ଏବିସି ଚିଟଫଣ୍ଡ୍ ସଂସ୍ଥାର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ଚିଟଫଣ୍ଡ ଠକେଇ ଅଭିଯୋଗରେ ଏବିସି ଇଣ୍ଡିଆ ନେଟଓ୍ୱର୍କ୍ସ ପ୍ରାଇଭେଟ ଲିମିଟେଡ ଓ ତାର ଦୁଇ ପୂର୍ବତନ ନିର୍ଦ୍ଦେଶକ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ବୁଧବାର ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଏବିସି ଇଣ୍ଡିଆ ଓ ତାର ଦୁଇ ପୂର୍ବତନ ନିର୍ଦ୍ଦେଶକ ଦିଲ୍ଲୀର ଇନ୍ଦ୍ରପ୍ରିତ ସିଂହ ଏବଂ ପୂର୍ବତନ ନିର୍ଦ୍ଦେଶକ ଅମନପ୍ରିତ ସିଂହଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି। ୨୦୦୬-୦୭ରୁ ଆରମ୍ଭ କରି ୨୦୦୯-୧୦ ମଧ୍ୟରେ ଏମାନେ ବେଆଇନ ଭାବରେ ଲୋକଙ୍କ ପାଖରୁ ୪୭.୮୮ କୋଟି ଟଙ୍କା […]

cbi

cbi

Subhransu Sekhar
  • Published: Thursday, 02 May 2019
  • Updated: 02 May 2019, 11:19 AM IST

Sports

Latest News

ନୂଆଦିଲ୍ଲୀ: ଚିଟଫଣ୍ଡ ଠକେଇ ଅଭିଯୋଗରେ ଏବିସି ଇଣ୍ଡିଆ ନେଟଓ୍ୱର୍କ୍ସ ପ୍ରାଇଭେଟ ଲିମିଟେଡ ଓ ତାର ଦୁଇ ପୂର୍ବତନ ନିର୍ଦ୍ଦେଶକ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ବୁଧବାର ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଏବିସି ଇଣ୍ଡିଆ ଓ ତାର ଦୁଇ ପୂର୍ବତନ ନିର୍ଦ୍ଦେଶକ ଦିଲ୍ଲୀର ଇନ୍ଦ୍ରପ୍ରିତ ସିଂହ ଏବଂ ପୂର୍ବତନ ନିର୍ଦ୍ଦେଶକ ଅମନପ୍ରିତ ସିଂହଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି।

୨୦୦୬-୦୭ରୁ ଆରମ୍ଭ କରି ୨୦୦୯-୧୦ ମଧ୍ୟରେ ଏମାନେ ବେଆଇନ ଭାବରେ ଲୋକଙ୍କ ପାଖରୁ ୪୭.୮୮ କୋଟି ଟଙ୍କା ସଂଗ୍ରହ କରିଥିଲେ। ଯେଉଁଥିରେ ଓଡ଼ିଶାର ୪୬ ନିବେଶକଙ୍କ ପାଖରୁ ୪୨ କୋଟି ୩୦ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା।

ଏହାପରେ ସୁପ୍ରିମକୋର୍ଟ ୨୦୧୪ ମେ ମାସରେ ଚିଟଫଣ୍ଡ ଘୋଟାଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜୁନ ୨୦୧୪ରେ ସିବିଆଇ ଏବିସି ଇଣ୍ଡିଆ କମ୍ପାନୀ ବିରୋଧରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos