଇସ୍ରୋ ଏବଂ ମଙ୍ଗୋଲିଆର କମ୍ୟୁନିକେସନ୍ ଆଣ୍ଡ ଇନଫର୍ମେସନ୍ ଟେକ୍ନୋଲୋଜି ଅଥରିଟି ଆଦିର ସଦସ୍ୟ ରହିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହିଟ୍ ଆଣ୍ଡ ରନ୍: ବିଏମ୍ଡବ୍ଲୁ ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ବାଇକ୍ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍ଡବ୍ଲୁ କାର୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ।
National
ବିଟ୍କଏନ୍ ଘୋଟାଲା: ଅଜିତ ପାଓ୍ୱାର୍ କହିଲେ- ଅଡିଓ କ୍ଲିପ୍ରେ ରହିଛି ଭଉଣୀର ଭଏସ୍
ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।
National
ଭୋଟ୍ ବେଳେ ବିଟ୍କଏନ୍ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?
ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।