ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୫୦୦ରୁ ୪୯୯ ରଖିଲେ ଏହି ଦୁଇ ଛାତ୍ରୀ

ନୂଆଦିଲ୍ଲୀ: ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ୫୦୦ ମାର୍କରୁ ୪୯୯ ମାର୍କ ରଖି ହଂସିକା ଶୁକ୍ଳ ଏବଂ କରିସ୍ମା ଆରୋରା ଦୁଇ ଜଣ ଟପ୍ପର ହୋଇଛନ୍ତି।  ବୋର୍ଡ଼ର ଅଫିସିଆଲ ଓ୍ୱେବସାଇଟ୍  cbseresults.nic.in ଓ cbse.nic.inରେ ଛାତ୍ରଛାତ୍ରୀ ନିଜର ରେଜଲ୍ଟ ଦେଖିପାରିବେ। ଚଳିତବର୍ଷ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ହୋଇଥିଲା। I called and congratulated Hansika Shukla for securing 1st position in CBSE […]

CBSE RESULT

CBSE RESULT

Subhransu Sekhar
  • Published: Thursday, 02 May 2019
  • Updated: 02 May 2019, 02:54 PM IST

ନୂଆଦିଲ୍ଲୀ: ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ୫୦୦ ମାର୍କରୁ ୪୯୯ ମାର୍କ ରଖି ହଂସିକା ଶୁକ୍ଳ ଏବଂ କରିସ୍ମା ଆରୋରା ଦୁଇ ଜଣ ଟପ୍ପର ହୋଇଛନ୍ତି।  ବୋର୍ଡ଼ର ଅଫିସିଆଲ ଓ୍ୱେବସାଇଟ୍  cbseresults.nic.incbse.nic.inରେ ଛାତ୍ରଛାତ୍ରୀ ନିଜର ରେଜଲ୍ଟ ଦେଖିପାରିବେ। ଚଳିତବର୍ଷ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ହୋଇଥିଲା।

ଦେଶରେ ମୋଟ ପାସ ହାର ୮୩.୪ ପ୍ରତିଶତ ରହିଛି। ଥିରୁଅନନ୍ତପୁରମରେ ୯୮.୨ ପ୍ରତିଶତ ପାସ ହାର ରହିଥିବା ବେଳେ ଚେନ୍ନାଇରେ ୯୨.୯୩ ପ୍ରତିଶତ ଏବଂ ଦିଲ୍ଲୀରେ ୯୧.୮୭ ପ୍ରତିଶତ ରହିଛି। ସେହିପରି ଅନ୍ତର୍ଜାତୀୟ ସ୍କୁଲରେ ୯୫.୪୩ ପ୍ରତିଶତ ପାସ ହାର ରହିଛି।

ତେବେ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ପୁଅଙ୍କ ତୁଳନାରେ ଝିଅମାନେ ୯ ପ୍ରତିଶତ ଭଲ ରେଜଲ୍ଟ କରିଛନ୍ତି। ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୮.୭୦ ପ୍ରତିଶତ ଝିଅ ପାସ କରିଥିବା ବେଳେ ପୁଅ ମାନେ ୭୯.୦୪ ପ୍ରତିଶତ ଏବଂ କିନ୍ନର ମାନେ ୮୩.୩ ପ୍ରତିଶତ ପାସ କରିଛନ୍ତି।

ସିବିଏସଇ ଅଧିନରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ପାସ ହାର ୯୮.୫୪ ପ୍ରତିଶତ ଥିବା ବେଳେ ତିବତିଆନ ସ୍କୁଲ ଗୁଡ଼ିକରେ ପାସ ହାର ୯୬ ପ୍ରତିଶତ ରହିଛି। ସେହିପରି ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ୮୮.୪୯ ପ୍ରତିଶତ ଏବଂ ଘରୋଇ ସ୍କୁଲ ଗୁଡ଼ିକରେ ୮୨.୫୯ ପ୍ରତିଶତ ପାସ ହାପ ରହିଛି। ଯାହାକି ସର୍ବନିମ୍ନ।

ଦେଶରେ ୩୧ ଲକ୍ଷ ୧୪ ହଜାର ୮୨୧ ଜଣ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨୮ ଜଣ କିନ୍ନର ରହିଛନ୍ତି। ଦେଶର ୪ ହଜାର ୯୭୪ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୭୮ଟି କେନ୍ଦ୍ର ଦେଶ ବାହାରେ ଥିଲା।

ଭୁବନେଶ୍ୱର ସିବିଏସଇ ରିଜିଅନରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ରହିଛି । ଚଳିତ ବର୍ଷ ଭୁବନେଶ୍ୱର ରିଜିଅନରେ ୩୮ ହଜାର ୪୩୫ ଛାତ୍ର ଓ ୨୭ ହଜାର ୩୧୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରେ ଓଡ଼ିଶାର ୧୭ହଜାର ୧୭୯ ଜଣ ପରୀକ୍ଷାର୍ଥୀ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos