ଆଇଏନଏକ୍ସ ମିଡିଆ ଦୁର୍ନୀତି, ସନ୍ଦେହ ଘେରରେ ଓଡ଼ିଆ ଆଇଏଏସ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗକୁ ଗିରଫ ହୋଇଥିବା କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ଅଡ଼ୁଆ ବଢ଼ିପାରେ। କାରଣ ଏହି ମାମଲାରେ ପୂର୍ବତନ ନୀତି ଆୟୋଗ ସିଇଓ ସିନ୍ଧୁଶ୍ରୀ ଖୁଲ୍ଲରଙ୍କ ବିରୋଧରେ ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଦୁର୍ନୀତିରେ ଓଡ଼ିଆ ଆଇଏଏସ ଅଫିସର ଅନୁପ ପୂଜାରୀଙ୍କ ନାମ ମଧ୍ୟ ସନ୍ଦେହ ଘେରରେ ରହିଛି। ଇତିମଧ୍ୟରେ ତାଙ୍କୁ ଚିଦାମ୍ବରମଙ୍କ ସହିତ ମୁହାଁମୁହିଁ କରାଯାଇଥିବା ଜଣାପଡ଼ିଛି। ଅନୂପ ସୂକ୍ଷ୍ମ, ଲଘୁ ଓ […]

anup pujari

anup pujari

Subhransu Sekhar
  • Published: Saturday, 28 September 2019
  • Updated: 28 September 2019, 02:24 PM IST

Sports

Latest News

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗକୁ ଗିରଫ ହୋଇଥିବା କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ଅଡ଼ୁଆ ବଢ଼ିପାରେ। କାରଣ ଏହି ମାମଲାରେ ପୂର୍ବତନ ନୀତି ଆୟୋଗ ସିଇଓ ସିନ୍ଧୁଶ୍ରୀ ଖୁଲ୍ଲରଙ୍କ ବିରୋଧରେ ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଦୁର୍ନୀତିରେ ଓଡ଼ିଆ ଆଇଏଏସ ଅଫିସର ଅନୁପ ପୂଜାରୀଙ୍କ ନାମ ମଧ୍ୟ ସନ୍ଦେହ ଘେରରେ ରହିଛି। ଇତିମଧ୍ୟରେ ତାଙ୍କୁ ଚିଦାମ୍ବରମଙ୍କ ସହିତ ମୁହାଁମୁହିଁ କରାଯାଇଥିବା ଜଣାପଡ଼ିଛି। ଅନୂପ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଥିଲେ।

ସିନ୍ଧୁଶ୍ରୀଙ୍କ ସହିତ ସୂଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅନୁପ କେ ପୂଜାରୀ, ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ନିର୍ଦ୍ଦେଶକ ପ୍ରବୋଧ ସକସେନା ଏବଂ ଆର୍ଥିକ ମାମଲା ବିଭାଗର ପୂର୍ବତନ ସଚିବ ରବୀନ୍ଦ୍ର ପ୍ରସାଦଙ୍କ ବିରୋଧରେ ମାମଲା ଦାୟର କରିବା ପାଇଁ କେନ୍ଦ୍ର ଅନୁମତି ଦେଇଛି।

ଖୁଲ୍ଲର ୨୦୦୪-୨୦୦୮ରେ ଆର୍ଥିକ ମାମଲା ବିଭାଗର ଅତିରିକ୍ତ ସଚିବ ଥିଲେ । ପୂଜାରୀ ୨୦୦୬-୨୦୧୦ରେ ଏହି ବିଭାଗର ଯୁଗ୍ମ ସଚିବ ଥିଲେ, ସକ୍ସେନା ୨୦୦୮-୨୦୧୦ରେ ଆର୍ଥିକ ବିଭାଗର ନିର୍ଦ୍ଦେଶକ ଭାବେ କାମ କରୁଥିଲେ।

ଅନୂପ ପୂଜାରୀ ୨୦୧୬ ମସିହାରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଥିବା ସମୟରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତା’ ପୂର୍ବରୁ ସେ ଖଣି ମନ୍ତ୍ରଣାଳୟ ଏବଂ ଇସ୍ପାତ ମନ୍ତ୍ରଣାଳୟର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। କିଛି ଦିନ ପାଇଁ ସେ ଭାରତୀୟ ଇସ୍ପାତ ପ୍ରାଧିକରଣ ବା ସେଲ୍‌ର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ୨୦୧୦-୧୪ ମଧ୍ୟରେ ସେ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶକ ଥିଲେ। ସେ ମଧ୍ୟ କିଛି ଦିନ ଦିଲ୍ଲୀର ଶ୍ରୀରାମ କଲେଜ ଅଫ୍‌ କମର୍ସ, ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ବୋଷ୍ଟନ ବିଶ୍ୱବିଶ୍ୱବିଦ୍ୟାଳୟରୁ ରାଜନୀତିକ ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ବିଏଏଲଏଲବି ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀରେ ଚିଦାମ୍ୱରମଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ଏହାପରେ ସିବିଆଇ ତାଙ୍କୁ ଗତ ମାସରେ ଗିରଫ କରିଛି। ଏବେ ସେ ତିହାର ଜେଲରେ ଅଛନ୍ତି।

ଚିଦାମ୍ୱରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ଦେଇଥିଲେ। ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ୩୦୮ କୋଟି ଟଙ୍କା ଲାଭବାନ ହୋଇଥିଲେ ବୋଲି ସିବିଆଇ ଦାବି କରିଛି। ଏବେ ସିବିଆଇ ଏବଂ ଇଡି ଏହି ଦୁର୍ନୀତି ମାମଲାର ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos