ସୂର୍ଯ୍ୟ ପରାଗ ପରେ ମରିବ କରୋନା ଭୂତାଣୁ!

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୧ ଜୁନ୍ ରହିଛି। ରବିବାର ହେବାକୁ ଥିବା ଏହି ପରାଗ ସାରା ବିଶ୍ୱରେ ଦେଖାଯିବ। ଏହି ସୂର୍ଯ୍ୟ ପରାଗ ଆକାଶରେ ନିଆଁର ଏକ ରିଙ୍ଗ ଆକାରରେ ଦୃଶ୍ୟମାନ ହେବ। ତେବେ ଏହି ସୂର୍ଯ୍ୟ ପରାଗ ପରେ କରୋନା ଭାଇରସ ପଳାଇବ ବୋଲି ଜ୍ୟୋତିର୍ବିଦମାନେ ବିଶ୍ୱାସ କରୁଥିବା ବେଳେ ଚେନ୍ନାଇର ଜଣେ ବୈଜ୍ଞାନିକ ବି ଏଭଳି ଦାବି କରିଛନ୍ତି। ଜ୍ୟୋତିର୍ବିଦ୍‌ମାନଙ୍କ କହିବା କଥା, ଡିସେମ୍ବର ୨୦୧୯ ରେ ସୂର୍ଯ୍ୟ ପରାଗ […]

Solar-eclipse

Solar-eclipse

Subhransu Sekhar
  • Published: Saturday, 20 June 2020
  • Updated: 21 June 2020, 01:29 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୧ ଜୁନ୍ ରହିଛି। ରବିବାର ହେବାକୁ ଥିବା ଏହି ପରାଗ ସାରା ବିଶ୍ୱରେ ଦେଖାଯିବ। ଏହି ସୂର୍ଯ୍ୟ ପରାଗ ଆକାଶରେ ନିଆଁର ଏକ ରିଙ୍ଗ ଆକାରରେ ଦୃଶ୍ୟମାନ ହେବ। ତେବେ ଏହି ସୂର୍ଯ୍ୟ ପରାଗ ପରେ କରୋନା ଭାଇରସ ପଳାଇବ ବୋଲି ଜ୍ୟୋତିର୍ବିଦମାନେ ବିଶ୍ୱାସ କରୁଥିବା ବେଳେ ଚେନ୍ନାଇର ଜଣେ ବୈଜ୍ଞାନିକ ବି ଏଭଳି ଦାବି କରିଛନ୍ତି।

ଜ୍ୟୋତିର୍ବିଦ୍‌ମାନଙ୍କ କହିବା କଥା, ଡିସେମ୍ବର ୨୦୧୯ ରେ ସୂର୍ଯ୍ୟ ପରାଗ ପରେ କରୋନା ଜୀବାଣୁ (କୋଭିଡ -୧୯) ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ଜୁନ୍ ୨୧ ରେ ସୂର୍ଯ୍ୟ ପରାଗ ପରେ କରୋନା ମହାମାରୀ ଲୋପ ପାଇବ।

ଚେନ୍ନାଇର ଆଣବିକ ଏବଂ ଭୂ-ବୈଜ୍ଞାନିକ ଡଃ କେ.ଏଲ ସୁନ୍ଦରକୃଷ୍ଣା କହିଛନ୍ତି, କରୋନା ଭାଇରସ୍ ଗତବର୍ଷ ଡିସେମ୍ବର ୨୬ରୁ ବ୍ୟାପିଛି। ତେଣୁ ଏହି ସୂର୍ଯ୍ୟ ପରାଗ ପରେ କରୋନା ଭାଇରସ ସମାପ୍ତ ହେବ। ସୂର୍ଯ୍ୟ ପରାଗରୁ ବାହାରୁଥିବା ଆଲୋକ ବା ଫିସନ୍ ଶକ୍ତି ନିଉଟ୍ରନ୍ କଣିକାର ସଂସ୍ପର୍ଶରେ ଆସିବା ପରେ କରୋନୋ ଭାଇରସ ଦୁର୍ବଳ ହୋଇଯିବ।

ଡିସେମ୍ବର ୨୬, ୨୦୧୯ ରେ ଶେଷ ସୂର୍ଯ୍ୟ ପରାଗ ପରେ ଗ୍ରହମାନଙ୍କର ସ୍ଥିତି ବଦଳି ଯାଇଛି, ଯାହାର ପ୍ରଭାବ କରୋନା ଭାଇରସକୁ ସୃଷ୍ଟି କରିଥିଲା। ସୂର୍ଯ୍ୟଙ୍କ ପାଖରୁ ଉତ୍ପନ୍ନ ହେବାକୁ ଥିବା ଆଲୋକ ବା ଫିସନ୍ ଶକ୍ତି ନିଉଟ୍ରନ୍ ଜନ୍ମ ଦିଏ। ଯଦି ବାୟୋ ମୋଲିକୁଲାର ଗଠନର ପରିବର୍ତ୍ତନ କରୋନା ଭାଇରସର ସମ୍ଭାବ୍ୟ ଉତ୍ସ ହୋଇଥିବ, ତା’ହେଲେ ସୂର୍ଯ୍ୟ ପରାଗ ଏବଂ କିରଣ ଏହାର ଉପଚାର ବୋଲି ସେ କହିଛନ୍ତି।

ପ୍ରକୃତରେ ନୋଭେଲ୍ କରୋନା ଭାଇରସ୍ ନାମକ କୋଭିଡ୍ -୧୯ ଭାଇରସ। ଆଉ 'କରୋନା'ର ଅର୍ଥ ତାଜ୍।

‘ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, ୧୯୮୬ ରେ 'କରୋନା ଭାଇରସ୍' ଶବ୍ଦ ବାବଦରେ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ। ମାଇକ୍ରୋସ୍କୋପ୍ ମାଧ୍ୟମରେ ସେମାନେ ଦେଖୁଥିବା ଭାଇରସ କରୋନା ପରି ଦେଖାଯାଉଛି। ତାହା ହେଉଛି, ସୂର୍ଯ୍ୟ ପରାଗ ସମୟରେ ଦେଖାଯାଉଥିବା ସୂର୍ଯ୍ୟଙ୍କ ଚାରିପାଖରେ ଥିବା ଗ୍ୟାସର ଉଜ୍ଜ୍ୱଳ ମୁକୁଟ।

ନାସା ମଧ୍ୟ ସମାନ କଥା କହିଛି “ସୂର୍ଯ୍ୟଙ୍କ କରୋନା (ମୁକୁଟ ବା ତାଜ୍) ହେଉଛି ସୂର୍ଯ୍ୟର ବାୟୁମଣ୍ଡଳର ବାହ୍ୟ ଅଂଶ। କରୋନା ସାଧାରଣତଃ ସୂର୍ଯ୍ୟ ପୃଷ୍ଠର ଉଜ୍ଜ୍ୱଳ ଆଲୋକ ଦ୍ୱାରା ଲୁଚି ରହିଥାଏ। ସ୍ୱତନ୍ତ୍ର ଉପକରଣ ବ୍ୟବହାର ନକରି ଏହାକୁ ଦେଖି ହେବ ନାହିଁ। କିନ୍ତୁ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ କରୋନା ଦେଖାଯାଇ ପାରେ।

ସୂର୍ଯ୍ୟଙ୍କ କରୋନା କେବଳ ଗୋଟିଏ ଉପାୟରେ ପୃଥିବୀରେ ଥିବା କରୋନା ଭାଇରସକୁ ପ୍ରଭାବିତ କରିପାରିବ। ଏଥିପାଇଁ ସୂର୍ଯ୍ୟଙ୍କ କରୋନାକୁ ଏହି କରୋନା ଭାଇରସ ସଂସ୍ପର୍ଶରେ ଆସିବାକୁ ପଡ଼ିବ। କିନ୍ତୁ ଏହା ଅସମ୍ଭବ। କାରଣ ସୂର୍ଯ୍ୟ ୧୫୨.୦୨ ମିଲିୟନ କିଲୋମିଟର ଦୂରରେ ରହିଛି।

ଗ୍ରୀଷ୍ମ ସମୟରେ କରୋନା ଭାଇରସ ମରିପାରେ। ପୁରାଣ ମଧ୍ୟ ଏହା କହିଛି। ଏହା ପୌରାଣିକ କଥାବାର୍ତ୍ତା ହୋଇଥିବାବେଳେ WHO ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ତେବେ ସୂର୍ଯ୍ୟଙ୍କ ପ୍ରଖର କିରଣ କରୋନା ଭାଇରସକୁ ମାରିପାରେ ବୋଲି WHO ପୂର୍ବରୁ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story