କପିଲ ମିଶ୍ରାଙ୍କ ଦିଲ୍ଲୀ ଭାଷଣ ପାଇଁ ବିହାରରେ ମାମଲା, ହୋଲି ପରେ ଶୁଣାଣି

ମୁଜାଫରପୁର: ଗୁରୁବାର ବିଜେପି ନେତା କପିଲ ମିଶ୍ରାଙ୍କ ନାମରେ ବିହାରର ମୁଜାଫପୁର କୋର୍ଟରେ ମାମଲା ହୋଇଛି। ଅଭିଯୋଗ ଅଣାଯାଇଛି କପିଲ ମିଶ୍ରାଙ୍କ ଭାଷଣରେ ପ୍ରଭାବିତ ହୋଇ ଦିଲ୍ଲୀରେ ଦଙ୍ଗା ଘଟିଲା। ଏଥିରେ ୩୮ ଜଣଙ୍କ ଜୀବନ ଯିବା ସହ ୨୦୦ ଲୋକ ଆହତ ହୋଇଛନ୍ତି। ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ମୁକେଶ କୁମାର ଏହି ମାମଲାର ଶୁଣାଣି ମାର୍ଚ୍ଚ ୧୨କୁ ଘୁଞ୍ଚାଇ ଦେଇଛନ୍ତି। ଅର୍ଥାତ ହୋଲି ପରେ ଏହାର ଶୁଣାଣି ହେବ। ନିଜକୁ ସାମାଜିକ କର୍ମୀ ଦର୍ଶାଇଥିବା ଏମ୍‌ […]

Kaapil-Mishra

Kaapil-Mishra

Subrat Kumar Nayak
  • Published: Thursday, 27 February 2020
  • Updated: 27 February 2020, 11:02 PM IST

Sports

Latest News

ମୁଜାଫରପୁର: ଗୁରୁବାର ବିଜେପି ନେତା କପିଲ ମିଶ୍ରାଙ୍କ ନାମରେ ବିହାରର ମୁଜାଫପୁର କୋର୍ଟରେ ମାମଲା ହୋଇଛି। ଅଭିଯୋଗ ଅଣାଯାଇଛି କପିଲ ମିଶ୍ରାଙ୍କ ଭାଷଣରେ ପ୍ରଭାବିତ ହୋଇ ଦିଲ୍ଲୀରେ ଦଙ୍ଗା ଘଟିଲା। ଏଥିରେ ୩୮ ଜଣଙ୍କ ଜୀବନ ଯିବା ସହ ୨୦୦ ଲୋକ ଆହତ ହୋଇଛନ୍ତି। ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ମୁକେଶ କୁମାର ଏହି ମାମଲାର ଶୁଣାଣି ମାର୍ଚ୍ଚ ୧୨କୁ ଘୁଞ୍ଚାଇ ଦେଇଛନ୍ତି। ଅର୍ଥାତ ହୋଲି ପରେ ଏହାର ଶୁଣାଣି ହେବ।

ନିଜକୁ ସାମାଜିକ କର୍ମୀ ଦର୍ଶାଇଥିବା ଏମ୍‌ ରାଜୁ ନାୟାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି, ବିଜେପି ନେତା କପିଲ ମିଶ୍ରା ଫେବୃଆରୀ ୨୩ ତାରିଖରେ ଦିଲ୍ଲୀର ଜାଫ୍ରାବାଦ୍‌ଠାରେ ଉତ୍ତେଜନାସୃଷ୍ଟିକାରୀ ଭାଷଣ ଦେଇଥିଲେ। ଏଥିରେ ସେ ପୁଲିସ୍‌କୁ ସିଏଏ ବିରୋଧୀ ଧାରଣା ଦେଇଥିବା ରାସ୍ତା ଖାଲି କରିବାକୁ କହିଥିଲେ।

ଏହା ପୂର୍ବରୁ ହିଂସା ଉସୁକାଇଥିବା ନେଇ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଜବାବ ରଖିଥିଲେ ବିଜେପି ନେତା କପିଲ ମିଶ୍ରା। ପତିକ୍ରିୟାରେ କପିଲ କହିଥିଲେ “ଯେଉଁମାନେ ଦେଶ ବିଭାଜନର କଥା କହୁଛନ୍ତି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। ଯେଉଁମାନଙ୍କ ଘରୁ ପେଟ୍ରୋଲ୍‌ ବୋମା ବାହାରୁଛି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। କିନ୍ତୁ ଯିଏ ରାସ୍ତା କ୍ଲିୟର୍‌ କରିବାକୁ ଅନୁରୋଧ କଲା। ଯେଉଁ ରାସ୍ତା ପାଇଁ ୩୫ ଲକ୍ଷ ଲୋକ ହଇରାଣ ହେଉଥିଲେ ତାଙ୍କୁ ହିଁ ଆତଙ୍କବାଦୀ କୁହାଯାଉଛି ବୋଲି କହି ସଫେଇ ଦେଇଛନ୍ତି କପିଲ।”

କପିଲ୍ ଆହୁରି କହିଛନ୍ତି “ ମୋ ଭାଷଣରେ କୌଣସି ହିଂସା ଉସକାଇଲା ଭଳି କଥା ନଥିଲା। ମୁଁ କେବଳ ରାସ୍ତା କ୍ଲିୟର୍ ହେଇଯିବା ଦରକାର ବୋଲି ଜଣେ ପୁଲିସ୍‌ ଅଫିସର୍‌ଙ୍କ ସହିତ କଥା ହେଉଥିଲି। ଯଦି ଆପଣ ରାସ୍ତା ଅବରୋଧକାରୀଙ୍କୁ ଆନ୍ଦୋଳନକାରୀ କହୁଛନ୍ତି ଓ ରାସ୍ତା ଖୋଲିବା ପାଇଁ କହୁଥିବା ଲୋକକୁ ଆତଙ୍କବାଦୀ ଏହା ଆପଣଙ୍କ ପକ୍ଷପାତିତା ଦର୍ଶାଉଛି।” ତେବେ ବିଚାରଧୀନ ମାମଲା ଉପରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଥିଲେ କପିଲ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos