ମାର୍ଚ୍ଚ ଯାଏ ବଢ଼ିଲା ଡିଏଲ, ଆରସି, ପରମିଟ ସଂକ୍ରାନ୍ତ କାଗଜପତ୍ରର ବୈଧତା

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନଗୁଡ଼ିକୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏହାପୂର୍ବରୁ ମୋଟର ଯାନ ଆଇନ ତଥା କେନ୍ଦ୍ରୀୟ ମୋଟର ଯାନ ନିୟମ ସମ୍ବନ୍ଧୀୟ କାଗଜପତ୍ରରର ବୈଧତାକୁ ସମ୍ପ୍ରସାରଣ କରିବା ସଂକ୍ରାନ୍ତରେ ଏହା ପୂର୍ବରୁ ୩୦ ମାର୍ଚ୍ଚ, ୨୦୨୦ […]

dl

dl

Subhransu Sekhar
  • Published: Sunday, 27 December 2020
  • Updated: 27 December 2020, 09:05 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନଗୁଡ଼ିକୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏହାପୂର୍ବରୁ ମୋଟର ଯାନ ଆଇନ ତଥା କେନ୍ଦ୍ରୀୟ ମୋଟର ଯାନ ନିୟମ ସମ୍ବନ୍ଧୀୟ କାଗଜପତ୍ରରର ବୈଧତାକୁ ସମ୍ପ୍ରସାରଣ କରିବା ସଂକ୍ରାନ୍ତରେ ଏହା ପୂର୍ବରୁ ୩୦ ମାର୍ଚ୍ଚ, ୨୦୨୦ ପରେ ୯ ଜୁନ ୨୦୨୦ ଏବଂ ୨୪ ଅଗଷ୍ଟ ୨୦୨୦ରେ ମାର୍ଗଦର୍ଶିକା ଜାରି କରିଥିଲା । ଫିଟନେସ, ପରମିଟ (ସମସ୍ତ ପ୍ରକାରର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଏ ସଂକ୍ରାନ୍ତ ଅନ୍ୟ କୌଣସି କାଗଜପତ୍ରର ବୈଧତା ୩୧ ଡିସେମ୍ବର, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଏବେ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି, “କୋଭିଡ ସଂକ୍ରମଣକୁ ପ୍ରତିହତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପରାମର୍ଶ ଦିଆଯାଉଛି ଯେ ଉପରୋକ୍ତ ସମସ୍ତ କାଗଜପତ୍ର ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ବୈଧ ବୋଲି ବିଚାର କରାଯିବ । ଏଥିରେ ସେସବୁ କାଗଜପତ୍ର ମଧ୍ୟ ସାମିଲ ରହିଛି ଯାହାର ବୈଧତା ୧ ଫେବୃଆରୀ, ୨୦୨୦ ପରଠାରୁ ଶେଷ ହୋଇସାରିଛି କିମ୍ବା ୩୧ ମାର୍ଚ୍ଚ, ୨୦୨୧ ସୁଦ୍ଧା ଶେଷ ହେବ ।

ଏଥିରେ ଏହା ମଧ୍ୟ କୁହାଯାଇଛି, “ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ଏପରି କାଗଜପତ୍ରକୁ ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ବୈଧ ବୋଲି ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି। ନାଗରିକମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ପରିବହନ ସମ୍ବନ୍ଧୀୟ ସେବାର ଲାଭ ଉଠାଇବାରେ ଏହା ସହାୟତା କରିବ।

ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଏହି ମାର୍ଗଦର୍ଶିକାକୁ ମୂଳଭାବନା ସହିତ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଯାହାଫଳରେ ନାଗରିକ, ଟ୍ରାନ୍ସପୋର୍ଟର ଏବଂ ବିଭିନ୍ନ ଅନ୍ୟ ସଂଗଠନଗୁଡ଼ିକୁ ସୁବିଧା ମିଳିପାରିବ । ବିଶେଷ କରି କୋଭିଡ ମହାମାରୀ ସମୟରେ କଠିନ ପରିସ୍ଥିତି ଦେଇ ଗତି କରୁଥିବାରୁ ଏହାଦ୍ୱାରା ସେମାନଙ୍କର ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos